ମୁମ୍ବାଇ, ୨୯/୧ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି । ବୁଧବାର ଏହି ଦୁଃଖଦ ଖବର ଘଟିଥିବାବେଳେ ଗୁରୁବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବିଭିନ୍ନ ଦଳର ରାଜନେତାଙ୍କଠାରୁ ଆରମ୍ଭ ସେଲିବ୍ରିଟି ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ଏହାରି ଭିତରେ ଗଣମାଧ୍ୟମରେ ବଡ଼ ବଡ଼ ପୋଷ୍ଟର ମାଧ୍ୟମରେ ମୟାୟୁତି ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ମଧ୍ୟରେ ସମାଲୋଚନା କରିଛନ୍ତି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ସେ ବିଜେପିକୁ ସମାଲୋଚନା କରିଛନ୍ତି ।
ଏହାସହ ପଢ଼ନ୍ତୁ : ଅଜିତ ପାଓ୍ବାରଙ୍କ ଦେହାନ୍ତ, ମହାରାଷ୍ଟ୍ର ରାଜନୀତିରେ କ’ଣ ହେବ ?
ସଞ୍ଜୟ ରାଉତ କହିଛନ୍ତି କି, ଅଜିତ ପାଓ୍ବାରଙ୍କ ଉପରେ ଲଗାଯାଇଥିବା ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗକୁ ହଟାନ୍ତୁ ବିଜେପି ସରକାର । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନସିବ ଯଦି ଏହାକୁ ହଟାନ୍ତି ତାହେଲେ ଏହା ହେଉଛି ବାସ୍ତବ ଶ୍ରଦ୍ଧାଞ୍ଜଳି । କେବଳ ଖବରକାଗଜରେ ବଡ଼ ପୋଷ୍ଟରରେ ଜଣାଇଲେ ହେବନି । ବିଜେପି ପ୍ରଥମେ ତାଙ୍କ ଉପରେ ଜଳସେଚନ ବିଭାଗରେ ହୋଇଥିବା ଦୁର୍ନୀତି ଅଭିଯୋଗ ଆଣିଥିଲା । ପ୍ରଥମେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଥିଲା ଆଉ ଏବେ ଖବରକାଗଜରେ ବିଜ୍ଞାପନ ଦେଇ ଦେଖାଇ ହେଉଛି । ଏହି ଅଭିଯୋଗକୁ ହଟାଇଲେ ପ୍ରକୃତରେ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ ।
ଏହାସହ ପଢ଼ନ୍ତୁ : ମୃତ୍ୟୁ ପୂର୍ବରୁ ଶ୍ରଦ୍ଧାଞ୍ଜଳି, ଜାଣନ୍ତୁ କାହାକୁ ମନେ ପକାଇଥିଲେ ଅଜିତ ପାଓ୍ବାର