ନୂଆଦିଲ୍ଲୀ,୧୬/୦୭: ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯିବ । ପ୍ରଥମ ମ୍ୟାଚ ପରାଜିତ ହୋଇଥିବା ଇଂଲଣ୍ଡ ତ୍ରୁଟି ସୁଧାରି ପ୍ରତ୍ୟାବର୍ତ୍ତନ ପାଇଁ ପୟାସ କରିବ । ଭାରତ ନିକଟରେ ସିରିଜ ବିଜୟ ପାଇଁ ସୁଯୋଗ ରହିଛି । ତଥାପି ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ଦଳର ଚିନ୍ତା ରହିଛି । ୨ଟି ଟି-ଟ୍ୱେଣ୍ଟି ସିରିଜ ପରାଜିତ ହେବା ପରେ ପ୍ରଥମ ଦିନିକିଆ ବିଜୟ ଭାରତୀୟ ଦଳକୁ ଆଶ୍ୱସ୍ତ କରିଛି । ତଥାପି ଅନେକ ତ୍ରୁଟି ସୁଧାରିବା ଜରୁରି ହୋଇ ପଡ଼ିଛି । ବିଶେଷ କରି ଟପ ଅର୍ଡର ଖେଳାଳିମାନଙ୍କୁ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ ।

ପ୍ରଥମ ମ୍ୟାଚରେ ଉଭୟ ରୋହିତ ଓ କୋହଲି ନିରାଶ କରିଥିଲେ । ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ବୋଲିଂ ବିଭାଗକୁ ଶୃଙ୍ଖଳିତ କରିଛି । ତାଙ୍କ ଉପସ୍ଥିତିରେ ଅନ୍ୟ ପେସ୍ ବୋଲରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଆଜି ପ୍ରସିଦ୍ଧ କ୍ରିଷ୍ଣା ୩ଟି ୱିକେଟ୍ ନେଲେ ଦିନିକିଆରେ ୫୦ ୱିକେଟ୍ ପୂରଣ କରିବେ । କାର୍ଡିଫରେ ଇଂଲଣ୍ଡ ଖେଳିଥିବା ଶେଷ ୧୪ଟି ଦିନିକିଆରୁ ୧୦ଟିରେ ବିଜୟ ହାସଲ କରିଛି । ଭାରତ ମଧ୍ୟ ଏହି ଗ୍ରାଉଣ୍ଡରେ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ରିଟାୟାର୍ଡ ହର୍ଟ ହୋଇଥିବା ଅଧିନାୟକ ଶୁଭମନ ଗିଲ୍ ଫିଟ୍ ଘୋଷିତ ହୋଇଛନ୍ତି । ଫଳରେ ସେ ଆଜି ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି । ୨୦୨୨ରେ ସେ ଗ୍ଲାମରଗାନ ପକ୍ଷରୁ ଏହି ଗ୍ରାଉଣ୍ଡ୍‌ରେ କାଉଣ୍ଟି କ୍ରିକେଟ୍ ଖେଳି ସାରିଛନ୍ତି । କାର୍ଡିଫ ପିଚ୍ ସର୍ବଦା ପେସ୍ ବୋଲରଙ୍କୁ ସହାୟତା କରି ଆସିଛି । ଏଠାରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇ ମ୍ୟାଚ ଜିତିବାର ରେକର୍ଡ ରହିଛି ।

ଏହା ବି ପଢନ୍ତୁ...IND VS ENG 1st ODI: କ୍ୟାପ୍ଟେନ୍ ଗିଲ୍ଙ୍କ ଜବାବ, ବାପୁଙ୍କ ଅଲରାଉଣ୍ଡର ଶୋ...ଥରିଲା ଇଂଲଣ୍ଡ ଦୁର୍ଗ, କାହିଁକି ସ୍ପେସାଲ ଏଜବାଷ୍ଟନ ବିଜୟ ?

ଏହା ବି ପଢନ୍ତୁ...FIFA WC Final: ୭ ମିନିଟ୍ରେ ୨ ଗୋଲ୍ରେ ବଦଳିଲା ଗେମ୍ ! ମେସି ମ୍ୟାଜିକ୍ରେ ହାରିଲା ଇଂଲଣ୍ଡ, ସ୍ପେନ୍-ଆର୍ଜେଣ୍ଟିନା ଫାଇନାଲ୍  

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶୁଭମନ ଗିଲ୍(ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ଶିବମ ଦୁବେ,ୱାସିଂଟନ ସୁନ୍ଦର,ଯଶପ୍ରୀତ ବୁମରା,ପ୍ରସିଦ୍ଧ କ୍ରିଷ୍ଣା,ଗୁରନୂର ବ୍ରାର ।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ବେନ ଡକେଟ୍, ଜାକବ ବେଥେଲ, ଜୋ ରୁଟ୍, ହ୍ୟାରୀ ବ୍ରୁକ୍(ଅଧିନାୟକ), ଜୋସ ବଟଲର, ସାମ କୁରାନ, ୱିଲ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲାଏମ ଡାଓସନ, ଜୋସ ଟଙ୍ଗ, ଆଦିଲ ରସିଦ ।