ମୁମ୍ବାଇ,୦୫/୦୩:୨୦୨୬ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ୨୫୩ ରନ କରିଛି। ଏହା ଟି-୨୦ ବିଶ୍ୱକପର ନକଆଉଟ୍ ମ୍ୟାଚରେ ସର୍ବାଧିକ ସ୍କୋର। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ଟିମ୍ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ସଞ୍ଜୁ ସାମସନ ବିସ୍ଫୋରକ ୮୯ ରନ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ, ତାଙ୍କ ପରେ ଶିବମ୍ ଦୁବେ ୪୩ ରନର ଏକ ଦର୍ଶନୀୟ ଇନିଂସ ଖେଳିଥିଲୋ।

ସର୍ବାଧିକ ସ୍କୋର କଲା ଭାରତ:

ଭାରତ ଏବେ ଟି-୨୦ ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍ ଇତିହାସରେ ସର୍ବାଧିକ ସ୍କୋର କରିଥିବା ଦଳ ପାଲଟିଛି। ପୂର୍ବରୁ, ଏହି ରେକର୍ଡ ୱେଷ୍ଟଇଣ୍ଡିଜ୍ ପାଖରେ ଥିଲା, ଯିଏକି ୨୦୧୨ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୫ ରନ୍ କରିଥିଲା। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଏକମାତ୍ର ଦୁଇଟି ଦଳ ଯେଉଁମାନେ ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍ରେ ୨୦୦ରୁ ଅଧିକ ସ୍କୋର କରିଛନ୍ତି।

ବିରାଟଙ୍କ ସମକକ୍ଷ ହେଲେ ସାମସନ:

ଏହି ମ୍ୟାଚ୍ରେ ମଧ୍ୟ ଅଭିଷେକ ଶର୍ମା ଫ୍ଳପ୍ ସାବ୍ୟସ୍ତ ହୋଇଥିଲେ। ସାମସନ୍ ୪୨ ବଲ୍ରେ ୮୯ ରନ୍ର ଏକ ଧମାକାଦାର ଇନିଂସ ଖେଳିଥିଲେ। ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍ରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ପାଇଁ ସାମସନ୍ ବିରାଟ କୋହଲିଙ୍କ ସହ ସମକକ୍ଷ ହୋଇଛନ୍ତି। ଏହି ଇନିଂସ୍ରେ ସେ ୮ ଚୌକା ଏବଂ ୭ ଛକା ମାରିଥିଲେ। ୨୦୨୬ ଟି-୨୦ ବିଶ୍ୱକପ୍ରେ ଏହା ସଞ୍ଜୁ ସାମସନ୍ଙ୍କର ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଶନ ୩୯, ହାର୍ଦ୍ଦିକ ପାଣ୍ଡ୍ୟା ୨୭, ତିଳକ ବର୍ମା ୨୧, ସୂର୍ଯ୍ୟକୁମାର ଯାଦବ ୧୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ରନ୍ ଛୁଇଁପାରିନଥିଲେ। ବର୍ତ୍ତମାନ ଇଂଲଣ୍ଡ ଦଳ ଭାରତ ଦେଇଥିବା ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇବ।