PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଉଦାହରଣ ସୃଷ୍ଟି କଲେ ଭିକେ ପାଣ୍ଡିଆନ୍, ନିଜେ ଗାଡି ଚଳାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ଦିବସ ସମାରୋହସ୍ଥଳକୁ ଆଣିଲେ

ଭୁବନେଶ୍ବର,୧୫।୮: ୭୪ତମ ସ୍ବାଧୀନତା ଦିବସ ଉତ୍ସବ କୋଭିଡ୍‌ କଟକଣା ଭିତରେ ଆଜି ପାଳିତ ହୋଇଛି। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି। ତେବେ ସବୁଥର ଅପେକ୍ଷା ଏଥର ଉତ୍ସବ ଟିକେ ଭିନ୍ନ ରହିଥିଲା। କାରଣ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାରୋହ ସ୍ଥଳକୁ ନିଜେ କାର ଚଲାଇ ଆଣିଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ୍।

ଚଳିତ ବର୍ଷ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ କୋଭିଡ୍ କଟକଣା ଭିତରେ ପାଳନ ପାଳନ ହୋଇଛି। ଆଉ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ସଚିବଙ୍କ ସାଙ୍ଗରେ ଆସିବାର ନିଷ୍ପତ୍ତି ନେଇଥିଲେ। ଏଭଳି କରି ମୁଖ୍ୟମନ୍ତ୍ରୀ କରୋନା କାଳରେ ବରିଷ୍ଠ ନାଗରିକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।  ପ୍ରାଣଘାତୀ କରୋନା ଭାଇରସ  କବଳରୁ ବରିଷ୍ଠ ନାଗରିକଙ୍କୁ ସବୁଠାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହା ସହିତ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଅଧିକ ବିପଦ ରହିଛି।

ଏଭଳି ଏକ ଖରାପ ସ୍ଥିତିରେ ​କୋଭିଡ ନିୟମ ତଥା କଟକଣାକୁ ପାଳନ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ଏକ ଉଦାହରଣ ରଖିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଚାଳକ ହୋଇ ଏହି ବରିଷ୍ଠ ଆଇଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ଦିବସ ସମାରୋହ ସ୍ଥଳକୁ ଆଣି ନିଜର ବିନମ୍ରତା ସ୍ବଭାବକୁ ମଧ୍ୟ ଦର୍ଶାଇଛନ୍ତି।