ଭୁବନେଶ୍ୱର, ୨୩/୦୮: ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚୋରା ଚାଲାଣ କରିବା ବେଳେ ଧରାପଡ଼ାଲେ ପ୍ରେମୀ ଯୁଗଳ । ବାନ୍ଧିଲା କଷ୍ଟମ ବିଭାଗ । ଭୁବନେଶ୍ୱର ବିମାନବନ୍ଦରରୁ ପ୍ରାୟ ୪ କୋଟି ଟଙ୍କାର ମାରିଜୁଆନା ଜବତ କରିଛି DRI । ଜଣେ ଯୁବକ ଏବଂ ଜଣେ ଯୁବତୀକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
ସୂଚନା ମୁତାବକ, ଦୁଇ ଜଣ ଯୁବକ ଯୁବତୀ ବ୍ୟାଙ୍କକ୍ରୁ ବିପୁଳ ପରିମାଣର ମାରିଜୁଆନା ଭୁନେଶ୍ୱରକୁ ଚାଲାଣ କରୁଥିଲେ । ଭୁବନେଶ୍ୱର ଏୟାରପୋର୍ଟ ଠାରେ ଏହି ଦୁହିଁଙ୍କ ଉପରେ ସନ୍ଦେହ ହେବାରୁ କଷ୍ଟମ ବିଭାଗର କିଛି ଅଧିକାରୀ ଯାଞ୍ଚ କରିଥିଲେ। ଆଉ ଯାଞ୍ଚ ବେଳେ ବାହାରିଥିଲା ପ୍ରାୟ ୪ କୋଟି ଟଙ୍କାର ମାରିଜୁଆନା । ସମସ୍ତ ମାରିଜୁଆନାକୁ DRI ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଯୁବକ ଏବଂ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଏହି ନିଶାଦ୍ରବ୍ୟ ବ୍ୟାଙ୍କକ୍ର କେଉଁ ସ୍ଥାନରୁ ଭୁବନେଶ୍ୱରର କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହାକୁ ନେଇ ଖୋଳତାଡ଼ କରୁଛି ପୁଲିସ ।