ନୂଆ ରିପୋର୍ଟ ଅନୁସାରେ ପ୍ରତି ୩ ଜଣରେ ଜଣେ ଜେନ୍-ଜି ମାଗଣାରେ ଖାଇବାକୁ ଡେଟ୍ରେ ଯାଉଛନ୍ତି । ଏହି ସଂଖ୍ୟା ଶୁଣି ହୁଏତ ଆପଣଙ୍କୁ ମଜାକ୍ ଲାଗୁଥାଇପାରେ । କିନ୍ତୁ ଏହା ଜଣାଉଛି ଯେ ଲୋକମାନଙ୍କ ଭିତରେ ଅର୍ଥଲାଳସା କେତେ ବଢିଚାଲିଛି । ବଢୁଥିବା ଘରଭଡା, ଅସୁରକ୍ଷିତ ଚାକିରି ଏବଂ ଲୋନ୍ର ଚାପ । ଏସବୁର ପ୍ରଭାବ ସମ୍ପର୍କ ଉପରେ ଦେଖିବାକୁ ମିଳିଥାଏ ।
ଆର୍ଥିକ ସଙ୍କଟ ବଦଳାଇ ଦେଇଛି ସମ୍ପର୍କର ପରିଭାଷା
ଅଧାରୁ ଅଧିକ ଜେନ-ଜି ଡେଟ୍ସରେ ଖାଇବା ଖର୍ଚ୍ଚ କମ୍ କରିଦେଉଛନ୍ତି । ୫ଜଣରୁ ଜଣେ ଅର୍ଥ ସଞ୍ଚୟ କରିବାକୁ ଯାଇ ଡେଟ୍ରେ ଯିବାଠାରୁ ଦୂରେଇ ରହୁଛନ୍ତି । ଡେଟିଂ ଜୀବନରେ ଖର୍ଚ୍ଚକୁ ନେଇ ଖୋଲାଖୋଲି ଭାବେ କଥା ହେବା ଜରୁରି ।
ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଠାରେ ଲୋକ ଖୋଲାଖୋଲି ଭାବେ କହୁଛନ୍ତି ଯେ ଘରେ କିଛି ଖାଇବାକୁ ନଥିଲା ଓ କିଛି କରିବାକୁ ଇଛା ନଥିଲା ତେଣୁ ଡେଟ୍ରେ ଯାଉଛୁ ।
‘ଦ କଫିଙ୍ଗ୍ ଇକୋନେମି ରିପୋର୍ଟ’ର ତଥ୍ୟ ଅନୁସାରେ ୫୧ ପ୍ରତିଶତ ଆମେରିକୀୟ ଏବେ ଆର୍ଥିକ ଅବସ୍ଥା କାରଣରୁ ଡେଟ୍ରେ ଯିବା କମ୍ କରିଥିବା ବେଳେ ଜେନ-ଜି କ୍ଷେତ୍ରରେ ଏହି ସଂଖ୍ୟା ୫୮ ପ୍ରତିଶତରେ ପହଞ୍ଚିଛି । କେବଳ ସେତିକି ନୁହେଁ, ୪୪ ପ୍ରତିଶତ ଜେନ-ଜି’ କହନ୍ତି ଯେ ଆମେ ସେହି ବ୍ୟକ୍ତିକୁ ଡେଟ୍ କରିବୁ, ଯେଉଁମାନେ ଆମଠାରୁ ଅଧିକ ରୋଜଗାର କରୁଥିବେ । ଏମାନଙ୍କ ଭିତରୁ ଏକ-ତୃତୀୟାଂଶ ଲୋକ କହିବା କଥା ଯେ କେବଳ ଟଙ୍କା ଯୋଗୁ ସେମାନଙ୍କ ସମ୍ପର୍କ ଭାଙ୍ଗିସାରିଛି ।
ଏହି ସଂଖ୍ୟା ଜଣାଉଛି ଯେ ଆଜିର ଦୁନିଆରେ ସମ୍ପର୍କ ଓ ଟଙ୍କା ପରସ୍ପର ପରିପୂରକ । ଯେତେବେଳେ ଆର୍ଥିକ ସ୍ଥିରତା ନ ରହୁଛୁ, ସେତେବେଳେ ସମ୍ପର୍କରେ ଅସ୍ଥିରତା ଅନୁଭବ ହେଉଛି । ପ୍ରେମ ଆଖିରେ ହେଉଥିଲେ ମଧ୍ୟ ପକେଟ୍ ସହ ଯୋଡ଼ି ହୋଇଥିବା ଅତୁଟ ସମ୍ପର୍କ ।
