ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚମ୍ପିଆନ୍ସ ଟ୍ରଫି; କାହିଁକି ପାକିସ୍ତାନ ଆସିବ ନାହିଁ ଭାରତ, ବିସିସିଆଇକୁ ଲିଖିତ ଉତ୍ତର ମାଗିଲା ଆଇସିସି

Published By : Ankita S | November 15, 2024 3:14 PM

ନୂଆଦିଲ୍ଲୀ,୧୫/୧୧: କେଉଁଠି ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫ । ଏହାକୁ ନେଇ ବାଦ ବିବାଦ ଚାଲିଛି । ହାଇବ୍ରିଡ ଫର୍ମୁଲାରେ ହେବ ନା ଭାରତ ପାକିସ୍ତାନ ଯିବ ତାର କୌଣସି ସଠିକ ଖବର ଆସିନାହିଁ । ଏହାରି ଭିତରେ ଚମ୍ପିଆନ୍ସ ଟ୍ରଫିକୁ ନେଇ ଆସିଲା ବଡ ଖବର । ଭାରତକୁ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନକୁ କାହିଁକି ଛାଡିବାକୁ ଅମଙ୍ଗ ବିସିସିଆଇ । ଏହା ପଛର କାରଣ କଣ । ଏ ନେଇ ବିସିସିଆଇକୁ ଲିଖିତ ଭାବେ ବର୍ଣ୍ଣନା କରିବାକୁ କହିଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ।

ପାକିସ୍ତାନ କ୍ରିକେଟ କାଉନସିଲ ଅନୁରୋଧ କ୍ରମେ  ଭାରତକୁ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନକୁ କାହିଁକି ଛାଡିବାକୁ ଅମଙ୍ଗ ବିସିସିଆଇ ତାର ଲିଖିତ ବର୍ଣ୍ଣନା କରିବାକୁ କହିଛି ଆଇସିସି । ଲିଖିତ ଉତ୍ତରରେ ପାକିସ୍ତାନକୁ ପ୍ରମାଣ ମିଳିବ ବୋଲି କୁହାଯାଉଛି । ଯଦି ଭାରତ ଆସିବାକୁ ମନା କରେ ତେବେ ଅନ୍ୟ ଏକ ଦଳକୁ ମେଗା ଟୁ୍ର୍ଣ୍ଣାମେଣ୍ଟରେ ସାମିଲ କରାଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।

ଭାରତକୁ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନକୁ ଛାଡିବାକୁ ଚାହୁଁନାହିଁ ବିସିସିଆଇ । ସେପଟେ ପାକିସ୍ତାନ ହାଇବ୍ରି ମଡେଲରେ ଟୁର୍ଣ୍ଣାମେଣ୍ଟ ଚାହୁଁନାହିଁ । କୁହାଯାଉଛି କି ଯଦି ପାକିସ୍ତାନରେ ପୁରା ଟୁର୍ଣ୍ଣାମେଣ୍ଟ ଖେଳା ନ ଯାଏ ତେବେ ପାକିସ୍ତାନ ଓହରିଯାଇପାରେ । ତେବେ କଣ ନିଷ୍ପତ୍ତି ହେବ ସେ ବିଷୟରେ ବୈଠକ ଚାଲିଛି । ପୂର୍ବରୁ ପାକିସ୍ତାନ ଏସିଆନ ଟ୍ରଫି ଆୟୋଜନ କରିଥିଲା ମାତ୍ର ତାହା ହାଇବ୍ରିଡ ମଡେଲରେ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.