- କ୍ରୁ କୁ ପଚରା ଯାଇଥିଲା ଯେ, ରନୱେ କଣ ଦେଖାଯାଉଛି
- ୫ କିଲୋମିଟରର ଭିଜିବିଲିଟି ବଜାୟ ରଖିବା ଜରୁରୀ ଥିଲା
- ତଦନ୍ତରେ ବଡ଼ ପ୍ରଶ୍ନ ଏହା ଯେ, ଶେଷରେ ଏମିତି କାହିଁକି ହେଲା
ନୂଆଦିଲ୍ଲୀ : ବାରାମତୀ ବିମାନ ଦୁର୍ଘଟଣାର ତଦନ୍ତରେ ବଡ଼ ଫୋକସ ଏହି କଥା ଉପରେ ଅଛି ଯେ, କମ୍ ଭିଜିବିଲିଟି ସତ୍ତ୍ୱେ କଣ ବିମାନକୁ ଲ୍ୟାଣ୍ଡ କରାଇବାକୁ ଚେଷ୍ଟା କରାଯାଇ ଥିଲା କି ? ଡିଜିସିଏ ସୂତ୍ରାନୁସାରେ, ବାରାମତୀ ଏୟାର କ୍ରାଶର ତଦନ୍ତର ଫୋକସ ଏହି କଥା ଉପରେ ଯେ, କମ୍ ଭିଜିବିଲିଟି ସତ୍ତ୍ୱେ ଲ୍ୟାଣ୍ଡିଂ ପାଇଁ କାହିଁକି ଚେଷ୍ଟା କରାଗଲା ?
ସୂତ୍ରାନୁସାରେ, ତଦନ୍ତରେ ଦୁଇଟି ବଡ଼ ଦିଗକୁ ଦେଖା ଯାଉଛି। ପ୍ରଥମ, ବିମାନରେ କଣ ଟେକ୍ନିକାଲ ଖରାପ ଥିଲା ଏବଂ ଦ୍ୱିତୀୟ , ପାଇଲଟଙ୍କର କଣ ରନୱେକୁ ଦେଖିବାରେ କୌଣସି ଭୁଲ୍ ଆକଳନ ହୋଇ ଥିଲା କି ?
ଏହାସହ ମଧ୍ୟ ପଢନ୍ତୁ - ଅଜିତ ପାଓ୍ବାରଙ୍କୁ ଶ୍ରଦ୍ଧାଞ୍ଜଳି : ଏମିତି କହିଲେ ସଞ୍ଜୟ ରାଉତ
ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ, କ୍ଲାସ୍-ଜି ଏୟାରଫିଲ୍ଡରେ ଅପରେସନ ପାଇଁ ସ୍ଥିର ସର୍ବନିମ୍ନ ଭିଜିବିଲିଟି ୫ କିଲୋମିଟର ହୋଇଥାଏ। ଅଧିକାରୀଙ୍କ ମୁତାବିକ ଉଡ଼ାଣ ପାଇଁ ପ୍ରସ୍ଥାନ ସମୟରେ ଭିଜିବିଲିଟି ୩ ରୁ ୫କିଲୋମିଟର ମଧ୍ୟରେ କୁହାଯାଇ ଥିଲା। ବାରାମତୀ ଏୟାରଫିଲ୍ଡ ଏକ କ୍ଲାସ୍ ଜି ଏୟାରଫିଲ୍ଡ, ଅର୍ଥାତ୍ ଏହା ଏକ ଅନକଣ୍ଟ୍ରୋଲ୍ଡ ଏୟାରପୋର୍ଟ। ଏଠାରେ କୌଣସି ଫୁଲ୍-ଟାଇମ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ନଥାଏ ଏବଂ ପାଇଲଟଙ୍କୁ ନିଜେ ହିଁ ଭିଜୁଆଲ ସେପାରେସନ ଓ ସ୍ଥିତି ଉପରେ ନଜର ରଖିବାକୁ ହୋଇଥାଏ।
ଯେଉଁ ସମୟରେ ବିମାନ ଲ୍ୟାଣ୍ଡିଂ ପାଇଁ ଚେଷ୍ଟା କରାଗଲା , ଏହି ସମୟରେ ଭିଜିବିଲିଟି ପ୍ରାୟ ୩ କିଲୋମିଟର ଅଙ୍କା ଯାଇଥିଲା। ଲ୍ୟାଣ୍ଡିଂ ଆପ୍ରୋଚ୍ ବେଳେ କ୍ରୁକୁ ପଚାର ଯାଇଥିଲା ଯେ, ରନୱେ କଣ ଦେଖା ଯାଉଛି। ପ୍ରାରମ୍ଭରେ ଏହାର ଉତ୍ତର ଦେଇ ନଥିଲେ। ଏହାପରେ ବିମାନକୁ ପୁଣି ବୁଲାଇବାକୁ ଚେଷ୍ଟା କରାଯାଇ ଥିଲା। ଦ୍ୱିତୀୟଥର ଆପ୍ରୋଚ୍ ବେଳେ ମଧ୍ୟ ପ୍ରଥମ ରନୱେ ଦେଖା ନଯିବା କଥା କୁହାଗଲା, କିନ୍ତୁ କିଛି କ୍ଷଣ ମଧ୍ୟରେ ରନୱେ ଦେଖା ଯିବାର ସ୍ପଷ୍ଟ କରି ଦିଆ ଯାଇଥିଲା , ଏମିତି ଡିଜିସିଏ ସୂତ୍ର କହିଥିଲା।
ଡିଜିସିଏ ସୂତ୍ରାନୁସାରେ ,ଏହା ରନୱେକୁ ଦେଖିବାରେ ଭୁଲ ଆକଳନର ମାମଲା ହୋଇପାରେ।
ଶେଷରେ ଏମିତି କଣ ହେଲା –
ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ, ନିୟମ ମୁତାବିକ ୫ କିଲୋମିଟରର ଭିଜିବିଲିଟି ବଜାୟ ରଖିବାର ଜରୁରୀ ଥିଲା ,ଯାହା ଏହି ମାମଲାରେ କରାଯାଇ ନାହିଁ। ଏବେ ତଦନ୍ତର ସବୁଠୁ ପ୍ରମୁଖ ପ୍ରଶ୍ନ ଏହା ଯେ, ଶେଷରେ ଏମିତି କାହିଁକି ହେଲା।
ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ସିସିଟିଭି ଫୁଟେଜ୍ ଓ ପ୍ରାରମ୍ଭିକ ସୂଚନା ଆଦିରୁ ସଙ୍କେତ ମିଳେ ଯେ, ଯେବେ ପାଇଲଟଙ୍କୁ ଶେଷରେ ରନୱେ ଦେଖାଗଲା , ସେତେବେଳେ ତାଙ୍କୁ ଅନୁଭବ ହେଲା ଯେ, ଆକଳନରେ ଭୁଲ୍ ହୋଇଛି । ଏହାପରେ ସେ ବିମାନକୁ ଠିକ୍ ଦିଗରେ ଆଣିବାକୁ ଚେଷ୍ଟା କଲେ , କିନ୍ତୁ ସେପର୍ଯ୍ୟନ୍ତ ବିମାନର ଗତି ଖୁବ୍ ଅଧିକ ହୋଇ ସାରିଥିଲା ଏବଂ ସୁରକ୍ଷିତ ଲ୍ୟାଣ୍ଡିର ଚେଷ୍ଟା ଖୁବ୍ ବିଳମ୍ୱରେ କରାଗଲା।