ଛତ୍ରପୁର,୦୫/୦୯: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଆଇଆରଇ ଗେଟ୍ ଛକଠାରେ ଗୁରୁବାର ଦିନ ଏକ ଟ୍ରକ୍‌ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଥିଲେ । ଏହି ଘଟଣା ପରେ କ୍ଷତିପୂରଣ ଦାବି କରି ମାଟିଖାଲ ନିକଟରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ମୁତାବକ, ଗୁରୁବାର ଦିନ ଆଇଆରଇ ଗେଟ୍ ଛକଠାରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କ ପତ୍ନୀ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ମାଟିଖାଲ ଗ୍ରାମବାସୀ କ୍ଷତିପୂରଣ ଦାବି କରି ମାଟିଖାଲ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସମୟ ଧରି ଯାନବାହନ ଅଟକି ରହିଛି l ଏସମ୍ପର୍କରେ ଖବର ପାଇ ଆଇଆଇସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ରଖିଛନ୍ତି l ​​​​​​​