ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କୁମ୍ଭରେ ମିଳିଲେ ୨୭ ବର୍ଷ ତଳେ ନିଖୋଜ ହୋଇଯାଇଥିବା ସ୍ୱାମୀ; ଅଘୋରୀ ବେଶରେ ଆସିଲେ ନଜର

Published By : Bijay Swain | January 30, 2025 9:32 PM

Image courtesy: indiatoday

ନୂଆଦିଲ୍ଲୀ: ୨୭ ବର୍ଷ ପରେ ହଜିଲା ସ୍ୱାମୀଙ୍କୁ ମହାକୁମ୍ଭରେ ଠାବ କରିଛନ୍ତି ପରିବାର। ଏହା କୌଣସି ଚଳଚ୍ଚିତ୍ରର କାହାଣୀ ନୁହେଁ। ସତରେ ଏପରି ଘଟିଛି ଚଳିତ ମହାକୁମ୍ଭ ମେଳାରେ। ଝାରଖଣ୍ଡର ଜଣେ ମହିଳା ଦୀର୍ଘ ୨୭ ବର୍ଷ ପୂର୍ବେ ଧାନବାଦରେ ନିଜ ଠାରୁ ଅଲଗା ହେଇଯାଇଥିବା ସ୍ୱାମୀଙ୍କୁ ଜଣେ ଅଘୋରୀ ସାଧୁ ରୁପେ ମହାକୁମ୍ଭରେ ଭେଟିଛନ୍ତି।

ସୂଚନା ମୁତାବକ, ଝାରଖଣ୍ଡର ଏକ ପରିବାର ନିକଟରେ କୁମ୍ଭ ମେଳା ବୁଲିବାକୁ ଯାଇଥିଲେ। କୁମ୍ଭମେଳାରେ ପରିବାର ଲୋକମାନେ ବୁଲୁଥିବା ବେଳେ ୨୭ ବର୍ଷ ତଳେ ପରିବାରଠୁ ଅଳଗା ହୋଇଯାଇଥିବା ଜଣେ ସଦସ୍ୟ ଗଙ୍ଗାସାଗରଙ୍କ ଭଳି ଜଣେ ନାଗା ସାଧୁ ଦେଖାଯାଇଥିଲେ। କୌତୁହଳ ବଶତଃ ସେମାନେ ସେଠାରେ ଅଟକି ସମ୍ପୃକ୍ତ ସାଧୁଙ୍କ ଫଟୋ ଉଠାଇ ଘରକୁ ପଠେଇଥିଲେ। ପରେ ସେମାନେ ଘରକୁ ଫେରିବା ପରେ ଗଙ୍ଗାସାଗରଙ୍କ ପତ୍ନୀ ଧନୱା ଦେବୀ ଉକ୍ତ ଫଟୋକୁ ଦେଖି କପାଳରେ ଥିବା ଚିହ୍ନ, ଆଣ୍ଠୁରେ ଥିବା କ୍ଷତ ଚିହ୍ନ ଦେଖି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗଙ୍ଗାସାଗର ବୋଲି ଚିହ୍ନଟ କରିଥିଲେ। ପରେ ଧନୱା ଦେବୀଙ୍କ ସହ ତାଙ୍କ ପୁଅ କମଳେଶ ଓ ବିମଳେଶ ଏବଂ ଗଙ୍ଗାସାଗରଙ୍କ ଭାଇ ମୁରଲି ଯାଦବ ତାଙ୍କୁ ଖୋଜିବାକୁ ଯାଇ କୁମ୍ଭ ମେଳାରେ ପହଞ୍ଚିଥିଲେ। 

ତେବେ ୬୫ ବର୍ଷିୟ ଗଙ୍ଗାସାଗର ବର୍ତ୍ତମାନ ବାବା ରାଜକୁମାର ନାମରେ ଅଘୋରୀ ସାଧୁ ଭାବରେ କୁମ୍ଭ ମେଳାରେ ଯୋଗ ଦେଇଛନ୍ତି। ତେବେ ପରିବାର ଲୋକମାନେ ତାଙ୍କ ପାଖରେ ପହଞ୍ଚି ନିଜ ପରିଚୟ ଦେବାପରେ ସିଏ ନିଜ ପୂର୍ବ ପରିଚୟ ଦେବାକୁ ମନାକରିଦେଇଥିଲେ। ସେ ବାରଣାସୀରୁ ଆସିଥିବା ବେଳେ ସେ କୌଣସି ଗଙ୍ଗାସାଗର ଯାଦବଙ୍କୁ ଜାଣିନାହାନ୍ତି ବୋଲି କହିଥିଲେ। 

ସେ ନିଜ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିବାରୁ ପରିବାର ଲୋକ କୁମ୍ଭମେଳା ପୋଲିସ ନିକଟରେ ପହଞ୍ଚିଥିଲେ। ତାଙ୍କ ଡିଏନଏ ଟେଷ୍ଟ କରିବାକୁ ସେମାନେ ଦାବି ଧରି ପୋଲିସ ପାଖରେ ଅଡି ବସିଥିଲେ। ଧନୱା ଦେବୀ ତାଙ୍କ ସ୍ୱାମୀଙ୍କୁ ତାଙ୍କୁ ଫେରାଇ ଦେବାକୁ ସରକାର ସହଯୋଗ କରନ୍ତୁ ବୋଲି କହି କାନ୍ଦି ଉଠିଥିଲେ।

୨୭ ବର୍ଷ ପୂର୍ବେ ଗାଁରେ ଦାଦାଙ୍କ ପୁଅର ବାହାଘର ଚାଲିଥିବା ବେଳେ ଗଙ୍ଗାସାଗର ଜଣଙ୍କ ପାଇଁ ଶାଢୀ ଆଣିବାକୁ ବଜାର ଜାଇଥିଲେ। ହେଲେ ସେବେଠୁ ସେ ଆଉ ଘରକୁ ଫେରିନଥିଲେ। ପରିବାରର ଜଣେ ସଦସ୍ୟ ନିକଟରେ କୁମ୍ଭମେଳା ଯାଇଥିଲେ। ସେଠାରେ ଜଣେ ସାଧୁ ଗଙ୍ଗାସାଗରଙ୍କ ଭଳି ଦେଖାଯାଉଥିବାରୁ ସେ ତାଙ୍କ ଫଟୋ ଉଠାଇ ଘରକୁ ପଠାଇଥିଲେ। ତେବେ ତାଙ୍କ ଫଟୋ ଦେଖି ତାଙ୍କ ସ୍ତ୍ରୀ ସେ ଗଙ୍ଗାସାଗର ବୋଲି ଚିହ୍ନଟ କରିଥିଲେ। 

ତେବେ ଡିଏନଏ ଟେଷ୍ଟ ପରେ ତାଙ୍କ ପ୍ରକୃତ ପରିଚୟ ଜଣାପଡିବ ବୋଲି ପରିବାର ଲୋକ ଆଶାବାଦୀ ରହିଛନ୍ତି। ତେବେ ଅପେକ୍ଷା କରିକରି ପରିବାରର କିଛି ସଦସ୍ୟ ଘରକୁ ଫେରିଥିବା ବେଳେ ଆଉ କିଛି ସଦସ୍ୟ କୁମ୍ଭ ମେଳାରେ ରହି ତାଙ୍କ ଉପରେ ନଜର ରଖିଛନ୍ତି ବୋଲି ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.