ନୂଆଦିଲ୍ଲୀ,୨୮/୧୧; ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନେଇ ହଲଚଲ ବଢିବାରେ ଲାଗିଛି । ଇମ୍ରାନ୍ ବଞ୍ଚିଛନ୍ତି ନା ତାଙ୍କର ମୃତ୍ୟୁ ହୋଇଛି ତାହାକୁ ନେଇ ଚର୍ଚ୍ଚା ଥମୁନାହିଁ । ଇମ୍ରାନ ଖାନଙ୍କୁ ଜେଲ୍ ଯିବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ସେ ପ୍ରାୟ ୮୪୫ ଦିନ ଧରି ଜେଲ୍ରେ ଅଛନ୍ତି । ତାଙ୍କ ପରିବାରକୁ ତାଙ୍କୁ ଭେଟିବାକୁ ଅନୁମତି ନାହିଁ, କିମ୍ବା କୌଣସି ପିଟିଆଇ ନେତା ବି ତାଙ୍କୁ ଭେଟି ପାରୁ ନାହାନ୍ତି । ଏହି ସମୟରେ, ପାକିସ୍ତାନର ଆଦିଆଲା ଜେଲ୍ ବାହାରେ ଗୁରୁବାର ବିଳମ୍ବିତ ରାତିରେ ହାଇଡ୍ରାମା ଦେଖିବାକୁ ମିଳିଛି । ଇମ୍ରାନ୍ ଖାନଙ୍କ ପୁଅଙ୍କ ଏକ ପୋଷ୍ଟ ବିବାଦ ସୃଷ୍ଟି କରିଛି । କାସିମ୍ ଖାନଙ୍କ ଏକ ବାର୍ତ୍ତା ସୋସିଆଲ ମିଡିଆରେ ଆସିବା ପରେ ଦେଶର ଅନେକ ସ୍ଥାନରେ ଅଶାନ୍ତି ସୃଷ୍ଟି ହୋଇଛି ।
ବ୍ରିଟେନରେ ରହୁଥିବା କାସିମ୍ ଖାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଇମ୍ରାନ ଖାନଙ୍କୁ ଗତ ଛଅ ସପ୍ତାହ ଧରି ଏକ ବନ୍ଦୀଶାଳାରେ ରଖାଯାଇଛି, ତାଙ୍କ ସହ କୌଣସି ସମ୍ପର୍କ ନାହିଁ ଏବଂ ତାଙ୍କ ପରିବାରକୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ପିତା ଜୀବିତ ଅଛନ୍ତି ବୋଲି କୌଣସି ପ୍ରମାଣ ନାହିଁ। ଏହି ବୟାନ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି । କାସିମ୍ ଏବଂ ତାଙ୍କ ଭାଇ ସାଧାରଣତଃ ରାଜନୀତିରୁ ଦୂରରେ ରୁହନ୍ତି, କିନ୍ତୁ ଏଥର ପରିସ୍ଥିତି ସେମାନଙ୍କୁ କହିବାକୁ ବାଧ୍ୟ କରିଛି ।
ବାପାଙ୍କ ସୁରକ୍ଷା ଦାୟିତ୍ୱ ପାକିସ୍ତାନର - ଇମ୍ରାନ ଖାନଙ୍କ ପ୍ରକୃତ ସ୍ଥିତି କଣ ରହିଛି ପ୍ରକାଶ କରିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇବା ପାଇଁ କାସିମ ଜାତିସଂଘ, ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଏବଂ ବିଶ୍ୱର ଗଣତାନ୍ତ୍ରିକ ସରକାରଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ଯଦି ଇମ୍ରାନ ଖାନଙ୍କ ସହିତ କିଛି ଘଟଣା ଘଟେ, ତେବେ ପାକିସ୍ତାନ ସରକାର ସିଧାସଳଖ ଦାୟୀ ରହିବେ । କାରଣ ବାପାଙ୍କ ସୁରକ୍ଷା ଦାୟିତ୍ୱ ପାକିସ୍ତାନର ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମୃତ୍ୟୁ ଖବର ଜୋରଦାର ବ୍ୟାପିବାରେ ଲାଗିଛି । ଦୁର୍ନୀତି ମାମଲାରେ ୨୦୨୩ ଅଗଷ୍ଟରୁ ରାୱଲପିଣ୍ଡିର ଆଦିୟାଲା ଜେଲ୍ରେ ବନ୍ଦୀ ଥିବା ଇମ୍ରାନଙ୍କୁ ସେଠାରେ ହତ୍ୟା କରାଯାଇଥିବା ଖବର ପ୍ରସାରିତ ହେଉଥିବାବେଳେ ସେ କିନ୍ତୁ ସୁସ୍ଥ ଥିବା ଜେଲ୍ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ ମୃତ୍ୟୁ କିମ୍ବା ହତ୍ୟା କରାଯାଇଥିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜେଲ୍ ପ୍ରଶାସନ ଏକ ବିବୃତି ଜାରି କରିଛି । ସେହିପରି ଇମ୍ରାନ୍ ଜେଲ୍ରେ ପଞ୍ଚ ତାରକା ସୁବିଧା ଭିତରେ ବେଶ୍ ଆରାମରେ ଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି । ଇମ୍ରାନ ଖାନଙ୍କ ପ୍ରକୃତ ସ୍ଥିତି କଣ ରହିଛି ପ୍ରକାଶ କରିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇବା ପାଇଁ କାସିମ ଜାତିସଂଘ, ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଏବଂ ବିଶ୍ୱର ଗଣତାନ୍ତ୍ରିକ ସରକାରଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ଯଦି ଇମ୍ରାନ୍ ଖାନଙ୍କ ସହିତ କିଛି ଘଟଣା ଘଟେ, ତେବେ ପାକିସ୍ତାନ ସରକାର ସିଧାସଳଖ ଦାୟୀ ରହିବେ ବୋଲି କହିଛନ୍ତି କସିମ୍ ।