ଭୁବନେଶ୍ବର,୨୨।୭ : ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସଚିବଙ୍କ ସହ କିଛି ଜିଲ୍ଲାର  ଜିଲାପାଳଙ୍କୁ ବଦଳେଇଛନ୍ତି। ପୁଣି ପୁରୀ  ଜିଲ୍ଲାପାଳଙ୍କୁ ବଦଳାଯାଇଛି।  ରଥଯାତ୍ରା ଅଘଟଣ ପରେ  ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିବା ଚଞ୍ଚଳ ରଣାଙ୍କୁ  ଭୁବନେଶ୍ବର ମହାନଗର ନିଗମ କମିଶନର ଭାବେ ଦାୟିତ୍ବ ଦିଆଯାଇଛି।   ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋଜି ପରିଡାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି।

ସେହିପରି ରୂପା ରୋଶନ ସାହୁଙ୍କୁ ରାଜ୍ୟପାଳ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ କରାଯାଇଛି। ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ,  ହେମନ୍ତ ଶର୍ମାଙ୍କୁ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଭାସ୍କରଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ, ବିଜୟ କୁମାର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି , ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  

ସେହିପରି ଜିଲ୍ଲାପାଳ ସ୍ତରରେ ଅଦଳବଦଳ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅମ୍ରିତ ଋତୁରାଜଙ୍କୁ ଦାୟିତ୍ବ ଦିଆଯାଇଛି। ସେ କନ୍ଧମାଳ ଜିଲ୍ଲାପାଳ ଥିଲେ ।  ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଜିଲ୍ଲାପାଳ,  ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ,  ଆଶିଷ ଈଶ୍ବର ପାଟିଲଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, କୀର୍ତ୍ତି ଭାସନ ଭି  ଗଞ୍ଜାମ ଜିଲ୍ଲାପାଳ, ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ୍ ଜିଲ୍ଲାପାଳ, ବେଦଭୂଷଣଙ୍କୁ କନ୍ଧମାଳ ଜିଲ୍ଲାପାଳ,  କୁଲକର୍ଣ୍ଣି ଆଶୁତୋଷ ସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ,  ମଧୁସ୍ମିତାଙ୍କୁ  ଗଜପତି ଜିଲ୍ଲାପାଳ,  ଚୌହାନ କୁନାଲ୍ ମୋତିରାମଙ୍କୁ  ଝାରସୁଗୁଡ଼ା ଜିଲ୍ଲାପାଳ ଓ  ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ, ମହେଶ୍ବର ସ୍ବାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, ରଘୁରାମ ଆୟାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଅମ୍ବର କୁମାର କରଙ୍କୁ  ଯାଜପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି।