PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଭାରତୀୟ ବାୟୁସେନାରେ ସାମିଲ ହେଲା ଚିନୁକ୍ ହେଲିକପ୍ଟର୍

ନୂଆଦିଲ୍ଲୀ ୨୫।୩: ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା ୧୫ଟି ଚିନୁକ୍‌ ହେଲିକପ୍ଟର୍‌ରୁ ପ୍ରଥମ ଚାରିଟିକୁ ସୋମବାର ଦିନ ଚଣ୍ଡିଗଡ଼ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି।

ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧନୋଆ ଏହି ହେଲିକପ୍ଟର୍‌ଗୁଡ଼ିକୁ ବାୟୁସେନାରେ ସାମିଲ କରାଯାଇଛନ୍ତି। ସମୁଦ୍ର ପତ୍ତନ ଠାରୁ ବହୁ ଉଚ୍ଚତାରେ ଅବସ୍ଥିତ ସ୍ଥାନଗୁଡ଼ିକରେ ସୈନିକ ଏବଂ ଯନ୍ତ୍ରପାତି ପରିବହନ ନିମନ୍ତେ ବ୍ୟବହାର କରାଯିବ।

୧୫ ଚିନୁକ ହେଲିକପ୍ଟର୍‌ ସକାଶେ ଭାରତ ସେପ୍ଟେମ୍ବର  ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ୧. ୫ ବିଲିୟନ୍‌ ଡଲାର୍‌ ରାଜିନାମା ସ୍ୱାକ୍ଷର କରିଥିଲା। ଗତ ମାସରେ ସେଥିରୁ ପ୍ରଥମ ୪ଟି ହେଲିକପ୍ଟର୍‌ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଥିଲା। ସେଠାରୁ ସେସବକୁ ଚଣ୍ଡିଗଡ଼ ନିଆଯାଇଥିଲା।­­­­

ଏଥିରେ ଏହି ହେଲିକପ୍ଟର୍‌ ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ୱର ୧୯ତମ ଦେଶ। ୨୩, ୦୦୦ କିଲୋଗ୍ରାମ୍‌ ଓଜନ ଉଠାଇ ଏହା ଘଣ୍ଟାପ୍ରତି ସର୍ବାଧିକ ୩୦୨ କିଲୋମିଟର୍‌ ବେଗରେ ଗତି କରିବ। ଏହାଛଡ଼ା ଚିନୁକ ହେଲିକପ୍ଟର୍‌କୁ ସାମରିକ ଅଭିଯାନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜନ କରାଯାଇ ପାରିବ।

ସମ୍ବନ୍ଧିତ ଖବର