PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାଗ୍ୟକୁ ନେଇ ସଙ୍କେତ ଦେଇଥାଏ ଆପଣଙ୍କ ଶରୀରରେ ଥିବା କଳାଜାଇ

ଆପଣ ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଯେତେ ପରିଶ୍ରମ କଲେ ବି ଠିକ ଅର୍ଥ ଉପାର୍ଜନ କାହିଁକି ହୁଏନି। ଆପଣ ଯେତେ ସତର୍କତାର ସହ ବ୍ୟୟ କଲେ ବି କାହିଁକି ହାତରେ ପଇସା ରହେନି। ଏସବୁ ଆପଣଙ୍କ ଭାଗ୍ୟ ଯୋଗୁ ହଉଥାଇପାରେ। ବିଦ୍ବାନମାନେ କହିଛନ୍ତି ଆମ ଶରୀରରେ ଏପରି ଚିହ୍ନ ରହିଛି ଯାହା ଆମକୁ ଆମ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ। ତାହା ଭଲ ବି ହୋଇପାରେ ଆଉ ଖରାପ ବି। ଏହି ଚିହ୍ନ କଳାଜାଇ ଆକାରରେ ଆମ ଶରୀରରେ ରହିଥାଏ। ସମୟ ଓ ବୟସ ବଢିବା ସହ ଏହା ମଧ୍ୟ ବଦଳିଥାଏ। ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୋଇଥାଏ।

ବାମ ଗାଲରେ କଳାଜାଇ : ଯେଉଁମାନଙ୍କର ବାମ ଗାଲରେ କାଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି। ମାତ୍ର ସେମାନେ ଅର୍ଥ ସଞ୍ଚୟ କରିପାରିନଥାନ୍ତି।

आपके शरीर के तिल खोलते हैं भविष्य के सारे राज! - Religion AajTak


ଓଠ ତଳେ କଳାଜାଇ : ଯେଉଁମାନଙ୍କର ଓଠର ତଳେ ଡାହାଣ ପଟେ କଳାଜାଇ ଥାଏ ସେମାନଙ୍କର ସବୁବେଳେ ଅର୍ଥ ଅଭାବ ରହିଥାଏ ।
ବାମ ପାପୁଲିରେ କଳାଜାଇ : ଯେଉଁମାନଙ୍କର ବାମ ପାପୁଲିରେ କଳାଜାଇ ଥାଏ ସେମାନଙ୍କ ଯୁବାବସ୍ଥାରେ ଅର୍ଥାଭାବ ଥାଏ । ମାତ୍ର ଏହା ଏକ ଭଲ ସଙ୍କେତ ଯେ ସେମାନଙ୍କୁ ପରବର୍ତ୍ତୀ ଜୀବନରେ କେବେ ଅର୍ଥର ଅଭାବ ହୋଇନଥାଏ ।ତେବେ ଖର୍ଚ୍ଚ ରୋକିବାରେ ସମସ୍ୟା ହୋଇଥାଏ ।
ବାମ ଗୋଡରେ କାଳାଜାଇ : ଯେଉଁମାନଙ୍କର ବାମ ଗୋଡର ଯେକୌଣସି ଜାଗାରେ କଳାଜାଇ ଥାଏ ସେମାନଙ୍କର ଆକସ୍ମିକ ଭାବେ ଖର୍ଚ୍ଚ ହୋଇଥାଏ । କେତେ କଷ୍ଟରେ ଟଙ୍କା ସଞ୍ଚୟ କରନ୍ତି ସେଥିରେ କିଛି ଫରକ ପଡିନଥାଏ । ଶେଷରେ ଉପାର୍ଜିତ ଅର୍ଥ ଖର୍ଚ୍ଚ ହିଁ ହୋଇଯାଇଥାଏ ।
ବିଶି ଆଙ୍ଗୁଠିରେ କଳାଜାଇ : ଯେଉଁମାନଙ୍କର ବିଶି ଆଙ୍ଗୁଠିର ଭିତର ଭାଗରେ କଳାଜାଇ ରହିଛି ସେମାନଙ୍କୁ ଅର୍ଥ ସହ ଜଡିତ ସମସ୍ୟାର ସାମ୍ନା କରିବାର ଆଶଙ୍କା ସବୁବେଳେ ଥାଏ । ଏପରି ପରିସ୍ଥିତି ମଧ୍ୟ ହୋଇଥାଏ ଯେ ସେମାନେ ଯାହା ଉପାର୍ଜନ କରିଥାନ୍ତି ସବୁ ଖର୍ଚ୍ଚ ହୋଇଯାଇଥାଏ ।

What Does Your Mole Say About Your Personality- चेहरे पर तिल! सिर्फ ब्‍यूटी  स्‍पॉट ही नहीं खोलता है आपके तमाम राज

