ପ୍ରମୁଖ ଖବର
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

‘ସରବାନ ଭବନ’ ମାଲିକଙ୍କୁ ଆଜୀବନ ଦଣ୍ଡାଦେଶ, କର୍ମଚାରୀଙ୍କ ସ୍ତ୍ରୀକୁ ବିବାହ କରିବାକୁ କରିଥିଲେ ହତ୍ୟା

ନୂଆଦିଲ୍ଲୀ,୨୯।୩: ଅପହରଣ ଓ ହତ୍ୟା ମାମଲାରେ ନାମୀ ରେସ୍ତୋଁରା ଚେନ୍ ସରାବନ୍ ଭବନ ହୋଟେଲ୍‌   ମାଲିକ ପି ରାଜଗୋପାଲଙ୍କୁ ୭ ଜୁଲାଇ ସୁଦ୍ଧା ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ନିମ୍ନ ଅଦାଲତ ଦେଇଥିବା ଆଜୀବନ ଜେଲ୍‌ ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି କୋର୍ଟ। ୨୦୦୧ ମସିହାରେ ତାଙ୍କ ହୋଟେଲ ଗ୍ରୁପ୍‌ରେ କାର୍ଯ୍ୟରତ ପ୍ରିନ୍ସ ସାନ୍ତାକୁମାର ନାମକ ଜଣେ କର୍ମଚାରୀଙ୍କୁ ହତ୍ୟା ମାମଲାରେ ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପ୍ରିନ୍ସଙ୍କ ସ୍ତ୍ରୀଙ୍କୁ ବିବାହ କରିବା ପାଇଁ ରାଜଗୋପାଳ ୧୮ ବର୍ଷ ପୂର୍ବେ ତାଙ୍କୁ ହତ୍ୟା କରିଥିଲେ। ସାନ୍ତାକୁମାରଙ୍କ ମୃତଦେହ ପେରୁମଲ ମଲାଇର କୋଡାଇକାନାଲ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।ସାନ୍ତାକୁମାରଙ୍କ  ସ୍ତ୍ରୀଙ୍କୁ ବିବାହ କରିବା ପାଇଁ ସେ ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ।

ପୂର୍ବରୁ  ୨ ଜଣ ପତ୍ନୀ ଥିଲେ ମଧ୍ୟ ରାଜଗୋପାଲ୍ ତାଙ୍କ ହୋଟେଲର ଚେନ୍ନାଇ ଶାଖାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଝିଅଙ୍କୁ ବିବାହ କରିବାକୁ ଇଛା କରିଥିଲେ। କିନ୍ତୁ ଯୁବତୀ ଜଣକ ଏହି ବିବାହକୁ ବିରୋଧ କରିଥିଲେ। ଏହି ଯୁବତୀ ପରେ ସାନ୍ତାକୁମାରଙ୍କୁ ବିବାହ କରିଥିଲେ। ରାଜଗୋପାଲ୍   ଲଗାତାର ଏହି ବାହାଘର ବନ୍ଦ କରିବାକୁ ଧମକାଇ ଆସୁଥିଲେ ଏବଂ ବାହାଘର ପରେ ମଧ୍ୟ ଧମକାଇଥିଲେ। ସେ ଜୀବଜ୍ୟୋତିଙ୍କୁ ତାଙ୍କ ତୃତୀୟ ସ୍ତ୍ରୀ କରିବାକୁ ଚାହୁଁଥିଲେ।

 ତାଙ୍କୁ ଧମକାଉଥିବା ନେଇ ୨୦୦୧ ମସିହାରେ   ରାଜଗୋପାଲଙ୍କ ବିରୋଧରେ ଉଭୟ ସ୍ବାମୀ-ସ୍ତ୍ରୀ   ପୋଲିସ ନିକଟରେ   ଅଭିଯୋଗ କରିଥିଲେ। କିନ୍ତୁ ରାଜଗୋପାଳ ୮ ଜଣଙ୍କୁ ସୁପାରୀ ଦେଇ ସାନ୍ତାକୁମାରଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ରାଜଗୋପାଲ୍‌ଙ୍କ ମାଲିକାନାରେ ଥିବା ଏହି ହୋଟେଲ ଚେନ୍‌ର ୨୦ଟି ଦେଶରେ ରେଷ୍ଟୁରାଣ୍ଟ ଅଛି। କେବଳ ଭାରତରେ ଏହି ଚେନ୍‌ର ୨୫ଟି ରେଷ୍ଟୁରାଣ୍ଟ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.