ନୂଆଦିଲ୍ଲୀ,୧।୧୨: ଆପଣ ନିଶ୍ଚୟ ଅନିଲ କପୁରଙ୍କ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ଦେଖିଥିବେ। ଏହି ଫିଲ୍ମରେ ଅନିଲ କପୁର ଏକ ଯାଦୁକରୀ ଘଣ୍ଟା ପିନ୍ଧି ଅଦୃଶ୍ୟ ହୋଇଯାଆନ୍ତି, କିନ୍ତୁ ବର୍ତ୍ତମାନ ବାସ୍ତବ ଜୀବନରେ ଏହା ସମ୍ଭବ। ଆଇଆଇଟି କାନପୁର ‘ମିଷ୍ଟର ଇଣ୍ଡିଆ’ ଫିଲ୍ମ ଭଳି ଏକ ଲାଇନରେ ମେଟା ମ୍ୟାଟେରିଆଲ ପ୍ରସ୍ତୁତ କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ସହଜରେ ଶତ୍ରୁର ରାଡାରକୁ ଚକମା ଦେବାରେ ସଫଳ ହେବ, ଯେଉଁଥିପାଇଁ ଭାରତୀୟ ସେନାର ଠିକଣା ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର ହୋଇଯିବ।
ଏବେ ପ୍ରଶ୍ନ ଯେ, ଏହି ଜିନିଷ କିପରି ଶତ୍ରୁ ରାଡାରରୁ ରକ୍ଷା ପାଇବ? ବାସ୍ତବରେ, ଏହି ସ୍ୱତନ୍ତ୍ର ମେଟା ମ୍ୟାଟେରିଆଲ ସେନାର ବଙ୍କର୍ ଏବଂ ତମ୍ବୁକୁ ଶତ୍ରୁମାନଙ୍କ ଆଖିରୁ ଅଦୃଶ୍ୟ କରିଦେବ, ଯେଉଁଥିପାଇଁ ସେମାନଙ୍କ ସ୍ଥିତି ରାଡାରରେ ଲୁଚି ରହିବ । ଏହି ପୋଷାକ ପିନ୍ଧିଥିବା ସୈନିକମାନେ ‘ମିଷ୍ଟର ଇଣ୍ଡିଆ’ ଭଳି ହୋଇଯିବେ ଗାଏବ, ଯାହାଦ୍ୱାରା ସେମାନଙ୍କର ଉପସ୍ଥିତି ଜାଣିବର କଷ୍ଟକର ହେବ। ଏହି ବିଶେଷ ସାମଗ୍ରୀ ଭାରତୀୟ ସେନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା ମନେକରାଯାଏ।
ଆଇଆଇଟି କାନପୁର ସେନା ପାଇଁ ‘ଏନାଲକ୍ଷ୍ୟ' ନାମକ ଏକ ମେଟା ସାମଗ୍ରୀ ପ୍ରସ୍ତୁତ କରିଛି, ଯାହା ଶତ୍ରୁ ପକ୍ଷର ସୈନିକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଏହି ମେଟା ମ୍ୟାଟେରିଆଲ ରାଡାରକୁ ଭ୍ରମରେ ପକାଇ ଭାରତୀୟ ସେନା ବେସକୁ ଅଦୃଶ୍ୟ କରିବ। ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ଏହାକୁ ଅନିଲ କପୁରଙ୍କ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ସହିତ ତୁଳନା କରୁଛନ୍ତି। ଏହା ମୁଖ୍ୟତ ଆଇଆଇଟି କାନପୁରର ବରିଷ୍ଠ ପ୍ରଫେସର କୁମାର ବୈଭବ ଶ୍ରୀବାସ୍ତବ, ପ୍ରଫେସର ଏସ୍ ଅନନ୍ତ ରାମା କୃଷ୍ଣା ଓ ପ୍ରଫେସର କେ ରାମକୁମାର ପ୍ରସ୍ତୁତ କରିଛନ୍ତି। ଏହାର ପ୍ରୟୋଗ ଓ ଲଞ୍ଚିଂରେ ଏୟାର ଇଣ୍ଡିଆର ସେଣ୍ଟ୍ରାଲ କମାଣ୍ଡରଙ୍କ ସହ ସେନାର ବହୁ ଅଧିକାରୀ ସାମିଲ ଥିଲେ।