ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଅସିମ ମୁନୀରଙ୍କ ପଦୋନ୍ନତି ନେଇ ଇମରାନ ଖାନଙ୍କ ବିସ୍ଫୋରକ ବୟାନ, 'ପାକିସ୍ତାନରେ ଏବେ ଚାଲିଛି ଜଙ୍ଗଲ ରାଜ୍'

Published By : Rasmita Pradhan | May 23, 2025 10:59 AM

ନୂଆଦିଲ୍ଲୀ, ୨୩/୦୫ : ପାକିସ୍ତାନର ଭସ୍ମାସୁର ଅସିମ ମୁନୀର। ଜଣେ ଜେନେରାଲ୍ ନୁହଁନ୍ତି ତ ଇଏ ଜଣେ ଜିହାଦୀ ଜେନେରାଲ୍। କଟ୍ଟରପନ୍ଥୀ ମୌଲାନା ମୁନୀର। ଇଏ ସେହି ବ୍ୟକ୍ତି ଯିଏ ପୋତିଥିଲେ ପହଲଗାମ୍ ନରସଂହାର ମଞ୍ଜି। ଯାହାଙ୍କ ବିଭ୍ରାନ୍ତିକାରୀ ଭାଷଣ ଯୋଗୁଁ ଧ୍ଵଂସ ବିଧ୍ଵଂସ ହେଲା ପାକିସ୍ତାନ। ଭାରତର ଆକ୍ରୋଶ ସହିଲା ପାକିସ୍ତାନ ଏୟାରଫୋର୍ସ। ହେଲେ ଫିଲ୍ଡ ମାର୍ସଲର ଟାଇଟେଲ୍ ନେଲେ ମୁନୀର। ପରାଜୟରେ ଇଏ କେମିତିକା ପ୍ରମୋସନ ? ଯେତେବେଳେ ଭାରତ ଆକ୍ରମଣ କରୁଥିଲା। ସେତେବେଳେ ବଙ୍କରରେ ଲୁଚିଥିଲେ ପାକିସ୍ତାନର ଆର୍ମି ଚିଫ୍। ୮୦ ଘଣ୍ଟା ଯାଏଁ ନିଖୋଜ ଥିଲେ ଜେନେରାଲ ଜିହାଦୀଙ୍କ ଫୌଜ। କିନ୍ତୁ ଶେହବାଜ ସରିଫ କରିଦେଲେ ମୁନୀରଙ୍କ ମଉଜ। ଯାହାକୁ ନେଇ ଏବେ ବର୍ଷିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ। 

ଜେଲ୍‌ରେ ବନ୍ଦୀ ଥିବା ଇମରାନ ଖାନ ଅସିମ ମୁନୀରଙ୍କ ପଦୋନ୍ନତି ନେଇ କଡ଼ା ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ, ମୁନୀରଙ୍କ ଫିଲ୍ଡ ମାର୍ସଲ କାହିଁକି, କିଙ୍ଗ୍ କରିଦେଇଥାନ୍ତେ। କାରଣ ପାକିସ୍ତାନରେ ଏବେ ଜଙ୍ଗଲ ରାଜ୍ ଚାଲିଛି ଏବଂ ଜଙ୍ଗଲରେ କେବଳ ମାତ୍ର ଜଣେ ରାଜା ଥାନ୍ତି। ତେବେ ଇମରାନ ଶେହବାଜ ସରିଫ୍‌ଙ୍କୁ ଭାରତର ପରବର୍ତ୍ତୀ ଆକ୍ରମଣ ନେଇ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଯେକୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିବା ଉଚିତ୍। ପାକିସ୍ତାନ ଆଇନ କେବଳ ଦୁର୍ବଳ ଉପରେ ଜୋର୍ ଦେଖାଏ। ଲୋକତନ୍ତ୍ରର ମୂଳ ଭାବନାକୁ ଦଳି ମକଚି ନଷ୍ଟ କରାଯାଉଛି। ପାକିସ୍ତାନର ବର୍ତ୍ତମାନ ସ୍ଥିତି ଯାହା- ଯେତେ ବଡ଼ ଚୋର... ସେତେ ବଡ଼ ପଦ। 

ସୂଚନା ଥାଉକି, ମେ ୨୦ ତାରିଖରେ ଶେହବାଜ ସରିଫ ଜେନେରାଲ ଅସିମ ମୁନୀରଙ୍କୁ ସର୍ବୋଚ୍ଚ ସୈନ୍ୟ ରାଙ୍କ ଫିଲ୍ଡ ମାର୍ସଲ ଭାବରେ ପଦୋନ୍ନତି ଦେଇଥିଲେ। ପାକିସ୍ତାନରେ ଫିଲ୍ଡ ମାର୍ସଲ ପଦ ପାଇଥିବା ମୁନୀର ହେଉଛନ୍ତି ଦ୍ଵିତୀୟ ବ୍ୟକ୍ତି। ତାଙ୍କ ପୂର୍ବରୁ ଜେନେରାଲ ଆୟୁବ ଖାନଙ୍କୁ ଫିଲ୍ଡ ମାର୍ସଲ ପଦ ମିଳିଥିଲା। ତେବେ ଭାରତ-ପାକ୍ ଯୁଦ୍ଧରେ ପାକିସ୍ତାନର ଶୋଚନୀୟ ପରାଜୟ ପରେ ଆର୍ମି ଚିଫ୍‌ଙ୍କୁ ଇଏ କେମିତିକା ପ୍ରମୋସନ? ସାରା ବିଶ୍ଵ ଆଗରେ କଣ ଦେଖାଇବାକୁ ଚାହୁଁଛି ପାକିସ୍ତାନ?  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.