୩୧ ପ୍ରତିଶତ ଡେଟିଂରେ ଯାଉଛନ୍ତି ମାଗାଣା ଖାଇବାକୁ
ଆଜିକାଲି ଡେଟ୍ରେ ଯିବା ପୂର୍ବରୁ ପ୍ରଶ୍ନ ଉଠୁଛି ‘ଡେଟ୍ର ପ୍ରଥମ ବିଲ୍ କିଏ ଭରିବ’ । ପୂର୍ବରୁ ଜଣକୁ ଆକର୍ଷିତ କରିବା ପାଇଁ ଡେଟ୍ରେ ଅଧିକ ଖର୍ଚ୍ଚ କରାଯାଉଥିଲା । କିନ୍ତୁ ଏବେ ୪୭ ପ୍ରତିଶତ ଲୋକଙ୍କ ମତରେ ପ୍ରଥମ ଡେଟ୍ ୫୦ ରୁ ୧୦୦ ଡଲାର ଭିତରେ ହେବା ପରଫେକ୍ଟ ବାଲାନ୍ସ ହୋଇଥାଏ ଅର୍ଥାତ୍ ବଡେଇ ଦେଖାଇ ହେବା ପରିବର୍ତ୍ତେ ସମଝଦାର ହେବା ଗୁରୁତ୍ୱପୂର୍ଣ୍ଣ । ସବୁଠାରୁ ମଜାଦାର କଥା ହେଉଛି ସର୍ଭେରୁ ଜଣାପଡିଛି ୨୬ ପ୍ରତିଶତ ଲୋକ କେବଳ ମାଗଣା ଖାଇବାକୁ ଡେଟ୍ ଯାଇଥାନ୍ତି । ଏଥିରେ ଜେନ-ଜି'ର ୩୧ ପ୍ରତିଶତ ସାମିଲ୍ ରହିଥାନ୍ତି । ଏହା ଶୁଣିବାକୁ ମଜା ଲାଗୁଥାଇପାରେ, କିନ୍ତୁ ସତ ।
ବଦଳୁଛି ପ୍ରେମର ପରିଭାଷା
ପୂର୍ବରୁ ପ୍ରେମର ଟଙ୍କାପଇସା କଥା କହିବାକୁ ଲାଜ ଲାଗୁଥିଲା । କିନ୍ତୁ ଏବେ ସମୟ ବଦଳିଯାଇଛି । ସର୍ଭେ ଅନୁସାରେ ୩୭ ପ୍ରତିଶତ ଲୋକଙ୍କ ମତରେ ଦରମା ବିଷୟରେ ଶେୟାର କରିବାର ଉପଯୁକ୍ତ ସମୟ ହେଉଛି ଯେତେବେଳେ କେବଳ ଦୁଇଜଣ ଏକାଠି କଥା ହେଉଥିବେ । ଏହାବ୍ୟତୀତ ୫୪ ପ୍ରତିଶତ ଦମ୍ପତ୍ତି ନିଜ ଅର୍ଥକୁ ଅଲଗା ଅଲଗା ରଖିଥାନ୍ତି, ଅର୍ଥାତ୍ ସେମାନେ ଜଏଣ୍ଟ ଆକାଉଣ୍ଟ ପରିବର୍ତ୍ତେ ଭିନ୍ନ ଭିନ୍ନ ଆକାଉଣ୍ଟରେ ଅର୍ଥ ଗଛିତ କରି ସ୍ୱତନ୍ତ୍ର ଅନୁଭବ କରିଥାନ୍ତି ।
ନୂଆ ପିଢି ପାଇଁ ସମ୍ପର୍କ ସମାନତା ଓ ସମ୍ମାନ ଉପରେ ଆଧାରିତ । ପରସ୍ପରର ସାହାର ହୁଅନ୍ତୁ, ପରସ୍ପର ଉପରେ ନିର୍ଭରଶୀଳ ନୁହନ୍ତି । ସ୍ୱତନ୍ତ୍ର ବିତ୍ତୀୟ ନିର୍ଣ୍ଣୟ ଏବେ ସମ୍ପର୍କକୁ ମଜଭୁତ କରିବାର ଆଧାର ସାଜିଛି ।