PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ଗୋଳନ୍ଥରା,୨୦/୧୧: ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଇ ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଗିରଫ। ରବିବାର ଗୋଳନ୍ଥରା ଥାନା ପୁଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଦାସପୁର ଗ୍ରାମର ଅସନ୍ତ ବେହେରା।

ସୂଚନା ଅନୁସାରେ, ଦାସପୁର ଗ୍ରାମର ଅର୍ଜୁନ ବେହେରାଙ୍କ ଝିଅଙ୍କୁ ଏକା ଗାଁର ଅସନ୍ତ ବେହେରାଙ୍କ ସହ ଗତ ୧୦ ବର୍ଷ ତଳେ ହିନ୍ଦୁ ରୀତିନୀତିରେ ବିବାହ କରାଇଥିଲେ l କିଛି ମାସ ପରେ ସ୍ୱାମୀ ଅସନ୍ତ ଓ ସ୍ତ୍ରୀ ଭାରତୀଙ୍କ ମଧ୍ୟରେ କୋଣସି କଥା ନେଇ କଳହ ଲାଗି ରହୁଥିଲା। ସବୁ ବେଳେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଗତ ମାସ ୩୧ ତାରିଖରେ ଭାରତୀ ବିଷ ପିଇ ଦେଇଥିଲେ। ଫଳରେ ଭାରତୀ ଗୁରୁତର ହୋଇପଡିଥିଲେ l ପରିବାର ଲୋକ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ରେ  ଭର୍ତିକରିଥିଲେ l 

ହେଲେ ଗତକାଲି ବିଳମ୍ବିତ ରାତ୍ରିରେ ମେଡିକାଲରେ ଭାରତୀଙ୍କର ମୃତ୍ୟୁ ଘଟିଥିଲା। ଭାରତୀଙ୍କ ବାପା ଅର୍ଜୁନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଅଧିକ ଯୌତୁକ ଆଣିବା କହି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଜୋର ଜବରଦସ୍ତ ବିଷ ପିଆଇ ହତ୍ୟା କରାଯାଇଛି।  ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ l ଥାନା କେଶ ନଂ. ୪୨୩/୨୨ ପ୍ରକାରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା l  ଭାରତୀଙ୍କ ମୃତ୍ୟୁ ଦେହଙ୍କୁ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସ୍ୱାମୀ ଅସନ୍ତଙ୍କୁ ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି l