ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୫ କୋଟି ଲୁଟି ସ୍ଵାମୀ ଫେରାର୍, ଭଦ୍ରକ ଏସପିଙ୍କ ଦ୍ଵାରସ୍ଥ ହେଲେ ସ୍ତ୍ରୀ

Published By : Rasmita Pradhan | December 11, 2024 9:05 AM

ଭଦ୍ରକ, ୧୧/୧୨ : ନିଜକୁ ଜଣେ ବଡ଼ ବିତ୍ତଶାଳୀ ପରିବାରର ଯୁବକ ବୋଲି ପରିଚୟ ଦେଇ ବନ୍ଧୁତା ସ୍ଥାପନ । ପରେ ପ୍ରେମ ଓ ବିବାହ । ବିବାହ ପରେ ନିଜ ପରିବାରକୁ କୋଟିପତି ବ୍ୟବସାୟୀ କହି ପତ୍ନୀ ଘରୁ ବାରବାର ଅର୍ଥ ଆଣିଲେ । ବାପାଙ୍କ ଆଳୁ, ପିଆଜ ଗୋଦାମ ସହ ଶୀତଳ ଭଣ୍ଡାର ପାଇଁ ବହୁ ଅର୍ଥ ଦରକାର, ନ ହେଲେ ବେପାର ଚାଲିଯିବ । ଏଭଳି କହି ଅହମଦାବାଦରୁ ବିଭିନ୍ନ ସମୟରେ ପ୍ରାୟ ୫ କୋଟି ଟଙ୍କା ଧରି ଓଡ଼ିଆ ସ୍ୱାମୀ ଓଡ଼ିଶାକୁ ଫେରି ଆସିଛନ୍ତି । ପତ୍ନୀ ଶେଷରେ କନ୍ୟା ସନ୍ତାନଙ୍କୁ ଧରି ଶାଶୂ ଘରେ ପହଞ୍ଚି ପରିବାର ଷ୍ଟାଟସ ଦେଖି କାବା ହୋଇଛନ୍ତି । ସ୍ୱାମୀଙ୍କୁ ଖୋଜି ନ ପାଇ ବନ୍ତ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାମୀ ଫେରାର ପରେ ତାଙ୍କ ଶାଶୂ ଓ ଶ୍ୱଶୁର ନାନା ଗାଳିମନ୍ଦ କରିବା ସହ ହତ୍ୟା ଧମକ ଦେଇଥିବା ବନ୍ତ ଥାନାରେ ଅଭିଯୋଗ ହୋଇଛି । ମାମଲା ବି ରୁଜୁ ହୋଇଛି । ଏବେ ଶାଶୂ ଘର ଲୋକ ଫେରାର ହୋଇଥିବାବେଳେ ନ୍ୟାୟ ପାଇଁ ମହିଳା ଜଣଙ୍କ ଝିଅକୁ ଧରି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

ମଙ୍ଗଳବାର ଏହି ଘଟଣା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି । ନ୍ୟାୟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଶେଷରେ ମହିଳା ଜଣଙ୍କ ନିଜ ଭାଇ ସହ ଭୁବନେଶ୍ୱର ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେଇ ଭଦ୍ରକରୁ ଭୁବନେଶ୍ୱର ଯାତ୍ରା ଆରମ୍ଭ କରିଛନ୍ତି । ଗୁଜରାଟର ଅହମଦାବାଦ ସହରର ନ୍ୟୁ ରୁମିପୁର ଅଞ୍ଚଳର ଯୁବତୀ ହୀରାଲବେନ ହସମୁଖଲାଲ ମୋଦି (୩୩) । ଏକ ଘରୋଇ କମ୍ପାନିରେ ବଡ଼ ଅଧିକାରୀ ଭାବେ ଅହମଦାବାଦରେ ଚାକିରି କରିଥିଲେ । ୨୦୧୯ରେ ଉକ୍ତ ସହରରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ନରସିଂହପୁର ଗ୍ରାମର ପ୍ରଦୀପ ଲାହି ନାୟକଙ୍କ ପୁଅ ମନୋଜ ସହ ଭେଟ ହୋଇଥିଲା । ମନୋଜ ନିଜକୁ ଜଣେ କୋଟିପତି ପରିବାରର ବୋଲି ପରିଚୟ ଦେଇ ହୀରାଲବେନଙ୍କ ସହ ବନ୍ଧୁତା ବାନ୍ଧିଥିଲେ । ପରେ ପ୍ରେମ କରି ବିବାହ ପ୍ରସ୍ତାବ ଦେଇଥିଲେ । ଓଡ଼ିଶାରେ ତାଙ୍କ ପରିବାରର ଅନେକ ଖ୍ୟାତି । ତାଙ୍କ ବାପା ଏକ ରାଜନୈତିକ ଦଳର ସଭାପତି । ପୁଣି ଆଳୁ ଓ ପିଆଜ ଗୋଦାମ ରହିଛି । ଏକ ବଡ଼ ବ୍ୟବସାୟ । କୋଟି କୋଟି ଟଙ୍କାର କାରବାର କହି ହୀରାଲବେନଙ୍କୁ ବିବାହ କରିଥିଲେ । 