ପାପୁଲିର ଅଗ୍ରଭାଗରେ କଳାଜାଇ : ପାପୁଲିର ଅଗ୍ରଭାଗରେ କଳାଜାଇ ଥିଲେ ସେଥିରୁ ଜଣାଯାଏ ଯେ ଆପଣଙ୍କ ସମସ୍ୟା ସମୟରେ ହିଁ ଆପଣଙ୍କ ନିକଟରେ ଟଙ୍କାପଇସା ନଥାଏ । ଆପଣ ଯେତେ ଧନୀ ହୋଇଥିଲେ ମଧ୍ୟ ସବୁବେଳେ ଟଙ୍କାପଇସା ଅଭାବରୁ ମୁସ୍କିଲ ପରିସ୍ଥିତିରେ ଗତି କରିବାକୁ ପଡିବ ।
ବାମ ଭୃଲତାରେ କଳାଜାଇ : ଯେଉଁମାନଙ୍କର ଭୃଲତା ଭିତରେ କଳାଜାଇ କିମ୍ବା ଭୃଲତାର ଅଳ୍ପ ଉପରକୁ କଳାଜାଇ ଥାଏ ତେବେ ସେମାନେ ଶାରିରୀକ ସଂପର୍କ କ୍ଷେତ୍ରରେ ଦୁର୍ବଳ ହୁଅନ୍ତି । ମହତ୍ତ୍ବପୂର୍ଣ୍ଣ କାମ ପାଇଁ ସେମାନଙ୍କ ନିକଟରେ ଅର୍ଥ ସଙ୍କଟ ଦେଖାଦିଏ । ସେମାନେ ଖୁସି ପାଇଁ ପାଗଳ ଥାଆନ୍ତି । ଫଳରେ ଯେ କୌଣସି ସମୟରେ ଦେବାଳିଆ ହେବାର ଆଶଂକା ଥାଏ ।
ବାମ କାଖରେ କଳାଜାଇ : ଯେଉଁମାନଙ୍କର କାଖରେ କଳାଜାଇ ଥାଏ ସେମାନେ ସ୍ବାସ୍ଥ୍ୟ ପାଇଁ ସାବଧାନ ରହିବା ଜରୁରୀ । କାରଣ ସେମାନଙ୍କର ରୋଗ ଏବଂ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ।
ବିବାହ ପରେ ସଫଳତାର ସଙ୍କେତ ଦିଏ କଳାଜାଇ
ନାକରେ କଳାଜାଇ : ଆପଣ ମଧ୍ୟ ଏକ ସୁଖୀ ଜୀବନର ଆନନ୍ଦ ଉଠାଇପାରିବେ ଏବଂ ଆପଣଙ୍କ ସମସ୍ତ ସ୍ବପ୍ନ ପୂରଣ କରିପାରିବେ । ମାତ୍ରା ଏହା ବିବାହ ପରେ ହିଁ ସମ୍ଭବ ହେବ । ଆପଣଙ୍କୁ କିଛି ବି ଜିନିଷ କରିବା ପାଇଁ କଠିନ ପରିଶ୍ରମ କରିବାକୁ ହେବ ।
ପାଦ ଗୋଇଠିରେ କଳାଜାଇ : ପାଦ ଗୋଇଠିରେ କଳାଜାଇ ଥିଲେ ବିଦେଶ ଭ୍ରମଣର ସମ୍ଭାବନା ଥାଏ। ଏହା ବିବାହ ପରେ ସଫଳ ଜୀବନର ମଧ୍ୟ ସଙ୍କେତ।

ଡାହାଣ ଗାଲରେ କଳାଜାଇ : ଯଦି ଆପଣଙ୍କ ଡାହାଣ ଗାଲରେ କେଉଁଠି ବି କଳାଜାଇ ଅଛି ତେବେ ବିବାହ ପରେ ଆପଣଙ୍କ ଭାଗ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ ।

Kundli Tv- शरीर पर बने तिल खोलेंगे आपके राज़ - your secrets to open on your  body


ଦୁଇ ଭୃଲତା ମଝିରେ କଳାଜାଇ : ଯେଉଁମାନଙ୍କର ଦୁଇ ଭୃଲତା ମଝିରେ କଳାଜାଇ ଥାଏ ତାହା ଶୁଭଙ୍କର ହୋଇଥାଏ । ସଫଳତା ମିଲିଥାଏ । ବିବାହ ପୂର୍ବରୁ ସେମାନଙ୍କୁ ଟିକିଏ ଭଲ ପାଇଂ ବି ଅଧିକ ପରିଶ୍ରମ କରିବାକୁ ହୋଇଥାଏ ।
ହାତର ବିବାହ ରେଖାରେ କଳାଜାଇ : କାହାର କାହାର ବିବାହ ରେଖା କିମ୍ବା ତାର ପାଖାପାଖି ସ୍ଥାନରେ କଳାଜାଇ ଏବଂ ଲାଲଜାଇ ରହିଥାଏ । ଲାଲ୍ ଜାଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ସଫଳ ସଂପର୍କର ସଙ୍କେତ । ଯେଉଁଠି କଳାଜାଇ ତାର ବୀପରିତ ସଙ୍କେତ ଦେଇଥାଏ।