ମୋବାଇଲ ଆପ୍ଲିକେସନ୍ ଦ୍ବାରା ସାଉଦି ପୁରୁଷମାନେ ନଜର ରଖୁଛନ୍ତି ସ୍ତ୍ରୀ ଉପରେ

ରିୟାଦ,୧୫।୨: ସାଉଦି ଆରବର ଲୋକେ ଏକ ମୋବାଇଲ ଆପ୍ଲିକେସନ୍ ଜରିଆରେ ନିଜର ଝିଅ ଓ ସ୍ତ୍ରୀଙ୍କ ଉପରେ ନଜର ରଖୁଛନ୍ତି। ଏହା ଜରିଆରେ ସେମାନେ ତାଙ୍କୁ ଟ୍ରାକ୍ କରୁଛନ୍ତି। ଗୁଗୁଲ ଓ ଆପଲ ପ୍ଲେଷ୍ଟୋର ଜରିଆରେ ରହିଥିବା ଏହି ଆପ୍ ‘ଅବଶର’ ଜରିଆରେ ସେଠାକାର ପୁରୁଷମାନେ ଜାଣିପାରନ୍ତି ତାଙ୍କ ଘରର ମହିଳା ସଦସ୍ୟ ମାନେ କେଉଁଠାରେ ଅଛନ୍ତି। ମହିଳାମାନେ ଯଦି ଏୟାରପୋର୍ଟରେ ନିଜର ପାସପୋର୍ଟର ବ୍ୟବହାର କରନ୍ତି ତେବେ ଏହାର ସୂଚନା ତାଙ୍କର ସ୍ବାମୀଙ୍କ ମୋବାଇଲକୁ ପହଁଞ୍ଚିଯିବ। ପୁରୁଷ ଜଣକ ଚାହିଁଲେ ମହିଳା ଜଣକୁ ବିମାନବନ୍ଦରରେ ହିଁ ରୋକି ପାରିବେ। ଏହି ଆପ୍ ଗୁଗୁଲ ଓ ଆପଲ କମ୍ପାନୀର ପ୍ଲାଟଫର୍ମରେ ରହିଛି ତେଣୁ ଏହି ଦୁଇଟି କମ୍ପାନୀ ବିପକ୍ଷରେ ଲୋକମାନେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି।

୨୦୧୮ରେ ସାଉଦି ସରକାରଙ୍କ କହିବା ପରେ ଏହି ଆପ୍ କୁ ତିଆରି କରାଯାଇଥିଲା। ଲଞ୍ଚ ହେବାର ପରେ ଏହି ଆପ୍ଲିକେସନ୍ ଗୁଗୁଲ ପ୍ଲେ ଷ୍ଟୋରରେ ୧୦ ଲକ୍ଷରୁ ଅଧିକ ଥର ଡାଉନଲୋଡ କରାଯାଇ ସାରିଛି। ଏହି ଆପ୍ ଜରିଆରେ ସାଉଦି ଆରବର ପୁରୁଷଙ୍କ ଇଛା ବିରୋଧରେ ଦେଶ ଛାଡି ଯିବାର ଇଛୁକ ମହିଳାଙ୍କ ପାଇଁ ଖୁବ୍ ଅସୁବିଧା ସୃଷ୍ଟି ହେଉଛି। କାରଣ ସେଠାକାର ଆଇନ ଅନୁସାରେ ମହିଳାଙ୍କୁ ଯାତ୍ରା କରିବା ପାଇଁ ଘରର ପୁରୁଷ ସଦସ୍ୟଙ୍କ ଅନୁମତି ନେବାକୁ ପଡିଥାଏ। ସାଉଦି ଆରବରେ ‘ଅବଶର’ ଆପ୍ଲିକେସନ୍ ମାମଲା ଡିସେମ୍ବର ୨୦୧୮ରେ ସେତେବେଳେ ଖୁବ୍ ଚର୍ଚ୍ଚାରେ ରହିଥିଲା ଯେବେ ସେଠାର ଜଣେ ଯୁବତୀ ଶହାଦ ଅଲ ମହମୀଦ ଘର ଲୋକଙ୍କ ବିରୋଧରେ ଯାଇ ବାହାରେ ରହିବାକୁ ବିଫଳ ହୋଇଥିଲେ। ଏହି ଘଟଣା ପରେ ପାଶ୍ଚାତ୍ୟ ଦେଶର ଲୋକମାନେ ବିରୋଧ କରିବା ଆରମ୍ଭ କରିଦେଇଥିଲେ।

ଆମେରିକାର ସିନେଟର ରନ୍ ଓ୍ବାଡେନ ବକାୟତା ଆପଲର ସିଇଓ ଟମ୍ କୁକ୍ ଏବଂ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ଚିଠି ଲେଖିଥିଲେ। କୁକ୍ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ସମାଧାନର ବାଟ ବାହାର କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସାଉଦି ଆରବରେ ଏପ୍ରିଲ ୨୦୧୮ରେ ସାଇବର କ୍ରାଇମ ରୋକିବା ପାଇଁ ଗଠନ କରାଯାଇଥିବା ଆଇନ ଅନୁସାରେ ସ୍ବାମୀ-ସ୍ତ୍ରୀ କେହି କାହାର ମୋବାଇଲ ଚେକ୍ କରିପାରିବେ ନାହିଁ। ଏହା ଅପରାଧ ଶ୍ରେଣୀରେ ରହିଛି। ଏହି ଅପରାଧ ପାଇଁ ୮୬ ଲକ୍ଷ ଟଙ୍କାର ଜରିମନା ଦେବା ସହ ୧ ବର୍ଷର ଜେଲ ଦଣ୍ଡା