ବିବାହର ୧୫ ଦିନ ପରେ ବାପାଙ୍କର ବହୁତ ଟଙ୍କା ଦରକାର । ନ ହେଲେ ବ୍ୟବସାୟ ବୁଡ଼ିଯିବ । ଏଭଳି ମିଛ କହି ଟଙ୍କା ଲୁଟିବା ଆରମ୍ଭ କରିଥିଲା ବୋଲି ହୀରାଲବେନ ଅଭିଯୋଗ ଆଣିଛନ୍ତି ।  ଉଭୟ ଅହମଦାବାଦରେ ଏକାଠି ରହିଛନ୍ତି । ଓଡ଼ିଶା ବିଜନେସ ବାବଦରେ ସୁନେଲି ସ୍ୱପ୍ନ ଦେଖା ମନୋଜ ବହୁବାର ବିଭିନ୍ନ ବାହାନରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଆଣିଛନ୍ତି । ଉଭୟଙ୍କର ଏକ ୨ ବର୍ଷର କନ୍ୟା ସନ୍ତାନ ରହିଛି । ମନୋଜ ଓଡ଼ିଶା ଆସି ଫେରାର ହୋଇଛନ୍ତି । ମଝିରେ ମଝିରେ ମନୋଜଙ୍କୁ ଯୋଗାଯୋଗ କଲେ ମୁଁ ବାପାଙ୍କ ବିଜନେସ୍‌ରେ ଅଛି । ଖୁବଶୀଘ୍ର ଓଡ଼ିଶାରୁ ଅହମଦାବାଦ ଫେରିବି ବୋଲି ପ୍ରତିଶ୍ରୁତି ଦେଇ ପରେ ଯୋଗାଯୋଗ ବନ୍ଦ କରିଥିଲେ । ମନୋଜ ଆଉ ନ ଫେରିବାରୁ ହୀରାଲବେନ ଶେଷରେ ୨ ବର୍ଷର ଝିଅକୁ ଧରି ବନ୍ତ ଥାନା ଅଧୀନ ଶାଶୂଘରକୁ ଆସି ସ୍ଥିତି ଦେଖି ତାଙ୍କ ହୋସ୍‌ ଉଡ଼ିଛି । 

ଯେଉଁ କୋଟିପତି ଓ ବଡ଼ ବ୍ୟବସାୟୀ ବୋଲି କହି ମନୋଜ ହାତ ଧରିଥିଲେ, ତାହା ମିଛ ବୋଲି ଜାଣିଛନ୍ତି । ମନୋଜଙ୍କ ଦେଖା ପାଇପାରିନାହାନ୍ତି । ସେପଟେ ଶାଶୂ ଘର ଲୋକ ତାଙ୍କୁ ନିର୍ଯାତନା ଦେବା ସହ ଗାଳିମନ୍ଦ କରି ଘରୁ ତଡ଼ିଛନ୍ତି । ଜୀବନରୁ ମାରିଦେବାକୁ ଧମକ ଦେଇଥିବା ହୀରାଲବେନ ବନ୍ତ ଥାନେରେ ଅଭିଯୋଗ କରିଥିଲେ । ବନ୍ତ ଥାନାରେ ୧୭୬/୨୪ରେ ଗତ ଅକ୍ଟୋବର ୨୫ରେ ପୁଲିସ ମାମଲା ଦାୟର କରିଛି । ପୁଲିସ ଗିରଫ ଭୟରେ ଏବେ ଶାଶୂ ଘର ଲୋକ ଫେରାର ହୋଇଛନ୍ତି । ଘରେ କେବଳ ବୁଢ଼ୀ ଲୋକ ଜଣେ ଥିବା ହୀରାଲବେନ କହିଛନ୍ତି । ବନ୍ତ ଥାନାକୁ ବାରବାର ସେ ଦୌଡ଼ି ନିରାଶ ହୋଇଛନ୍ତି । ଏସ୍‌ପିଙ୍କୁ ୪ ଥର ଭେଟିବାକୁ ଆସିଛନ୍ତି । ନ୍ୟାୟ ନ ପାଇ ଶେଷରେ ବାଧ୍ୟ ହୋଇ ଭୁବନେଶ୍ୱର ଅଭିମୁଖେ ନିଜ ଭାଇ ସହ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଭେଟି ନ୍ୟାୟ ଆଶା ରଖିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.