ବଲାଙ୍ଗୀର ,୧୬/୦୫: ବଲାଙ୍ଗିର ପୋଲିସକୁ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦନ ଏବଂ ଛତରଦଣ୍ଡି ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ ନେଇ ସୂଚନା ମିଳିଛି ।
ଗତକାଲି ମଧ୍ୟ ପୋଲିସ୍ ଡିଭିଏଫ ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ଉଭୟ ସ୍ଥାନରେ କମ୍ବିଂ କରାଯାଇଥିଲା। ଯେଉଁଠାରୁ ଅନେକ ଷ୍ଟିଲ ଡ୍ରମ, ମାଓ ସାମଗ୍ରୀ, ମାଓ ପୁସ୍ତିକା, ପ୍ରେସର ଓ ଟିଫିନ୍ ବୋମା ଆଦି ଜବତ୍ କରାଯାଇଛି। ଏଥି ସହ ଆଈଡି, ଜିଲୋଟିନ ଆଦି ମଧ୍ୟ ଜବତ କରାଯାଇଛି। ତେବେ ପୁଲିସ ମାଓ ସଂଗଠନକୁ ଦୁର୍ବଳ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଏସପି ଅଭିଳାଷ ଜି କହିଛନ୍ତି ।