PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଅଧା ରାତିରେ ଝଟକା ଲାଗି ଭାଙ୍ଗି ଯାଉଛି କି ନିଦ ? ଜାଣନ୍ତୁ ଏହା ପଛର କାରଣ

ବାରମ୍ବାର ଶୋଇବା ସମୟରେ ଏଭଳି ଲାଗେ ଯେପରି ଆପଣ ହଠାତ୍ ତଳକୁ ଖସି ପଡୁଛନ୍ତି କିମ୍ବା ଶରୀରକୁ ଜୋରଦାର ଝଟକା ଲାଗୁଛି। କ’ଣ ଏହା ହେବା ନର୍ମାଲ ନା କୌଣସି ରୋଗର ଲକ୍ଷଣ? ଏଭଳି ହେବାର କ’ଣ କାରଣ, ତେବେ ଆସନ୍ତୁ ଜାଣିବା। ନିଦରେ ଶୋଇବା ସମୟରେ, ଯେଉଁ ଝଟକା ଲାଗେ ତାକୁ ହାଇପାନିକ୍ ଜର୍କ କିମ୍ବା ଷ୍ଟାର୍ଟର ସ୍ଲିପ୍‌ ନାମରେ ଜଣାଯାଏ। ଏହି ଝଟକା ସେତେବେଳେ ଜଣାପଡେ, ଯେତେବେଳେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ଶୋଇ ରହିଥାଏ କିମ୍ବା ଚାହିଁକି ରହିଥାନ୍ତି। ଯେତେବେଳେ ନିଦ ଭାଙ୍ଗିଥାଏ ସେତେବେଳେ ହାର୍ଟବିଟ୍‌ ରେଠ୍‌ ଓ ନିଶ୍ବାସ ଧିରେ ଧିରେ ଚାଲିଥାଏ, ସେତେବେଳେ ଏଭଳି ଝଟକା ସବୁଠାରୁ ଅଧିକ ଅନୁଭବ ହୁଏ।

ହାଇପାନିକ୍ ଜର୍କ ଅନୁଭବ ହେବ ଏକ ସାଧାରଣ କଥା। ପ୍ରାୟ ୬୦ ରୁ ୭୦ ପ୍ରତିଶତ ଲୋକଙ୍କୁ ରାତିରେ ଶୋଇବା ସମୟରେ ଏଭଳି ଝଟକା ଅନୁଭବ ହୋଇଥାଏ। ଝଟକା ଲାଗିବା ପରେ ଅଧିକ ଲୋକଙ୍କୁ ଏ ବିଷୟରେ ଜଣାନଥାଏ, କାରଣ ସେମାନେ ନିଦରେ ରହିଥାନ୍ତି। ବୈଜ୍ଞାନିକଙ୍କ ମତରେ ଝଟକା ସେତେବେଳେ ଲାଗେ ଯେତେବେଳେ ଜଣେ ବ୍ୟକ୍ତି ଥକି ଯାଇଥାଏ କିମ୍ବା ଚିନ୍ତାରେ ଥଏ। ବହୁବାର ହାଇପାନିକ୍ ଜର୍କ ପଛରେ କେଫିନ୍‌ର ଅଧିକ ସେବନ କରିବା ମଧ୍ୟ ଅନ୍ୟତମ କାରଣ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଓ୍ବାର୍କଆଉଟ୍‌ କରିବା ଦ୍ବାରା ହାଇପାନିକ୍‌ ଜର୍କ ଅନୁଭବ ହୋଇଥାଏ। ଏହାଛଡା ମାଂସପେଶୀ ଟାଣିହେବା କାରଣରୁ ଶୋଇବା ସମୟରେ ମଧ୍ୟ ଝଟକା ଅନୁଭବ ହୋଇଥାଏ। ଏମିତିବି ଝଟକା ଲାଗିବା ଏକ ସାଧାରଣ କଥା, କିନ୍ତୁ ଯଦି ଆପଣଙ୍କୁ ଝଟକା ଲାଗିବା ପରେ ମନ ଅସ୍ଥିର ରୁହେ ତେବେ ଏଭଳି ସ୍ଥିତିରେ ଡାକ୍ତରଙ୍କୁ ନିଶ୍ଚିତ ଭେଟିବା ଦରକାର।