କାନପୁର : କାନପୁରରେ ଅବୈଧ କିଡନୀ ଟ୍ରାନ୍ସପ୍ଲାଣ୍ଟ ନେଟୱର୍କ ବିରୋଧରେ କମିଶନରେଟ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଦୁଇ ଜଣ ଓଟି ଆସିଷ୍ଟାଣ୍ଟ ହୋଇଛନ୍ତି ଗିରଫ। ଏହି ଦୁଇ ଅଭିଯୁକ୍ତ ନିକଟରେ ଆହୁଜା ନର୍ସିଂ ହୋମ୍‌ରେ ହୋଇଥିବା ଅବୈଧ ଟ୍ରାନ୍ସପ୍ଲାଣ୍ଟ ବେଳେ ଉପସ୍ଥିତ ଥିଲେ। ପୁଲିସ ଏବେ ଏହି ମାମଲାରେ ଜଣେ ଫେରାର ଡାକ୍ତରଙ୍କ ତଲାସରେ ଲାଗିଛି।

ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜଣେ କୁଲଦୀପ ସିଂହ ରାଘବ ଓ ଆଉ ଜଣେ ରାଜେଶ କୁମାର। କୁଲଦୀପ ହାପୁଡ ନିବାସୀ। ସେ ଗାଜିଆବାଦର ଶାନ୍ତିଗୋପାଳ ନର୍ସିଂ ହୋମ୍‌ରେ ଓଟି ଟେକ୍ନିକାଲ ଭାବେ କାର୍ଯ୍ୟରତ, ସେପଟେ ରାଜେଶ କୁମାର ଗାଜିଆବାଦରେ ରୁହନ୍ତି ଏବଂ ନୋଏଡାର ସର୍ବୋଦୟ ହସ୍ପିଟାଲରେ କାମ କରନ୍ତି। ପୁଲିସ ଦୁହିଁଙ୍କୁ କାନପୁରର ଦଲହନ କ୍ରସିଂ ଅଞ୍ଚଳରୁ ଗିରଫ କରିଥିଲା।

ଯାଞ୍ଚରୁ ସାମ୍ନାକୁ ଆସିଛି ଯେ, ଏହି ଦୁଇ ଟେକ୍ନିସିଆନ ପ୍ରତି କେସ୍ ପାଇଁ ୩୫ରୁ ୪୦ ହଜାର ଟଙ୍କା ନେଉଥିଲେ। ଅବୈଧ ଅପରେସନ କରିବା ପାଇଁ ସେମାନେ ଦିଲ୍ଲୀରୁ ବିମାନ ଯୋଗେ କାନପୁରରେ ପହଞ୍ଚୁ ଥିଲେ। ସର୍ଜରୀ ବେଳେ ତାଙ୍କ କାମ ଉପକରଣ ଓ ଔଷଧର ବ୍ୟବସ୍ଥା କରିବା ଥିଲା।

ଡିସିପି କାସିମ ଆବିଦୀଙ୍କୁ ମୁତାବିକ , ଉକ୍ତ ପୂରା ରାକେଟ୍‌ରେ ଅନ୍ୟ ଲୋକଙ୍କର ମଧ୍ୟ ସଂପୃକ୍ତି ରହିଛି,ଯାହାଙ୍କର ତଲାସ ପାଇଁ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି। ପୁଲିସ ଟିମ୍ ନେଟୱର୍କ ସହ ଜଡ଼ିତ ସବୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ବାରମ୍ୱାର ଚଢାଉ କରୁଛନ୍ତି।

ପୁଲିସ ଅନୁସାରେ , ବିହାରର ବେଗୁସରାୟ ଜିଲ୍ଲାର ଜଣେ କିଡନୀ ଡୋନର ଆୟୁଷଙ୍କୁ ଆଇସିୟୁରେ ହୋସ୍ ଆସିବା ପରେ ତାଙ୍କର ବୟାନ ରେକର୍ଡ କରାଯାଇ ଥିଲା। ଆୟୁଷ କହିଥିଲେ ଆର୍ଥିକ ସଙ୍କଟ କାରଣର ସେ ନିଜର ଜମିକୁ ବନ୍ଧକ ରଖିଥିଲେ। ଦିଲ୍ଲୀର ଜଣେ ବ୍ୟକ୍ତି ଟେଲିଗ୍ରାମ୍ ମାଧ୍ୟମରେ ତାଙ୍କୁ ଫସାଇ ଥିଲେ ଏବଂ ପରେ ତାଙ୍କର ସାକ୍ଷାତ୍ ଅଭିଯୁକ୍ତ ଡାକ୍ତର ସହ କରାଯାଇ ଥିଲା।

ପୀଡ଼ିତ କହିଥିଲେ ଯେ, ଆରମ୍ଭରେ ତାଙ୍କୁ କିଡନୀ ଦାନ କରିବା ପାଇଁ ୯ ଲକ୍ଷ ଟଙ୍କାର ପ୍ରତିଶ୍ରୁତି ଦିଆଯାଇ ଥିଲା,ଯାହାକୁ ପରେ ହ୍ରାସ କରି ୬ ଲକ୍ଷ ଟଙ୍କା କରି ଦିଆ ଯାଇ ଥିଲା , କିନ୍ତୁ ଶେଷରେ ତାଙ୍କୁ କେବଳ ୩.୫ ଟଙ୍କା ହିଁ ମିଳିଲା, ଯାହାକୁ ନେଇ ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା।

ପୁଲିସ କହିଥିଲେ ଯେ, ଅନୁରାଗ , ଅଫଜଲ ଓ ବୈଭବ ମିରଟର ଏକ ହସ୍ପିଟାଲ ସହ ଜଡ଼ିତ ଥିଲେ। ରୋହିତ ଥିଲା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବଂ ତାଙ୍କ ଟିମ୍ ସହ ଟ୍ରାନ୍ସପ୍ଲାଣ୍ଟର ପୂରା ପ୍ରକ୍ରିୟାକୁ ସଫଳ କରୁଥିଲା। ସେ ଔଷଧ ଓ ଉପକରଣ ସାଥିରେ ନେଉ ଥିଲା। ପୁଲିସ ମୁତାବିକ , ସର୍ଜରୀ ପୂର୍ବରୁ ସିସିଟିଭି କ୍ୟାମେରା ବନ୍ଦ କରିଦିଆ ଯାଉଥିଲା, ହସ୍ପିଟାଲ କର୍ମୀଙ୍କୁ ଛୁଟିରେ ପଠାଇଦିଆ ଯାଉଥିଲା ଏବଂ କିଡନୀ ଦାନ କରୁଥିବା ବ୍ୟକ୍ତି ଓ ରିସିଭରଙ୍କୁ ଅଲଗା ଅଲଗା ସ୍ଥାନରେ ରଖାଯାଉ ଥିଲା।

ଏବେସୁଦ୍ଧା କାନପୁରର ଏକ ହସ୍ପିଟାଲରେ ଏମିତି ୮ଟି ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ପୁଲିସ କହିଛି।