ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଟ୍ୱିନ୍‌ସିଟିରେ ଦିନକୁ ଡିମାଣ୍ଡ୍‌ ୩ କେଜି: ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା, ବ୍ରାଉନ୍‌ସୁଗର୍‌ ଯୋଗାଇ ପାରୁନାହାନ୍ତି ବେପାରୀ...

Published By : Prameya | June 2, 2025 10:20 AM

ଭୁବନେଶ୍ୱର,୦୨/୦୬(ଦିଲ୍ଲୀପ ରାଉତ): ଶହେ କି ଦୁଇ ଶହ  ଗ୍ରାମ୍‌ ନୁହେଁ, ଗୋଟିଏ ଦିନରେ ଦ୍ୱୈତନଗରୀରେ ୩  କେଜିରୁ ଅଧିକ ବ୍ରାଉନ୍‌ସୁଗର୍‌ ବିକ୍ରି ହେଉଛି । କଲେଜ ପଢ଼ୁଆଙ୍କ ସଉକ ପାଇଁ ଆସିଥିବା ଏହି ଧଳାଜହର  ଏବେ ସବୁ ବର୍ଗକୁ ଗ୍ରାସିଗଲାଣି । ବସ୍ତିରୁ ବସ୍ତିକୁ  ମାଡ଼ିଗଲାଣି । ହେଲେ ପୁଲିସ ମାସକୁ ମାତ୍ର ଶହେ କି  ଦୁଇ ଶହ ଗ୍ରାମ ବ୍ରାଉନ୍‌ସୁଗର୍‌ ଜବତ କରିପାରୁଛି । କାଁ ଭାଁ ଖୁଚୁରା ବେପାରୀଙ୍କୁ ବାନ୍ଧୁଛି । ମାଫିଆ କି ବଡ଼ ବେପାରୀଙ୍କୁ ଧରିପାରୁନି ।  

କିଛି ବର୍ଷ ତଳେ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଥିବା ସେକ୍‌ ରାଜା ରିମାଣ୍ଡ୍‌ ବେଳେ ସୂଚନା ଦେଇଥିଲା ଯେ, ସେ ବାଲେଶ୍ୱରର ଜଳେଶ୍ୱରରୁ ଭୁବନେଶ୍ୱରକୁ ବିଭିନ୍ନ  ରୁଟ୍‌ରେ ଗୋଟିଏ ମାସରେ ପ୍ରାୟ ୧୫/୨୦ କେଜି  ବ୍ରାଉନ୍‌ସୁଗର୍‌ ଚାଲାଣ କରୁଥିଲା । ଗତ ଏପ୍ରିଲ୍‌ ୧୧ରେ କୁଖ୍ୟାତ ବ୍ରାଉନ୍‌ସୁଗର୍‌ ବେପାରୀ ସେକ୍‌ ଜାମସେଦ୍‌କୁ  ଏନ୍‌କାଉଣ୍ଟର୍‌ କରିଥିଲା ଭୁବନେଶ୍ୱର ପୁଲିସ୍‌ । ସେ  ପୁଲିସ୍‌ ନିକଟରେ ମାନିଥିଲା ଯେ ସେ ମାସକୁ ୨୦  କେଜିରୁ ଅଧିକ ବ୍ରାଉନ୍‌ସୁଗର୍‌ ଆଣି ଭୁବନେଶ୍ୱରରେ  ଖୁଚୁରା ବେପାରୀଙ୍କୁ ଯୋଗାଏ । ତାର ଅନ୍ୟ ୪ ଜଣ  ସହଯୋଗୀ ମଧ୍ୟ ପ୍ରତି ମାସରେ ୧୦ରୁ ୧୨ କେଜି  ବ୍ରାଉନ୍‌ସୁଗର୍‌ ଭୁବନେଶ୍ୱରକୁ ଆଣୁଥିଲେ । ଜଣେ  ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ରାଜା ଓ ଜାମସେଦ୍‌ ଭଳି ୫ରୁ ୬ଜଣ ମାଫିଆଙ୍କ ସିଣ୍ଡିକେଟ୍‌  ଏବେ ରାଜଧାନୀରେ ସକ୍ରିୟ ଅଛି । ଯେଉଁ ପରିମାଣ  ବ୍ରାଉନ୍‌ସୁଗର ଭୁବନେଶ୍ୱର ଓ କଟକକୁ ଆସୁଛି, ତାର  ଅନୁମାନ କରିବା କଷ୍ଟକର । ତେବେ ଉପରୋକ୍ତ  ତଥ୍ୟକୁ ତର୍ଜମା କଲେ, କଟକ-ଭୁବନେଶ୍ୱରର ନିଶାଡି଼  ଦିନକରେ ୩/୪ କେଜି ଧଳାଜହର ଗିଳିଦେଉଥିବେ ।  ନିଶା ବେପାରୀମାନେ ଗରାଖଙ୍କ ଡିମାଣ୍ଡ୍‌ ଅନୁସାରେ  ଏହାକୁ ଯୋଗାଇ ପାରୁନାହାନ୍ତି । ପୁଲିସ ରେକର୍ଡ  କହୁଛି, ଜାନୁଆରୀ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମାତ୍ର  ୮୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଓ କୋଟିଏ ଟଙ୍କାର  ଗଞ୍ଜେଇ ଜବତ କରାଯାଇଛି । ଏଥିସହ ବେଆଇନ୍‌  ନିଶା କାରବାର ଅଭିଯୋଗରେ ୭୮ ଜଣ ନିଶା  ବେପାରୀଙ୍କୁ ଗିରଫ କରାଯାଇଛି ।  

