ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାଦପଲ୍ଲୀରେ ପୋଲିସର ଚଢାଉ, ବିପୁଳ ପରିମାଣର ମଦ ନଷ୍ଟ

Published By : Harapriya Sethi | December 13, 2024 11:31 AM

ଛତ୍ରପୁର/ ଖଲ୍ଲିକୋଟ,୧୩/୧୨: ଖଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ପଞ୍ଚାୟତ ବାଦପଲ୍ଲୀର ବିଭିନ୍ନ ଗାଁରେ ଗଞ୍ଜାମ ପୋଲିସ ଗୁରୁବାର ବିଳମ୍ୱିତ ରାତିରୁ ଚୋରା ମଦ ପ୍ରସ୍ତୁତ ଉପରେ ବଡ଼ ଧରଣର ଚଢାଉ ଜାରି ରହିଛି । ବ୍ୟାପକ ମଦ ଜବତ ସହ ପୋଚ ପୋଲିସ ନଷ୍ଟ କରିଥିବା ବେଳେ ଜଙ୍ଗଲ ମଧ୍ୟରେ ଆଦିବାସୀ ପୁରୁଷ ଓ ମହିଳା ମାନେ ଗଛକାଟି ପକାଇଛନ୍ତି । ଯାହାଫଳରେ ମାଜିଷ୍ଟ୍ରେଟ ପୋଲିସ ଜଙ୍ଗଲ ମଧ୍ୟରେ ରହିଥିବା ଖବର ମିଳିଛି ।

ସୂଚନା ମୁତାବକ, ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ନେତୃତ୍ତ୍ୱରେ ୧୦ପ୍ଲାଟୁନ ପୋଲିସ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଏସଆଇ ଏବଂ ଏଏସଆଇ ସାଙ୍ଗକୁ ୮ଜଣ ବିଡ଼ିଓ ମାଜିଷ୍ଟ୍ରେଟ ଦାୟିତ୍ତ୍ୱରେ ଚଢାଉ କରାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ ଏହି ଚଢାଉ ଆରମ୍ଭ ହୋଇଥିଲା । ଆଦିବାସୀ ପଞ୍ଚାୟତ ବାଦପଲ୍ଲୀର ବିଭିନ୍ନ ଗାଁକୁ ଚାରିପଟୁ ନାକାବନ୍ଦୀ କରି ଚଢାଉ ଆରମ୍ଭ କରାଯାଇଥିଲା । ଯାହା କି ବର୍ତ୍ତମାନ ମଧ୍ୟ ଚାଲୁ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିପୁଳ ପରିମାଣର ମଦ ପୋଚ ନଷ୍ଟ କରିଛି ପୋଲିସ । 

ତେବେ ଦୀର୍ଘବର୍ଷ ଧରି ଏହି ପାଞ୍ଚାୟତରେ ଆଦିବାସୀ ମାନେ ଏହି ଚୋରାମଦ ପ୍ରସ୍ତୁତ ଚାଲିଥିଲା । ପୂର୍ବରୁ ଏହି ପାଞ୍ଚାୟତକୁ ମଦ ଜବତ କରିବାକୁ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଚଢାଉ କରିବାକୁ ଯାଇଥିବା ବେଳେ ଆଦିବାସୀ ମାନେ ଧନୁ ଏବଂ ତୀର ଦ୍ୱାରା ଆକ୍ରମଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.