PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଆଇସିଜେରେ ଭାରତର ବଡ ବିଜୟ, କୁଳଭୂଷଣଙ୍କ ଫାଶୀ ଉପରେ ଲାଗିଲା ରୋକ୍

ନୁଆଦିଲ୍ଲୀ ୧୭/୭: ଆନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ) ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲାରେ ବୁଧବାର ସନ୍ଧ୍ଯାରେ ନିଷ୍ପତ୍ତି ଶୁଣାଇଛନ୍ତି । ଆଇସିଜେରେ ଭାରତର ବଡ ବିଜୟ ହୋଇଛି । ଭାରତର ସପକ୍ଷରେ ଆଇସିଜେଙ୍କ ନିଷ୍ପତ୍ତି ଆସିଛି । କୁଳଭୂଷଣଙ୍କ ଫାଶୀ ଉପରେ ରୋକ୍ ଲଗାଇଛନ୍ତି ଆଇସିଜେ । ଏହାସହ ପାକିସ୍ତାନକୁ ନିଜ ନିଷ୍ପତ୍ତି ଉପରେ ପୁର୍ନବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଇସିଜେ । ସୂଚନା ଅନୁସାରେ ୧୬ଜଣ ଜଜଙ୍କ ମଧ୍ଯରୁ ୧୫ ଜଣ କୁଳଭୂଷଣଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି ।

ନିଷ୍ପତ୍ତି ଆସିବା ପୂର୍ବରୁ ଆଜି ଦେଶର ବିଭିନ୍ନ ସ୍ଥାନମାନଙ୍କରେ କୁଳଭୂଷଣଙ୍କ ପାଇଁ ଲୋକମାନେ ପୂଜାର୍ଚ୍ଚନା କରିଥିଲେ । ସମସ୍ତେ କୁଳଭୂଷଣଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧିଥିଲେ । ସମସ୍ତଙ୍କୁ ଆଶା ଥିଲା ଯେ କୋର୍ଟଙ୍କ ନିଷ୍ପତ୍ତି ଭାରତ ସପକ୍ଷରେ ହିଁ ଆସିବ ଏବଂ କୁଳଭୂଷଣ ଖୁବ ଶୀଘ୍ର ସୁରକ୍ଷିତ ଭାରତ ଫେରିଆସିବେ ।

ଯାଦବ ଜଣେ ଅବସରପ୍ରାପ୍ତ ଭାରତୀୟ ନୈସେନା ଅଧିକାରୀ । ତାଙ୍କୁ ପାକିସ୍ତାନ ସେନା ଅଦାଲତ, ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଏପ୍ରିଲ୍ ୨୦୧୭ରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ।  ଭାରତ ୨୦୧୭ରେ ଆଇସିଜେ ସମ୍ମୁଖରେ ଏହି ମାମଲା ଉଠାଇଥିଲା । ପାକିସ୍ତାନ ଉପରେ ଯାଦବଙ୍କୁ କାଉନସିଲର ଯୋଗାଇନଥିବା ନେଇ ଅଭିଯୋଗ ଲଗାଇଥିଲା ଭାରତ । ଭାରତ, ପାକିସ୍ତାନୀ ସେନାର ଟ୍ରାୟଲକୁ ମଧ୍ୟ ଚାଲେଞ୍ଜ କରିଥିଲା । ଆଇସିଜେ ୧୮ ମେ ୨୦୧୭ରେ ଯାଦବଙ୍କ ଉପରେ କୌଣସି ବି ନିଷ୍ପତ୍ତି ଆସିବା ପର୍ଯ୍ଯନ୍ତ କୌଣସି ବି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ପାକିସ୍ତାନ ଉପରେ  ରୋକ ଲଗାଇଥିଲେ ।

ଅଧିକ ପଢନ୍ତୁ ଆଇସିଜେଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲେ ସୁଷମା, କହିଲେ ‘ଭାରତର ବୃହତ ବିଜୟ’

ଫେବୃୟାରୀରେ ଆନ୍ତର୍ଜାତୀୟ ଅଦାଲତ ଏହି ମାମଲାରେ ୪ ଦିନ ଶୁଣାଣି କଲେ । ଏହି ସମୟରେ ଭାରତ-ପାକିସ୍ଥାନ ନିଜ ନିଜ ତଥ୍ୟ ଉପସ୍ଥାପନ କରିଥିଲେ । ଭାରତ କହିଥିଲା ଯେ ଯାଦବଙ୍କୁ ମୃତ୍ଯୁ ଦଣ୍ଡ ରଦ୍ଦ କରିଦିଆଯାଉ । ତାଙ୍କୁ ତୁରନ୍ତ ମୁକ୍ତ କରିଦିଆଯାଉ ।

ଅନ୍ଯପଟେ ପାକିସ୍ତାନ କହିଥିଲା ଯେ ଭାରତୀୟ ନୌସେନା ଅଧିକାରୀ ଯାଦବ ଜଣେ ବିଜନେସମ୍ୟାନ୍ ନୁହଁନ୍ତି ବରଂ ଜଣେ ଗୁଇନ୍ଦା । ପାକ୍ କହିଥିଲା ତାଙ୍କ ସେନା ୩ ମାର୍ଚ୍ଚ ୨୦୧୬ରେ ବଲୁଚିସ୍ଥାନରେ ଯାଦବଙ୍କୁ ଗିରଫ କରିଥିଲା । ସେ ଇରାନରୁ ପାକିସ୍ତାନରେ ପ୍ରବେଶ କରିଥିଲେ । ତେବେ ଆଜି ଏହା ଉପରେ ଶୁଣାଣି କରିଛନ୍ତି ଆନ୍ତର୍ଜାତୀୟ ଅଦାଲତ । ପାକିସ୍ତାନକୁ ପୁର୍ନବାର ନିଜ ନିଷ୍ପତ୍ତି ଉପରେ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ତର୍ଜାତୀୟ ଅଦାଲତ ।

ସମ୍ବନ୍ଧିତ ଖବର