ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ପରମାଣୁ ବୋମା ଫାଟିବାର କେତେ ସମୟ ମଧ୍ୟରେ ମଣିଷର ମୃତ୍ୟୁ ହୁଏ ? ଶରୀରକୁ ପୋଡି ପାଉଁଶ କିମ୍ବା ବାଷ୍ପରେ ବି କରିଦିଏ ପରିଣତ

Published By : Prameya | May 8, 2025 7:44 PM

ନୂଆଦିଲ୍ଲୀ,୮।୫: ପହଲଗାମ୍ ଆକ୍ରମଣ ପରେ ଭାରତ –ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ।  ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଭାରତ କରିଛି ‘ଅରେସନ୍ ସିନ୍ଦୁର’। ଏଥିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଛି ଭାରତ। ଏହାସହ ୧୦୦ରୁ ଅଧିକ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି। ଭାରତର ପାଲଟା ଜବାବ୍‌ରେ ଘାଇଲା ହୋଇଛି ପାକିସ୍ତାନ। ଭାରତକୁ ଲଗାତାର ଦେବାରେ ଲାଗିଛି ପରମାଣୁ ବୋମା ଧମକ। ତେବେ ଭାରତ ମଧ୍ୟ ପାକିସ୍ତାନଠାରୁ ଆଣବିକ କ୍ଷମତାରେ ଆହୁରି ଅଧିକ ଶକ୍ତିଶାଳି। ଦୁଇ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଏଭଳି ଲଢେଇ କାରଣରୁ ଜାତିସଂଘଠାରୁ ନେଇ ସାରା ବିଶ୍ବର ଚିନ୍ତା ବଢାଇଛି। 

ତେବେ ଜାଣନ୍ତି କି ପରମାଣୁ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ପାଇଁ କେତେ ସମୟ ଲାଗେ ? ତେବେ ଏହା  ସ୍ଥାନ ଏବଂ ପରମାଣୁ ବୋମାର ଶକ୍ତି ଉପରେ ନିର୍ଭର କରେ। ଯଦି ଜଣେ ବ୍ୟକ୍ତି ପରମାଣୁ ଆକ୍ରମଣର ବହୁତ ନିକଟରେ କିମ୍ବା କେନ୍ଦ୍ରରେ ଥାଏ, ତେବେ ତାଙ୍କର ମୃତ୍ୟୁର ସମ୍ଭାବନା ସର୍ବାଧିକ ଏବଂ ସବୁଠାରୁ ଜଲଦି ହୁଏ। International Campaign to Abolish Nuclear Weapons ଅନୁଯାୟୀ, ଏକ ନ୍ୟୁକ୍ଲିୟର ବୋମା ସମ୍ପୂର୍ଣ୍ଣ ସହରକୁ ଧ୍ୱଂସ ସହ  ସେଠାରେ ଥିବା ସମସ୍ତଙ୍କୁ ହତ୍ୟା କରିବାର କ୍ଷମତା ରଖେ। ପରମାଣୁ ବୋମା ବିସ୍ଫୋରଣରୁ ସୃଷ୍ଟି ହୋଇଥିବା  ନିଆଁର ଗୋଲା ଏହାର ସର୍ବାଧିକ ଆକାରରେ ପହଞ୍ଚିବାକୁ ୧୦ ସେକେଣ୍ଡ ସମୟ ନିଏ। ବିସ୍ଫୋରଣ ପରେ, ପ୍ରବଳ ପବନ ହୁଏ। ଯାହାକି ଘଣ୍ଟା ପ୍ରତି ହଜାରେ  କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଯଦି ଆପଣ ବିସ୍ଫୋରଣର କେନ୍ଦ୍ରରେ ଅଛନ୍ତି, ତେବେ ଆପଣଙ୍କ ଆଖି ପିଛୁଳାକେ ମୃତ୍ୟୁ ହୋଇଯିବ। କୁହାଯାଏ ଯେ ମଣିଷ ମସ୍ତିଷ୍କ ଯନ୍ତ୍ରଣା ଅନୁଭବ କରିବାକୁ ମଧ୍ୟ ସମୟ ପାଏ ନାହିଁ, କାରଣ ପରମାଣୁ ବିସ୍ଫୋରଣ ପରେ ଏତେ ରେଡିଏସନ୍ ନିର୍ଗତ ହୁଏ ଏହା ମଣିଷ ଶରୀରକୁ ତୁରନ୍ତ ପୋଡ଼ି ଦେଇପାରେ। ମଣିଷ ମଧ୍ୟ ବାଷ୍ପରେ ପରିଣତ ହୋଇପାରେ। ଯଦି ଆପଣ ୧ ରୁ ୨ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅଛନ୍ତି, ତେବେ ମୃତ୍ୟୁ ଘଟିବାକୁ କିଛି ସେକେଣ୍ଡ ଲାଗିପାରେ।

ପରମାଣୁ ଆକ୍ରମଣର ତୁରନ୍ତ ପରେ, ବଞ୍ଚିଥିବା ଲୋକଙ୍କ ଜୀବନ ଅତ୍ୟନ୍ତ କଷ୍ଟକର ଏବଂ ଯନ୍ତ୍ରଣାଦାୟକ ହୋଇପାରେ। ଆକ୍ରମଣ ସମୟରେ ନିର୍ଗତ ବିକିରଣ ସେମାନଙ୍କ ଚର୍ମକୁ ପୋଡ଼ିପାରେ କିମ୍ବା ସେମାନେ ଅନେକ ପ୍ରକାରର ରୋଗରେ ପୀଡିତ ହୋଇପାରନ୍ତି, ତେଣୁ ସେମାନଙ୍କ ଶରୀରକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପରମାଣୁ ଆକ୍ରମଣର ପ୍ରଭାବ ଆଜି ମଧ୍ୟ ହିରୋସିମା ଏବଂ ନାଗାସାଖିରେ ଦେଖାଯାଏ। ସେଠାରେ ଅନେକ ଲୋକ ଅନ୍ଧ ମଧ୍ୟ ହୋଇଯାଆନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.