ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମୁହଁ ଖୋଲିଲେ ରାହୁଲ, କହିଲେ ସ୍ବାଧୀନତାର ସହ ଖେଳିବାକୁ ଚାହେଁ

Published By : Ankita S | November 12, 2024 10:45 AM

ନୂଆଦିଲ୍ଲୀ,୧୨/୧୧: ଆଇପିଏଲରେ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ନିଯୁକ୍ତ ଥିବା କେଏଲ ରାହୁଲ ଆସନ୍ତା ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ପାଇଁ ଖେଳିବେ ନାହିଁ ବୋଲି ନିଶ୍ଚିନ୍ତ ହୋଇଛି । ସୁପରଜାଏଣ୍ଟସ ଜାରି କରିଥିବା ରିଟେନ ତାଲିକାରେ ରାହୁଲଙ୍କ ନାମ ନଥିଲା । ପୂର୍ବ ସିଜନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ତାଙ୍କୁ ଫ୍ରାଞ୍ଚାଇଜ ବାଦ ଦେଇଥିବା ଆଲୋଚନା ହୋଇଥିଲା । ମାତ୍ର ରାହୁଲ ନିଜେ ଓହରି ଯାଇଥିବା ପରବର୍ତ୍ତୀ ସମୟରେ ଜଣାପଡିଥିଲା । ତେବେ ଏ ବାବଦରେ ମୁହଁ ଖୋଲିଛନ୍ତି କେଏଲ ରାହୁଲ ।

ସାକ୍ଷାତକାରରେ କେଏଲ ରାହୁଲ କହିଛନ୍ତି, ନୂଆ ଦଳରେ ନିଜକୁ ସାମିଲ କରିବାକୁ ଚାହୁଁଛି । ପୂର୍ବ ଘଟଣାକୁ ଭୁଲି ନୂଆ ଆରମ୍ଭ କରିବାକୁ ଚାହୁଁଛି । ଏମିତି ଏକ ଦଳରେ ଯୋଗ ଦେବାକୁ ଚାହୁଁଛି ଯେଉଁଠି ମୋତେ ସ୍ବାଧୀନତା ମିଳିବ । ଯେଉଁଠି ମୋତେ ମାନସିକ ଶାନ୍ତି ମିଳିବ । ଯେଉଁଠି ନିଜ ପାଇଁ ଭଲ ହେବ ସେହି ଦଳ ପାଇଁ ଖେଳିବାକୁ ଆଶା ରଖିଛି ।

ସୂଚନାଅନୁସାରେ, ଗତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକ ମ୍ୟାଚରେ କ୍ୟାଚ ସମୟରେ ରାହୁଲ ଓ ଏଲଏସଜି ମାଲିକ ସଞ୍ଜୀବ ଗୋଏଙ୍ଗାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାସହିତ ରାହୁଲ ଓ ସଞ୍ଜୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । କେଏଲ ରାହୁଲ ଲକ୍ଷ୍ନୌ ସୁପରଜାଏଣ୍ଟସ ପାଇଁ ୨୦୨୪ ଆଇପିଏଲ ସଂସ୍କରଣରେ ୧୪ଟି ମ୍ୟାଚ ଖେଳିଥିଲେ । ରାହୁଲଙ୍କ ଆଇପିଏଲ ସ୍କୋର ୫୨୦ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.