ଧୋନୀଙ୍କ ପାଇଁ ବ୍ୟାଟ୍ସମ୍ୟାନଙ୍କୁ ମଜାଦାର ଚେତାବନୀ ଦେଲା ଆଇସିସି, ସୋସିଆଲ ମିଡିଆରେ ଭାଇରାଲ

ଆଇସିସି ଭାରତ- ନ୍ୟୁଜିଲାଣ୍ଡ ୱାନ-ଡେ ସିରିଜ ପରେ ବ୍ଯାଟ୍ସମ୍ୟାନଙ୍କୁ ଉପଦେଶ ଦେଇଛି । ଉପଦେଶ ହେଉଛି ଯେ ଧୋନୀ ଷ୍ଟମ୍ପ୍ସ ପଛରେ ଥିବାବେଳେ କେବେବି କ୍ରିଜ୍ ଛାଡନ୍ତୁନାହିଁ ।
Never leave your crease with MS Dhoni behind the stumps! https://t.co/RoUp4iMpX6
— ICC (@ICC) February 3, 2019
ତେବେ ପ୍ରଶ୍ନ ଉଠୁଛି ଏମିତି କାହିଁକି ଉପଦେଶ ଦେଲା ଆଇସିସି । ଏହାର ଉତ୍ତର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୫ମ ୱାନ-ଡେ ମ୍ୟାଚର ଦ୍ୱିତୀୟ ଭାଗରେ ୩୭ତମ ଓଭରରେ ରହିଛି । ଏହି ୱାନ-ଡେ ମ୍ୟାଚରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୫୨ ରନ୍ କରିଥିଲା । ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୩୬ ଓଭରରେ ୬ ୱିକେଟରେ ୧୭୬ ରନରେ ପହଞ୍ଚିଗଲା । ସେହି ସମୟରେ ନ୍ୟଜିଲାଣ୍ଡକୁ ମ୍ୟାଚ୍ ଜିତିବା ପାଇଁ ୮୪ ବଲରେ ୭୭ ରନ୍ ଆବଶ୍ୟକ ଥିଲା । ସେହି ସମୟରେ ନିଶମ ୪୪ ରନ୍ କରି ଖେଳୁଥିଲେ ।
୩୭ ଓଭରର ବଲରେ ନିଶାମ ଷ୍ଟ୍ରାଇକ କରିବାକୁ ଆସିଲେ । ବୋଲିଂ କରୁଥିଲେ କେଦାର ଜାଦବ । ବଲ୍ ପ୍ୟାଡରେ ଲାଗିଲା ଓ ଜାଦବଙ୍କ ସହିତ ଅନ୍ୟ କେତେ ଭାରତୀୟ ଖେଳାଳୀ ମଧ୍ୟ ଆଉଟ୍ ଅପିଲ୍ କଲେ । ଅମ୍ପାୟାର ଅପିଲ୍ ପ୍ରତ୍ଯାଖାନ କଲେ । କିନ୍ତୁ ସେହି ସମୟରେ ପ୍ୟାଡରେ ବାଜିଥିବା ବଲଟି ଧୋନୀଙ୍କ ପାଖକୁ ଚାଲିଯାଇଥିଲା । ରନ୍ କରିବା ପାଇଁ ଚେଷ୍ଟା କରୁଥିବା ନିଶାନ୍ କ୍ରିଜ୍ ଛାଡିସାରିଥିଲେ କିନ୍ତୁ ଅନ୍ୟ ପଟେ ଥିବା ସେଣ୍ଟନର ରନ୍ କରିବା ପାଇଁ ମନା କରିଦେଲେ । ନିଶାନ କ୍ରିଜକୁ ଫେରିବା ପୂର୍ବରୁ ଧୋନୀ ୱିକେଟ୍ ଷ୍ଟମ୍ପ୍ସ ଓଡାଇ ସାରିଥିଲେ । ନିଶାନ ୩୧ ବଲରେ ୪୪ ରନ୍ କରି ଆଉଟ୍ ହେଲେ ।
ଏହାପରେ ନ୍ୟୁଜିଲାଣ୍ଡ ଟିମ୍ ୨୧୭ ରନ୍ କରି ଆଉଟ୍ ହୋଇଗଲା । ଭାରତୀୟ ଟିମ୍ ଶେଷ ୱାନ-ଡେ ମ୍ୟାଚ୍ ଜିତି ସିରିଜ୍ ୪-୧ରେ ଜିତିଗଲା । ଭାରତ ନ୍ୟୁଜିଲାଣ୍ଡକୁ ନ୍ୟୁଜିଲାଣ୍ଡରେ ୱାନ-ଡେରେ ୧୦ ବର୍ଷ ପରେ ହରାଇଲା । ଧୋନୀ ୱିକେଟ୍ ପଛରେ କେବଳ କ୍ୟାଚ୍ ନୁହେଁ, ଷ୍ଟମ୍ପିଂ କରନ୍ତି ଏବଂ ରନ୍ ଆଉଟ୍ ମଧ୍ଯ କରନ୍ତି ।
ଜାପାନର ମଲ୍ଟିମିଡିଆ କଳାକାର ୟୋକେ ଓନୋ ୧ ଫେବୃୟାରୀରେ ଟ୍ୱିଟ୍ କରିଥିଲେ । ଏହା ଉପରେ ବହୁତ ରିପ୍ଲାଏ ଆସିଥିଲା କିନ୍ତୁ ଆଇସିସିର ଏହି ମଜାଦାର ରିପ୍ଲାଏ ଭାଇରାଲ ହେବାରେ ଲାଗିଛି ।