- ଆରାବଳୀ ପର୍ବତମାଳା ଉତ୍ତର ଭାରତର ନିଃଶ୍ୱାସ
- ପରିବେଶବିତମାନେ ଚେତାବନୀ ଦେଇଛନ୍ତି
- ଆରବଳୀ ଉପରେ ବିପଦ ଘନେଇଛି
- ଉତ୍ତିଦ ଓ ଜନଜୀବନ ପ୍ରଭାବିତ ଦେବ
- ଅଦିନିଆ ବର୍ଷା ଓ ମରୁଡ଼ି ବଢିବ
ଜୟପୁର : ଭାରତରେ ଆରାବଳୀ ଏକ ପର୍ବତମାଳା ନୁହେଁ ,ଏହା ଉତ୍ତର ଭାରତର ନିଃଶ୍ୱାସ। ଏହି ସମୟରେ ପରିବେଶବିତମାନେ ଚେତାବନୀ ଦେଇଛନ୍ତି ଯେ, ଏହା ଉପରେ ଖୁବ୍ ସଙ୍କଟର ଛାୟା ଘେରିବାକୁ ଲାଗିଛି। ଆରାବଳୀ ପାହାଡ଼ ଗୁଡିକର ନୂଆ ପରିଭାଷା ସାମ୍ନାକୁ ଆସିବା ପରେ ଏହିସବୁର ଆରମ୍ଭ ହୋଇଛି । ଆସନ୍ତୁ ଜାଣିବା ପ୍ରକୃତରେ କଣ ଏହି ମାମଲା ? ଏହାସହ ବିସ୍ତୃତରେ ବୁଝିବା ଯେ , ଉତ୍ତର ଭାରତ ପାଇଁ ଏହି ପାହାଡ଼ ଗୁଡ଼ିକ ଏତେ ଜରୁରି କେମିତି , ଯାହାକି ଏହାର ଅନୁପସ୍ଥିତିରେ ଜୀବନ ଉପରେ ସଙ୍କଟର କଳା ବାଦଲ ଘୋଟି ଆସିବ ?
ସର୍ବପ୍ରଥମେ ବୁଝନ୍ତୁ ଯେ, ବାସ୍ତବିକ ମାମଲା କଣ। ନୂଆ ପରିଭାଷାରେ କୁହାଯାଇଛି ଯେ,ସେହି ଭୂ-ଆକୃତିକୁ ଆରାବାଳୀ ଶୃଙ୍ଖଳାରେ ସାମିଲ କରାଯିବ, ଯାହା ଭୂପୃଷ୍ଠରୁ ଅତି କମ୍ରେ ୧୦୦ ମିଟର ଉଚ୍ଚତା ହେବ। ସୂଚନାକାରୀମାନେ ଚିନ୍ତାବ୍ୟକ୍ତ କରି କହିଛନ୍ତି – ଏମିତି କରିବା ଦ୍ୱାରା ପାଖାପାଖି ୯୦ ପ୍ରତିଶତ ପାହାଡ଼ ସବୁ ସଂରକ୍ଷଣର ପରିସରରୁ ବାହାରକୁ ଚାଲିଯିବ। ଏହାପରେ ଏଠାରେ କୌଣସି ନୀତି ନିୟମ ରହିବ ନାହିଁ, ଯେଉଁଥିରେ ଖନନ , କନଷ୍ଟ୍ରକ୍ସନ ,ବୃକ୍ଷ କଟା ଓ ପରବେଶକୁ କ୍ଷତି କରିବା ଆରମ୍ଭ ହୋଇଯିବ।
ପାଞ୍ଚୋଟି ପଏଣ୍ଟରେ ବୁଝନ୍ତୁ ଆରାବଳୀର ଆବଶ୍ୟକତାକୁ :
- ମରୁଭୂମିକୁ ପ୍ରସାରିତ ହେବାରେ ରୋକିଥାଏ ।
