PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

୧୦ରୁ ଅଧିକ ଫାର୍ମ ହାଉସ୍, ବିଳାସପୂର୍ଣ୍ଣ କାର ଆଉ ଘରେ ରହିଛି ସ୍ବତନ୍ତ୍ର ସିନେମା ହଲ: RTO ବାବୁଙ୍କ ଘରେ ଧନ ଭଣ୍ଡାର

ଜବଲପୁର ୧୮/ ୦୮: ବିଶାଳ ଫାର୍ମ ହାଉସ୍, ବିଳାସପୂର୍ଣ୍ଣ କାର୍‌ ଆଉ ଘରେ ରହିଛି ସିନେମା ହଲ୍‌ । ଇଏ ଆରଟିଓ ଅଫିସର ନୁହେଁ ତ ପୁରାପୁରି ଧନ କୁବେର । ମଧ୍ୟ ପ୍ରଦେଶର ଜବଲପୁରରେ ଆରଟିଓ ଅଧିକାରୀ ସନ୍ତୋଷ ପାଲ ସିଂହଙ୍କ ଘର ନୁହେଁ ତ ରାଜାଙ୍କ ମହଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ କରାଯିବା ପରେ ଅର୍ଥନୈତିକ ଅପରାଧ ଶାଖା (EOW) ଟିମ୍‌ ବି ତାଜୁବ ହୋଇଯାଇଛନ୍ତି । RTO ଅଧିକାରୀ ସନ୍ତୋଷ ପାଲ ସିଂହଙ୍କ ଘରୁ ଆୟ ଠାରୁ ପ୍ରାୟ ୬୫୦ଗୁଣା ଅଧିକ ପରିମାଣର ସମ୍ପତ୍ତି ଜବତ କରାଯାଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି RTO ସନ୍ତୋଷଙ୍କ ଘର ଛାନଭିନ୍‌ ସମୟରେ ନଗଦ ୧୬ ଲକ୍ଷ ଟଙ୍କା ଜବତ କରାଯାଇଛି । କେବଳ ଟଙ୍କା ନୁହେଁ ବିପୁଳ ପରିମାଣର ସୁନାଗହଣା ମଧ୍ୟ ସିଜ୍‌ କରିଛି ଅର୍ଥନୈତିକ ଅପରାଧ ଶାଖା । ଡ୍ରଇଙ୍ଗ ରୁମ୍‌ ଠାରୁ ବା‌ଥରୁମ୍‌ ଯାଏଁ ସବୁଠି ବାବୁ ଖର୍ଚ୍ଚ କରିଛନ୍ତି ପୁଳାପୁଳା ଟଙ୍କା । ଘରର ପ୍ରତି ସ୍ଥାନରେ କଳାଧନର ଉପକରଣ ସବୁ ଚକ୍‌ ଚକ୍‌ କରୁଛନ୍ତି । ଆଉ ସବୁଠାରୁ ଅଶ୍ଚର୍ଯ୍ୟକର କଥା ହେଉଛି, RTO ବାବୁ ଘରେ ବ୍ୟକ୍ତିଗତ ଭାବେ ଗୋଟିଏ ବିଳାସପୂର୍ଣ୍ଣ ସିନେମା ହଲ ତିଆରି କରିଥିଲେ । ଏହା ବାଦ୍‌ ଅନେକ ସ୍ଥାନରୁ ଘର ଏବଂ ଗାଡି ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଇଓଡବ୍ଲ୍ୟୁ ଟିମ୍‌ ପକ୍ଷରୁ ବୁଧବାର ଆଞ୍ଚଳିକ ପରିବହନ ଅଧିକାରୀ ସନ୍ତୋଷ ପାଲ ସିଂହଙ୍କ ଘର ଏବଂ ଫାର୍ମ ହାଉସରେ ଚଢାଉ କରାଯାଇଥିଲା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରମ୍ଭ ହୋଇଥିଲା ଛାନଭିନ୍‌ । ସର୍ଚ୍ଚ ବେଳେ ଘରୁ ୧୬ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ସେ କିଣିଥିବା ଜମି, ଘରର କାଗଜପତ୍ର ଏବଂ ସୁନା ଗହଣା ଜବତ କରାଯାଇଛି । ଯାଞ୍ଚ ବେଳେ ଜଣାପଡିଥିଲା ଯେ, ବାବୁଙ୍କ ସମ୍ପତ୍ତି ପରିମାଣ ରୋଜଗାର ଠାରୁ ୬୫୦ଗୁଣ ଅଧିକ ।

ଇଓଡବ୍ଲ୍ୟୁ ଏସପି ଦେବେନ୍ଦ୍ର ପ୍ରତାପ ସିଂହ କହିଛନ୍ତି, ଆରଟିଓ ସନ୍ତୋଷ ପାଲ ସିଂହ ଏବଂ ତାଙ୍କ ପତ୍ନୀ ରେଖା ପାଲଙ୍କ ନିକଟରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ନେଇ ଅଭିଯୋଗ ଥିଲା । ପରେ ଏକ ଟିମ୍‌ ଗଠନ କରାଯାଇ ବୁଧବାର ରାତିରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ସନ୍ତୋଷ ଏବଂ ତାଙ୍କ ପତ୍ନୀଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଛି । ଆୟ ତୁଳନାରେ ପ୍ରାୟ ୬୫୦ ଗୁଣା ଅଧିକ ସମ୍ପତ୍ତି ମିଳିଛି । ଏହା ସହିତ ପିପି କଲୋନୀରେ ୧୨୪୭ ବର୍ଗଫୁଟ୍‌ର ଏକ ଘରର ଦସ୍ତାବିଜ ମଧ୍ୟ ମିଳିଛି ଯାହାକି ବାବୁଙ୍କ ନାଁ ରେ ରହିଛି । ସେହିଭଳି ଶଙ୍କରଶାହା ଅଞ୍ଚଳରେ ୧୧୫୦ ବର୍ଗଫୁଟର ଘର, ଶତାବ୍ଦୀପୁରମରେ ୧୦ ହଜାର ବର୍ଗଫୁଟ ଘର, କସ୍ତୁରବା ଗାନ୍ଧି ଓ୍ବାର୍ଡରେ ୫୭୦ ବର୍ଗଫୁଟ, ଗଢାଫାଟକରେ ୭୭୧ ବର୍ଗଫୁଟର ଘର ମିଳିଛି । ସେହିଭଳି ଚରଗଓ୍ବା ରୋଡରେ ୧.୪ ଏକର ଜମିରେ ନିର୍ମାଣ ହୋଇଥିବା ଏକ ଫାର୍ମ ହାଉସ ବି ରହିଛି । କେବଳ ଜମି ନୁହେଁ ଗୋଟିଏ ସ୍କର୍ପିଓ, ଦୁଇଟି ଆଇ-୨୦ କାର୍, ବୁଲେଟ୍, ପଲସର ବାଇକ ମଧ୍ୟ ଜବତ କରାଯାଇଛି । ତଦନ୍ତକାରୀ ସଂସ୍ଥା ସେଗୁଡିକୁ ସିଲ୍‌ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର