ଭୁବନେଶ୍ୱର,୧୫/୦୧: ଆଜି ଜାନୁଆରୀ ୧୫ ସେନା ଦିବସ। ଭାରତୀୟ ସେନା ଆମର ଗର୍ବ,ଦମ୍ଭ ,ବଳ ଓ ଗୌରବ। ପ୍ରତିଟି ସୈନିକର ତ୍ୟାଗ ଆଗରେ ଆମେ ସର୍ବଦା ନତମସ୍ତକ। ଦେଶର ପ୍ରକୃତ ବୀର ହେଉଛି ଭାରତୀୟ ସେନା। ଆମକୁ ସୁରକ୍ଷିତ ରଖିବ ପାଇଁ ସେମାନଙ୍କ ତ୍ୟାଗ ଅତୁଳନୀୟ। ଏଣୁ ବୀର ଯବାନମାନଙ୍କୁ ସମ୍ମାନ ଜଣାଇ ଭାରତରେ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ଭାରତୀୟ ସେନା ଦିବସ ଭାବେ ପାଳନ କରାଯାଏ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ସ୍ୱତନ୍ତ୍ର ପୋଷ୍ଟରେ କହିଛନ୍ତି, ଭାରତୀୟ ସେନା ଦିବସରେ, ମୁଁ ଭାରତୀୟ ସେନାର ସାହସୀ ସୈନିକମାନଙ୍କୁ ପ୍ରଣାମ କରୁଛି ଏବଂ ଆମ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ରକ୍ଷା କରିବାରେ ସେମାନଙ୍କର ଅଟଳ ସାହସ, ଶୃଙ୍ଖଳା ଏବଂ ସର୍ବୋଚ୍ଚ ବଳିଦାନ ପାଇଁ ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି।
ପ୍ରକାଶ ଥାଉକି, ୧୯୪୯ ମସିହାରେ ବ୍ରିଟିଶ ଜେନେରାଲ ସାର୍ ଏଫଆରଆର ବୁଚରଙ୍କ ସ୍ଥାନରେ ଫିଲ୍ଡ ମାର୍ଶାଲ କେଏମ କାରିଆପ୍ପାଙ୍କୁ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର-ଇନ୍-ଚିଫ୍ ଭାବରେ ନିଯୁକ୍ତି ଦେବାର ସ୍ମୃତିରେ ଜାନୁଆରୀ ୧୫ ରେ ସେନା ଦିବସ ପାଳନ କରାଯାଇଥାଏ। ସୂଚନାଯୋଗ୍ୟ,୧୯୪୯ ମସିହାରେ ବ୍ରିଟିଶ ଜେନେରାଲ ସାର୍ ଏଫଆରଆର ବୁଚରଙ୍କ ସ୍ଥାନରେ ଫିଲ୍ଡ ମାର୍ଶାଲ କେଏମ କାରିଆପ୍ପାଙ୍କୁ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର-ଇନ୍-ଚିଫ୍ ଭାବରେ ନିଯୁକ୍ତି ଦେବାର ସ୍ମୃତିରେ ଜାନୁଆରୀ ୧୫ ରେ ସେନା ଦିବସ ପାଳନ କରାଯାଇଥାଏ।