ଭୁବନେଶ୍ବର,୨୩।୧୧ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଡାକ୍ତର ସଂଜୀବ କର । ହ୍ୟୁମାନ ସାଗର ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ବୋଲି ଡାକ୍ତର କହିଛନ୍ତି।୨୦୨୪ ସେପ୍ଟେମ୍ବରରେ ରୋଗ ସମ୍ପର୍କରେ ଜଣାପଡ଼ିଥିଲା । ବ୍ୟକ୍ତିଗତ ସହାୟକମାନେ ତାଙ୍କୁ ଡାକ୍ତରଙ୍କ ପାଖକୁ ଆଣୁଥିଲେ । ୧୪ମାସ ଭିତରେ ୨୫ଥର ମେଡିକାଲରେ ଭର୍ତ୍ତି ହୋଇଥିଲେ। ମଦ ନପିଇବାକୁ ସ୍ପଷ୍ଟ ଭାବେ ମନା କରାଯାଇଥିଲା। ମଝିରେ ମଝିରେ ପେଟରୁ ପାଣି ବାହାର କରାଯାଉଥିଲା । ୨୦ ଦିନ ତଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ଥିଲା ।ହ୍ୟୁମାନ ଜଣେ ଭଲ ମଣିଷ ଥିଲେ ବୋଲି ଡାକ୍ତର ସଂଜୀବ କର କହିଛନ୍ତି।