PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ତାମିଲନାଡ଼ୁରେ ୫୦ ବର୍ଷ ପୂର୍ବେ ଚୋରି ହୋଇଥିବା ଦେବୀ ପାର୍ବତୀ ମୂର୍ତ୍ତିର ମିଳିଲା ଠିକଣା

ଚେନ୍ନାଇ: ତାମିଲନାଡ଼ୁ କୁମ୍ଭକୋଣମ ମନ୍ଦିରରେ ୫୦ ବର୍ଷ ପୂର୍ବରୁ ଚୋରି ହୋଇଥିବା ପାର୍ବତୀ ପ୍ରତିମୂର୍ତ୍ତିର ସୂଚନା ପାଇଛି ରାଜ୍ୟ ପୁଲିସ। ଏହି ପ୍ରତିମୂର୍ତ୍ତି ଆମେରିକା ନ୍ୟୁର୍କର ଏକ ନିଲାମି ଘରେ ରହିଛି। ଏହି ପ୍ରତିମା ଚୋଲା ସମୟର ଅଟେ ।

ଏନେଇ ସ୍ଥାନୀୟ ପୁଲିସକୁ ୧୯୭୧ ମସିହାରେ ଅଭିଯୋଗ କରାଯାଇଥିଲା।ଏବଂ ୨୦୧୯ରେ ଜଣେ ବ୍ୟକ୍ତି କେ.ବାସୁଙ୍କ ଅଭିଯୋଗ ଉପରେ ଆଇଡଲ ବିଙ୍ଗ ଦ୍ୱାରା ଏକ ଏଫଆଇର ରୁଜୁ କରାଯାଇଥିଲା। ସେବେଠାରୁ ଏହି ମାମଲା ଚାଲିଆସୁଛି। କିଛି ଦିନ ତଳେ ଆଇଡଲ ବିଙ୍ଗ ଇନ୍ସପେକ୍ଟର ଏମ. ଚିତ୍ରା ତଦନ୍ତ ଆରମ୍ଭ କରିବା ପରେ ବିଦେଶରେ ରହିଥିବା ବିଭିନ୍ନ ସଂଗ୍ରାଳୟ ଓ ନିଲାମି ଘରେ ଚୋଲା ସମୟର ପାର୍ବତୀ ମୂର୍ତ୍ତିକୁ ବ୍ରାଉଜ କରିବା ଆରମ୍ଭ କରିଥିଲେ। ତଦନ୍ତ ଆରମ୍ଭ କରିବାରେ ଏହା ଆମେରିକା ବୋନହମ୍ସ ଆକ୍ସନରେ ମିଳିଛି। 

ଆଇଡଲ ବିଙ୍ଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଚୋଲ ସମୟରେ ପ୍ରାୟ ଦ୍ୱାଦଶ ଶତାବ୍ଦୀରେ ମିଶ୍ର ଧାତୁରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ପ୍ରାୟ ୫୨ ସେଣ୍ଟିମିଟର ଓ ଏହାର ଦାମ ପ୍ରାୟ ୨୧୨,୫୭୫ ଆମେରିକା ଡଲାର ଭାରତୀୟ ମୂଦ୍ରାରେ ୧ କୋଟି ୬୮ ଲକ୍ଷ ୨୬ ହଜାର ୧୪୩ ଟଙ୍କା।  

ସମ୍ବନ୍ଧିତ ଖବର