ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ରିଷିଡ଼ା ପଞ୍ଚାୟତରେ ଦୋକାନ ଗୃହକୁ ବେଆଇନ ଭାବେ ଆଗକୁ ବଢ଼ାଉଛନ୍ତି ଦୋକାନୀ, ହେଉଛି ଟ୍ରାଫିକ ସମସ୍ୟା

Published By : Prameya | May 20, 2025 6:45 PM

କର୍ଲାମୁଣ୍ଡା,୨୦/୫ : କର୍ଲାମୁଣ୍ଡା ବ୍ଲକର ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ରିଷିଡା l ଏଠାରେ ପଞ୍ଚାୟତ ତରଫରୁ ନିର୍ମିତ ଭଡ଼ା ଦୋକାନ ଗୃହରୁ ନିୟମିତ ଭଡ଼ା ଟଙ୍କା ଆଦାୟ ହେଉନ ଥିବା ଜଣାପଡ଼ିଛି। ଦୋକାନ ଦେଇଥିବା କେତେକ ବେପାରୀମାନେ ନିଜ ଦଖଲରେ ଦୋକାନ ଗୃହ ରଖି ନିଜେ ନିଜେ ଅନ୍ୟ ଲୋକଙ୍କୁ ଭଡ଼ା ସୂତ୍ରରେ ଦେଇଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେମାନେ ଅନ୍ୟପକ୍ଷରେ ନିଜର ଫାଇଦା ଉଠାଉଥିବାବେଳେ ପ୍ରଶାସନ ଭଡ଼ା  ନପାଇ ଭକୁଆ ସାଜିଛି l   

ଦୋକାନ ଭଡ଼ା ନେଇଥିବା କେତେ ଜଣ ଦୋକାନୀ ଦୀର୍ଘ ବର୍ଷ ହେବ ପଂଚାୟତକୁ ଭଡ଼ା ଦେଇନଥିବା ଜଣାପଡ଼ିଛି। ଅପରପକ୍ଷେ କେତେକ ଦୋକାନୀ ନିଜ ଦୋକାନ ଆଗକୁ ସମ୍ପ୍ରସାରଣ କରି ମୁଖ୍ୟ ରାସ୍ତାଙ୍କୁ ମାଡ଼ି ଯାଉଥିବାରୁ ରାସ୍ତାରେ ଯାନବାହାନ ଯାତାୟାତରେ ଅସୁବିଧା ଦେଖା ଦେଇଛି । ଏ ସଂପର୍କରେ ପଞ୍ଚାୟତ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ରଣାଙ୍କୁ ପଚାରିବାରୁ ଯେଉଁ ଦୋକାନୀ ମାସ ମାସର ଦୋକାନ ଭଡ଼ା ଦେବାରେ ଖିଲାଫି କରିଛନ୍ତି, ସେମାନଙ୍କୁ ହଟେଇ ଅନ୍ଯ ଆଶାୟୀଙ୍କୁ ଦେବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି କହିଛନ୍ତି । ସରପଞ୍ଚ ସେବତୀ ରଣାଙ୍କୁ ପଚାରିବାରୁ ବାରମ୍ବାର କହିଲେ ମଧ୍ୟ କେହି ଜାଣି ବି ନ ଜାଣିଲା ଭଳି ହେଉଛନ୍ତି । ଏଣୁ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି। ପ୍ରକାଶ ଯେ ରିଷିଡା ପଞ୍ଚାୟତର ବସଷ୍ଟାଣ୍ଡ ନିକଟ ଏବଂ ପଞ୍ଚାୟତ ସମ୍ମୁଖରେ ବିପଣୀ ଗୃହ ନିର୍ମାଣ ହୋଇଛି। 

ଯେଉଁମାନେ ନିୟମିତ ଭଡ଼ା ଦେଉନାହାନ୍ତି ତଥା ଚୁକ୍ତିର ଖିଲାପ କରୁଛନ୍ତି ସେମାନଙ୍କଠାରୁ ଦୋକାନ ଗୃହ ଛଡ଼େଇ ନେଇ ଆଶାୟୀ ଥିବା ଅନ୍ୟ ବ୍ୟବସାୟୀଙ୍କୁ ଗୃହ ଦେବାର ବ୍ୟବସ୍ଥା କରିବାକୁ ଦାବି ହେଉଛି l ଏଥିପ୍ରତି ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି l                    

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.