ସ୍ୱାମୀ ବାରଣ୍ଡାରେ, ସ୍ତ୍ରୀ ରୋଷେଇ ଘରେ କଲେ ଆତ୍ମହତ୍ୟା: ଝିଅର ହତ୍ୟା ପରଠୁ ମାନସିକ ଚାପରେ ଥିଲେ…

ବରଗଡ ୨୮/୦୧: ବରଗଡ଼ ଜିଲ୍ଲାର ଭଟଲି ବ୍ଲକର ଭଡ଼ିଗାଁରେ ସ୍ୱାମୀ ଓ ସ୍ତ୍ରୀ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ସ୍ୱାମୀ ଜଣକ ହେଲେ ରଘୁମଣି ଭୁଏ (୫୦) ଓ ସ୍ତ୍ରୀ ପଦିଷ୍ଠା ଭୁଏ(୪୭) । ସ୍ୱାମୀ ବାରଣ୍ଡାରେ ଏବଂ ସ୍ତ୍ରୀ ରୋଷେଇ ଘରେ ପ୍ଲାଷ୍ଟିକ ରାଶିରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି । ତେବେ ଯାଞ୍ଚ ଜାରି ଥିବାରୁ ପରେ ସୂଚନା ଦେବାକୁ ପୁଲିସ ସ୍ପଷ୍ଟ କରିଛି ।
ସୂଚନାଯୋଗ୍ୟ ଯେ, ଗତ ଡ଼ିସେମ୍ବର ୨ ତାରିଖରେ ଝିଅ ସସ୍ମିତାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିଲେ । ଏହାପରେ ସ୍ୱାମୀ-ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ।ହତ୍ୟାଘଟଣାରେ ଯୁବକ ଗିରଫ ହୋଇ ଜେଲ୍ ଯାଇଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା କରିବା ପରେ ସନ୍ଦେହ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲସ ପହଞ୍ଚି ତଦନ୍ତ ଜାରି ରଖିଛି।