କେଉଁ ରୁଟ୍‌ରେ ଚାଲାଣ ହେଉଛି ଧଳାଜହର

ମିଆଁମାରରୁ ବ୍ରାଉନ୍‌ସୁଗର୍‌ ବାଂଲାଦେଶରେ ପହଞ୍ଚୁଛି ।  ସେଠାରୁ ବାଲାଂଦେଶ ସୀମା ଦେଇ ପଶ୍ଚିମବଙ୍ଗର  ଲାଲଗୋଲ୍ଲା ସହରରେ ବ୍ରାଉନ୍‌ସୁଗର ପହଞ୍ଚୁଛି ।  ବାଲେଶ୍ୱର ଜିଲ୍ଳାର ଜଳେଶ୍ୱର ସହର ହେଉଛି  ମାଫିଆଙ୍କ ଆଡ୍ଡାସ୍ଥଳୀ । ସେଠାରୁ କାର, ବସ୍‌, ଟ୍ରକ  ମାଧ୍ୟମରେ ପ୍ରଥମେ ଖୋର୍ଦ୍ଧା, ଜଟଣୀ, ପିପିଲିକୁ  ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗର୍‌ ପଠାଯାଉଛି । ମାଫିଆ  ଖୋର୍ଦ୍ଧା ଓ ପୁରୀର ବିଭିନ୍ନ ସ୍ଥାନରେ ବ୍ରାଉନ୍‌ସୁଗର୍‌କୁ  ଗଚ୍ଛିତ ରଖୁଛନ୍ତି । ସେଠାରୁ ଖୁଚୁରା ବେପାରୀମାନେ  ଆଣି ଭୁବନେଶ୍ୱର ଗଳିକନ୍ଦିରେ ବିକ୍ରି କରୁଛନ୍ତି ।  

ବର୍ଷକୁ ଭୁବନେଶ୍ୱରରୁ ଜବତ ହେଉଛି ୧୫ କେଜି 

୧୯୮୫ ମସିହା ପୂର୍ବରୁ ଭୁବନେଶ୍ୱରରେ  ବ୍ରାଉନ୍‌ସୁଗର୍‌ ବେପାର ନ ଥିଲା । ୧୯୮୬ରେ  ଜଣେ କିମ୍ବା ଦୁଇ ଜଣ ବେପାରୀ କାରବାର କଲେ । ୨୦୦୦ ମସିହା ପରଠାରୁ ନିଶା ବେପାରୀ  ଓ ନିଶାଡ଼ିଙ୍କ ସଂଖ୍ୟା ବଢ଼ିଲା । ହେଲେ ପୁଲିସ୍‌  ହାତରେ କେହି ଧରାପଡ଼ିନଥିଲେ । କମିଶନରେଟ୍‌  ପୁଲିସ୍‌ ୨୦୧୨ ଓ ୨୦୧୪ରେ ବ୍ରାଉନ୍‌ସୁଗର୍‌ ଜବତ  କରିନାହିଁ କି କାହାକୁ ଗିରଫ କରିନାହିଁ । ୨୦୧୫ରେ କମିଶନରେଟ୍‌ ପୁଲିସ୍‌ କଟକ ଓ ଭୁବନେଶ୍ୱରରୁ  ୮. ୭୧୦ ଗ୍ରାମ୍‌, ୨୦୧୬ରେ ୬୮୬.୫୫ ଗ୍ରାମ୍‌,  ୨୦୧୭ରେ ୩୫୮.୦୨ ଗ୍ରାମ୍‌, ୨୦୧୮ରେ ୭୦୦  ଗ୍ରାମ୍‌ ଓ ୨୦୧୯ରେ ୧ କେଜି ୨ ଶହ ଗ୍ରାମ୍‌ରୁ ଅଧିକ  ଧଳାଜହର ଜବତ କରିଛି । ୨୦୨୦-୨୨ କରୋନା କାଳରେ ବ୍ରାଉନସୁଗର୍‌ ଜବତ ପରିମାଣ ଖସିଥିଲା ।  ଏବେ ବର୍ଷକୁ ଭୁବନେଶ୍ୱରରୁ ୧୦/୧୫ କେଜି ଜବତ  ହେଉଛି । ମାତ୍ର ମାଫିଆଙ୍କ ବିରୋଧରେ ଯେଉଁଭଳି  କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ହେଉନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.