ଆମିର ଖାନଙ୍କ ଭଣଜା ଇମ୍ରାନଙ୍କ ବୈବାହିକ ଜୀବନରେ ଝଡ,ଘର ଛାଡିଲେ ପତ୍ନୀ ଅବନ୍ତିକା

ମୁମ୍ବାଇ,୨୧।୮: ଫିଲ୍ମ ଦୁନିଆରୁ ଦୀର୍ଘ ଦିନ ଧରି ଦୂରେଇ ରହିଥିବା ବଲିଉଡ ଷ୍ଟାର ଆମିର ଖାନଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାନଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଛି ଫାଟ। ଶୁଣିବାକୁ ମିଳିଛି ଯେ, ଇମ୍ରାନ ଓ ଅବନ୍ତିକା ମାଲିକଙ୍କ ଭିତରେ ଦେଖା ଦେଇଛି ବିବାଦ। ଆଉ ଏହି ବିବାଦ ଏତେ ବଢିଯାଇଛି ଯେ ଅବନ୍ତିକା ଏବେ ଇମ୍ରାନଙ୍କ ଘର ଛାଡି ତାଙ୍କ ବାପାଙ୍କ ଗରକୁ ଚାଲିଯାଇଛନ୍ତି।

ଶୁଣିବାକୁ ମିଳୁଛି ଯେ, ଅବନ୍ତିକା ମୁମ୍ବାଇର ପାଲି ହିଲରେ ଥିବା ଇମ୍ରାନ ଖାନଙ୍କ ଘର ଛାଡି ଦେଇଛନ୍ତି। ଏବେ ସେ ନିଜର ପରିବାର ଲୋକଙ୍କ ସହିତ ଅଛନ୍ତି। ଇମ୍ରାନ ଓ ଅବନ୍ତିକାଙ୍କ ଭିତରେ ସମ୍ପର୍କରେ ଫାଟା ଗତ କିଛି ଦିନର ନା ଏହା ଆଗକୁ ଦୁହେଁ ସମ୍ପର୍କକୁ ନେଇ କୌଣସି ଗମ୍ଭୀର ପଦକ୍ଷେପ ଗ୍ରହଣ କରିପାରନ୍ତି, ଏହା କେବଳ ସମୟ ହିଁ କହିବ।

ଏବେ ଦୁହିଁଙ୍କ ଭିତରେ ସୃଷ୍ଟି ହୋଇଥିବା ମତଭେଦ ପାଇଁ ତାଙ୍କ ପରିବାର ଲୋକ ବୁଝାସୁଝା କରୁଛନ୍ତି। ଉଲ୍ଳେଖନୀୟ ଯେ, ଇମ୍ରାନ ଓ ଅବନ୍ତିକା ୮ ବର୍ଷ ଧରି ଡେଟିଂ କରିବା ପରେ ୨୦୧୧ରେ ବିବାହ କରିଥିଲେ। ଇମ୍ରାନଙ୍କ ବିବାହରେ ଆମିର ଖାନ, କିରଣ ରାଓଙ୍କ ସହିତ ବଲିଉଡର ବହୁ ବଡ ଫିଲ୍ମଷ୍ଟାର ଯୋଗ ଦେଇଥିଲେ।

୨୦୧୪ରେ ଅବନ୍ତିକା ଏକ କନ୍ୟା ସନ୍ତାନର ମା’ ହୋଇଥିଲେ। ନିଜର ଝିଅ ବିଷୟରେ ଇମ୍ରାନ ଏକ ଇଣ୍ଟରଭ୍ୟୁରେ କହିଥିଲେ, ମୋର ଝିଅ ଆମର ସବୁଠାରୁ ଭଲ ଉପହାର, ଯାହା ମୋତେ ଅବନ୍ତିକା ଦେଇଛନ୍ତି। ଇମ୍ରାନ ଦୀର୍ଘ ଦିନ ଧରି ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ୨୦୧୫ରେ ଆସିଥିବା ଫିଲ୍ମ କଟ୍ଟି-ବଟ୍ଟିରେ ଇମ୍ରାନଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କର ଆଉ କୌଣସି ଫିଲ୍ମ ରିଲିଜ ହୋଇନାହିଁ।