- ମୌସୁମୀ ଓ ବର୍ଷାର ପାଟର୍ନକୁ ମଧ୍ୟ ନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ କରିବାରେ ଭୂମିକା ତୁଲାଇ ଥାଏ।
- ଗ୍ରାଉଣ୍ଡ ୱାଟରକୁ ରିଚାର୍ଜ କରିଥାଏ।
- ପ୍ରଦୂଷଣ ଓ ଧୂଳିକୁ ଉତ୍ତର ଭାରତ ପକ୍ଷରୁ ବଢିବାରେ ରୋକିଥାଏ।
- ଜୈବ ବିବିଧତାର ଭଣ୍ଡାର ଅର୍ଥାତ୍ ହଜାର ହଜାର ପ୍ରକାର ଗଛ ଲତା ଓ ଜୀବଜନ୍ତୁ ମିଳିଥାନ୍ତି।
![]()
ଯଦି ପାହାଡ଼ ଗୁଡ଼ିକରେ ଅବୈଧ ଖନନ , କନଷ୍ଟ୍ରକ୍ସନ ଓ ଜଙ୍ଗଲ କଟା ଆରମ୍ଭ ହୋଇଯାଏ ତ ଧିରେ ଧିରେ ଉତ୍ତର ଭାରତରେ ଅନେକ ପ୍ରକାରର ସଙ୍କଟ ଦେଖିବାକୁ ମିଳିବ।
୧- ମରୁଭୂମିକୁ ଅଟକାଇ ହେବ ନାହିଁ -
ଆରାବଳୀ ‘ଥର ମରୁଭୂମି’କୁ ଉତ୍ତର ଓ ପୂର୍ବ ଆଡ଼କୁ ବଢିବାରେ ରୋକିଥାଏ। ଏହାର ନଷ୍ଟ ହେବାରେ ଉତ୍ତର ଭାରତ ମଧ୍ୟ ମରୁଭୂମି ହୋଇଯିବ। କାରଣ ଏହି ପାହାଡ଼ ଗୁଡ଼ିକ ଶେଷ ପାଚେରୀ , ଯାହା ଏହାକୁ ଆଗକୁ ବଢିବାରେ ରୋକି ଥାଏ। ଭୂମି ଟାଙ୍ଗରା ହୋଇଯିବ । ଚାଷ କରିବା ମସ୍କିଲ ହୋଇ ପଡ଼ିବ ଏବଂ ଧିରେ ଧିରେ ମରୁଡ଼ି ଅକ୍ତିଆର କରିନେବ।
୨-ଅଦିନିଆ ବର୍ଷା ଓ ମରୁଡ଼ି ବଢିବ –
ଆରାବଳୀ ବାୟୁର ଦିଗକୁ ପ୍ରଭାବିତ କରିଥାଏ। ଏଥିରେ ରାଜସ୍ଥାନ , ହରିଆଣା ଓ ପଶ୍ଚିମୀ ଉତ୍ତର ପ୍ରଦେଶରେ ବର୍ଷା ସମ୍ଭବ ହୋଇଥାଏ। ମରୁଡ଼ି ଓ ବନ୍ୟାର ସନ୍ତୁଳନ ଜାରି ରହିଥାଏ। ଯଦି ଏହି ପାହାଡ଼ ଗୁଡ଼ିକ ନଷ୍ଟ ଓ ଦୁର୍ବଳ ହୁଏ ତ ଅଦିନିଆ ବର୍ଷା ଓ ମରୁଡ଼ି ହେବ। ଏହାର ସିଧା ଓ ସବୁଠୁ ଅଧିକ କ୍ଷତି ଗରିବ ଓ ଦୁର୍ବଳ ଶ୍ରେଣୀୟ ଚାଷୀଙ୍କୁ ଦେବ।
୩ - ଆରାବଳି ନାହିଁ ତ ପାଣି ନାହିଁ ?
