ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର

Published By : Harapriya Sethi | October 3, 2024 3:05 PM

କାମାକ୍ଷାନଗର,୦୩/୧୦: ସ୍ତ୍ରୀକୁ ଦୁର୍ବ୍ୟବହାର କରିବାରୁ ବିରୋଧ କରିଲେ ସ୍ୱାମୀ । ପ୍ରତିବାଦ କରିବାରୁ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲେ ୩ ଦୁର୍ବୃତ୍ତ । ୩ ଅଭିଯୁକ୍ତ ରୁପାବେଡା ଜୁଆଙ୍ଗ ସାହିର ଗ୍ରାମର ଦିପୁ, ଶଙ୍କର ଓ ବିଟଲ ବୋଲି ଜଣାପଡ଼ିଛି । ମୃତକ ରୁପାବେଡା ଗ୍ରାମର ଗଗନ ନାୟକ ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଙ୍କଡାହାଡ ଥାନା ରୁପାବେଡା ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୂତାବକ, ବୁଧବାର ସନ୍ଧ୍ୟା ସମୟରେ ଗଗନ ଓ ତାଙ୍କ ସ୍ତ୍ରୀ କାମ ସାରି କଙ୍କଡାହାଡରୁ ଫେରୁଥିଲେ । ଏହି ସମୟରେ ଜୁଆଙ୍ଗ ସାହିର ୩ ଜଣ ଯୁବକ ତାଙ୍କ ସ୍ତ୍ରୀକୁ ଟଣା ଓଟରା କରିଥିଲେ । ଏହାକୁ ଗଗନ ବିରୋଧ କରିବାରୁ ତିନି ଯୁବକ ଗଗନକୁ ନିସ୍ତୁକ ମାଡ ମାରିବା ସହ ମୁଣ୍ଡର ପଛପଟେ ପଥର ଛେଚି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ଗୁରୁତର ହୋଇପଡ଼ିଥିଲେ ଗଗନ । ଏହା ଦେଖି ତାଙ୍କ ସ୍ତ୍ରୀ କିଛି ସ୍ଥାନୀୟଲୋକଙ୍କ ସାହାୟତାରେ ଗଗନକୁ କଙ୍କଡାହାଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏହି ଘଟଣା ସମ୍ବନ୍ଧରେ ପୋଲିସକୁ ଖବର ଦେଇଥିଲେ ମୃତକଙ୍କ ସ୍ତ୍ରୀ । ଖବରପାଇ କଙ୍କଡାହାଡ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୁରୁବାର କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଗଗନଙ୍କୁ ହତ୍ୟାକରି ତିନି ଅଭିଯୁକ୍ତ ଫେରାର ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.