ନୂଆଦିଲ୍ଲୀ,୧୬/୦୭: ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଆଇସିସି ଫର୍ମାଟ୍ରେ ପରିବର୍ତ୍ତନ କରିଛି । ଆସନ୍ତା ବର୍ଷ ୧୪ଟି ଦଳକୁ ନେଇ ବିଶ୍ୱକପ୍ ଖେଳାଯିବ । ଆଇସିସି ଦିନିକିଆ ମାନ୍ୟତା ତାଲିକାର ପ୍ରଥମ ୧୧ଟି ସ୍ଥାନରେ ରହିଥିବା ଦଳ ସିଧା ସଳଖ ବିଶ୍ୱକପର ମୁଖ୍ୟ ଡ୍ର’ରେ ପ୍ରବେଶ କରିବେ । ମାନ୍ୟତା ତାଲିକାର ୧୨ରୁ ୧୪ ମଧ୍ୟରେ ରହିଥିବା ୩ଟି ଦଳ ରାଉଣ୍ଡ ରବିନ ଫର୍ମାଟ୍ରେ ପରସ୍ପରକୁ ଭେଟିବେ । ଏଥିରୁ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିବା ଦଳ ମୁଖ୍ୟ ଡ୍ର’କୁ ଯୋଗ୍ୟତା ଅର୍ଜନ କରିବେ । ଆଇସିସିର ଏପରି କରିବା ଲକ୍ଷ୍ୟ ହେଉଛି ପ୍ରତ୍ୟେକ ମ୍ୟାଚକୁ ଗୁରୁତ୍ୱପୂର୍ଣ୍ଣ କରିବା । ଉତ୍ସାହ ବଢାଇବା, ପ୍ରଭାବହୀନ ମ୍ୟାଚ୍ ସଂଖ୍ୟା କମାଇବା ।
୧୨ଟି ଦଳକୁ ନେଇ ଗ୍ରୁପ୍ ପର୍ଯ୍ୟାୟ ଖେଳାଯିବ । ମୋଟ ଦଳକୁ ୨ଟି ଗ୍ରୁପରେ ଭାଗ କରାଯିବ । ପ୍ରତି ଗ୍ରୁପ୍ରେ ୬ଟି ଲେଖାଏଁ ଦଳ ରହିବେ । ଗ୍ରୁପ୍ ରାଉଣ୍ଡ ରବିନ ଫର୍ମାଟ୍ ଜରିଆରେ ଉଭୟ ଗ୍ରୁପ୍ରୁ ଶ୍ରେଷ୍ଠ ୩ଟି ସ୍ଥାନ ଅଧିକାର କରିଥିବା ଦଳ ସୁପରସେଭେନ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ । ଏମାନଙ୍କ ବ୍ୟତୀତ ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ରହିଥିବା ଏକ ଦଳ ଉକ୍ତ ରାଉଣ୍ଡ୍ରେ ପ୍ରବେଶ କରିବ । ମୋଟ୍ ୭ଟି ଦଳକୁ ନେଇ ରାଉଣ୍ଡ ରବିନ ଫର୍ମାଟ୍ରେ ଟୁର୍ଣ୍ଣାମେଣ୍ଟ ଆଗକୁ ବଢିବ । ଏହି ରାଉଣ୍ଡ୍ରେ ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । କେବଳ ଏହି ରାଉଣ୍ଡରେ ୨୧ଟି ମ୍ୟାଚ ଖେଳାଯିବ । ଏଥିରୁ ପଏଣ୍ଟ ତାଲିକାର ପ୍ରଥମ ୪ଟି ସ୍ଥାନ ଅଧିକାର କରିଥିବା ଦଳ ସେମି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବେ । ପ୍ରଥମ ସେମି ଫାଇନାଲ୍ରେ ପ୍ରଥମ ଓ ଚତୁର୍ଥ ସ୍ଥାନ ଦଖଲ କରିଥିବା ଦଳ ପରସ୍ପରକୁ ଭେଟିବେ । ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିବା ଦଳ ଦ୍ୱିତୀୟ ସେମିରେ ସାମ୍ନା ସାମ୍ନି ହେବେ ।
ଏହା ବି ପଢନ୍ତୁ...IND VS ENG ODI: ଆଜି ଦ୍ୱିତୀୟ ଦିନିକିଆ; ସିରିଜ କବଜା ଲକ୍ଷ୍ୟରେ ଟିମ୍ ଶୁଭମନ, ରୋ-କୋଙ୍କ ଫର୍ମ ଟେନ୍ସନ୍
ପୂର୍ବରୁ ODI ବିଶ୍ୱକପ୍ ୧୪ ଦଳରୁ ୧୨ ଦଳକୁ ହ୍ରାସ କରିବା ପାଇଁ ଆଲୋଚନା ହୋଇଥିଲା, କିନ୍ତୁ ICC ବୋର୍ଡ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହା ବଦଳରେ, ୧୪ ଦଳର ଫର୍ମାଟକୁ ବଜାୟ ରଖି ସମଗ୍ର ଟୁର୍ଣ୍ଣାମେଣ୍ଟର ଫର୍ମାଟକୁ ପରିବର୍ତ୍ତନ କରାଯାଇଥିଲା । ୨୦୨୭ ଦିନିକିଆ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ ମିଳିତ ଭାବରେ ଆୟୋଜନ କରିବେ । ଏଥର ଟୁର୍ଣ୍ଣାମେଣ୍ଟ ୪ ରାଉଣ୍ଡରେ ଖେଳାଯିବ । ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ୧୨ତମ, ୧୩ ତମ୍ ଏବଂ ୧୪ ତମ୍ ସ୍ଥାନରେ ଥିବା ୩ଟି ଦଳ ସୁପର ସିରିଜ୍ ଖେଳିବ । ଏହା ଏକ ରାଉଣ୍ଡ ରବିନ୍ ଫର୍ମାଟ୍ ହେବ । ପ୍ରତି ଦଳ ଅନ୍ୟ ଦଳ ସହ ୨ଟି ମୁକାବିଲା ଖେଳିବ । ଏହି ମିନି ଲିଗ୍ କେବଳ ଶ୍ରେଷ୍ଠ ଦଳ ମୁଖ୍ୟ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବେ । ବାକି ୨ଟି ଦଳ ପ୍ରାଥମିକ ପର୍ଯ୍ୟାୟରେ ବାଦ ପଡ଼ିବ । ଗ୍ରୁପ୍ ପର୍ଯ୍ୟାୟ ସୁପର ସିରିଜ୍ ଜିତିଥିବା ଦଳ ମୁଖ୍ୟ ଡ୍ରରେ ବାକି ୧୧ ଦଳ ସହିତ ଯୋଗଦେବ। ୧୨ ଦଳକୁ ଦୁଇଟି ଗ୍ରୁପ୍ ରେ ବିଭକ୍ତ କରାଯିବ, ପ୍ରତ୍ୟେକ ଗ୍ରୁପ୍ ରେ୬ଟି ଦଳ ରହିବେ।