ବୈଜ୍ଞାନିକ ନଜରରେ ଦେଖିଲେ ,ଆରାବଳୀର ପୃଷ୍ଠ ପ୍ରାକୃତିକ ସ୍ପଞ୍ଜ ପରି କାମ କରିଥାଏ। ଏହା ବର୍ଷା ଜଳକୁ ରୋକି ଥାଏ। ଧିରେ ଧିରେ ଭୂଇଁ ଭିତରକୁ ପ୍ରବେଶ କରିଥାଏ। ଏଥିରେ ଦିଲ୍ଲୀ –ଏନସିଆର, ହରିଆଣା ଓ ରାଜସ୍ଥାନର ଅନେକ ଅଞ୍ଚଳରେ ଗ୍ରାଉଣ୍ଡ ୱାଟରକୁ ରିଚାର୍ଜ କରିବାରେ ସାହାଯ୍ୟ ମିଳିଥାଏ। ଏବେ ଯଦି ଏହି ଜଳଭଣ୍ଡାର ସଦୃଶ ପର୍ବତ ମାଳା ନଷ୍ଟ ହେବାରେ ଲାଗିବ , ତ ଉତ୍ତର ଭାରତରେ ଜଳ ସଙ୍କଟରେ କେହି ବଞ୍ଚି ପାରିବେ ନାହିଁ।
୪-ନିଃଶ୍ୱାସ ନେବାରେ ଲକ୍ଷ ଲକ୍ଷ ଜୀବନ ବିପଦରେ ପଡ଼ିବ –
ଦିଲ୍ଲୀର ବାୟୁରେ ଯେଉଁ ଧୂଳି ଓ ପ୍ରଦୂଷଣ ଆସିଥାଏ, ଏହାର ବଡ଼ ଭାଗ ପଶ୍ଚିମ ଦିଗରୁ ଆସିଥାଏ। ଆରାବଳୀ ପାହାଡ଼ଗୁଡ଼ିକ ଏହି ଧୂଳି ଝଡ଼କୁ ଅବରୋଧ କରନ୍ତି, PM10 ଏବଂ ପ୍ରଦୂଷକ କଣିକାଗୁଡ଼ିକୁ ସୀମିତ କରନ୍ତି। ଯଦି ଆରାବଳୀ ପର୍ବତମାଳା ନଷ୍ଟ ହୋଇଯାଏ, ତେବେ AQI ଆହୁରି ଖରାପ ହୋଇଯିବ। ଶ୍ବାସକ୍ରିୟା ଜିନିତ ରୋଗ ବୃଦ୍ଧି ପାଇବ । ପିଲା ଓ ବୃଦ୍ଧଙ୍କ ପାଇଁ ଜୀବନ କଷ୍ଟକର ହୋଇଯିବ ।
୫- ଉଭିଦ ଏବଂ ପ୍ରାଣୀମାନେ ମଧ୍ୟ ବିପଦ ଘେରରେ ରହିବେ –
ଶେଷରେ ଏହା କହିବା ଯେ, ଆରାବଳୀ ପର୍ବତମାଳା ହଜାର ହଜାର ଓ ଲକ୍ଷ ଲକ୍ଷ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀଙ୍କ ବାସସ୍ଥାନ। ଏଠାରେ ଶହ ଶହ ପ୍ରଜାତିର ଉଭିଦ, ପକ୍ଷୀ, ସ୍ତନ୍ୟପାୟୀ ପ୍ରାଣୀ ଓ କୀଟପତଙ୍ଗ ବାସ କରନ୍ତି। ଯଦି ଏହି ପାହାଡ଼ଗୁଡ଼ିକ କ୍ଷତିଗ୍ରସ୍ତ ହୁଏ, ତେବେ ସେମାନଙ୍କ ସହ ଜଡିତ ସମଗ୍ର ଇକୋସିଷ୍ଟମ ବାଧାପ୍ରାପ୍ତ ହେବ। ସବୁଠାରୁ ବଡ଼ ସମସ୍ୟା ଯାହାକି ଖାଦ୍ୟ ଶୃଙ୍ଖଳ। ଜଙ୍ଗଲ କଟା ହେବା ଏବଂ ବାସସ୍ଥାନ ନଷ୍ଟ ହେବା ସହିତ, ଅନେକ ପ୍ରଜାତି ବିଲୁପ୍ତ ହୋଇଯିବେ, ଏହା ଖାଦ୍ୟ ଶୃଙ୍ଖଳର କ୍ରମକୁ ବାଧା ଦେବ। କାରଣ ମଣିଷ ମଧ୍ୟ ଏହି ଖାଦ୍ୟ ଶୃଙ୍ଖଳର ଏକ ଅଂଶ।