ମୁମ୍ୱାଇ : କମଲ ହାସନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଓପେନ ଲେଟର ଲେଖିଛନ୍ତି, ତାଙ୍କୁ ନିଜ ଦେଶ ଉପରେ ଧ୍ୟାନ ଦେବାକୁ ଚେତାବନୀ ଦେଇଛନ୍ତି। କମଲ ହାସନ ଡୋନାଲ୍ଡ ଟ୍ରମ୍ପଙ୍କ ସେହି ଉପଦେଶକୁ ନେଇ କଟାକ୍ଷ କରିଛନ୍ତି , ଯେଉଁଥିରେ ସେ ଭାରତ ରୁଷିଆ ଠାରୁ ତୈଳ ନେବାକୁ ମୁକ୍ତ କରିଛନ୍ତି। କମଲ ହାସନ ଅଫିସିଆଲି ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି - "ସେବାରେ , ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମାନନୀୟ ରାଷ୍ଟ୍ରପତି ଜୀ, ଆମେ ଭାରତୀୟ ଲୋକ ଏକ ସ୍ୱାଧୀନ ଓ ନିଜ ନିଷ୍ପତ୍ତି ନିଜେ ନେଉଥିବା ଦେଶର ନାଗରିକ। ଏବେ ଆମେ କୌଣସି ଅନ୍ୟ ଦେଶରୁ ଅର୍ଡର ନେଇ ନଥାଉ। ଦୟାକରି, ନିଜ କାମ ଉପରେ ଧ୍ୟାନ ରଖ। ଦେଶ ଦେଶ ମଧ୍ୟରେ ପାରସ୍ପରିକ ସମ୍ମାନ ହିଁ ଦୁନିଆରେ ଶାନ୍ତି ଓ ପ୍ରଗତିର କାମନା କରନ୍ତି। କମଲ ହାସନ – ଜଣେ ପ୍ରାଉଡ୍ ଭାରତୀୟ ନାଗରିକ। ସଂସ୍ଥାପକ-ମକ୍କଲ ନିଧି ମାଇଅମ।"

ମଧ୍ୟ –ପ୍ରାଚ୍ୟରେ ଯୁଦ୍ଧ କାରଣରୁ ସ୍ଥିତି ଖୁବ୍ ଗୁରୁତର ହୋଇ ଯାଇଛି। ଇରାନ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜକୁ ବ୍ଲକ କରି ଦେଇଛି, ଯେଉଁଠାରୁ ବିଶ୍ୱର ୨୦ ପ୍ରତିଶତ ତୈଳ ସପ୍ଲାଇ ହୋଇଥାଏ। ଏହି ସ୍ଥିତିରେ ଭାରତରେ ମଧ୍ୟ ତୈଳର ଦାମ୍ ବଢିବାର ଅନୁମାନ ଥିଲା। ଏହି ମଧ୍ୟରେ ଭାରତକୁ ୩ ଅପ୍ରେଲ ଯାଏ ରୁଷ୍ ଠାରୁ ଅଶୋଧିତ ତୈଳ କ୍ରୟର ସହ ମୁକ୍ତି ମିଳିଛି। ଆମେରିକୀୟ ଟ୍ରେଜରୀ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଏନର୍ଜି ଏଜେଣ୍ଡା ଅଧୀନରେ ଏହି ଅସ୍ଥାୟୀ ପଦକ୍ଷେପ ନିଆଯାଇଛି।

ଅନ୍ୟପଟେ କମଲ ହାସନଙ୍କ ପୋଷ୍ଟ ସାମ୍ନାକୁ ଆସିବା ପରେ ଅନେକ ୟୁଜର ଏହି ପ୍ରଶ୍ନ କରିଛନ୍ତି ଯେ, କେଉଁ କ୍ଷମତାରେ ସେ ଭାରତ ପକ୍ଷରୁ ବିବୃତ୍ତି ଦେଉଛନ୍ତି। ଅନେକ ଲୋକ ଏହାକୁ ଡ୍ରାମା କହୁଥିବା ବେଳେ ଆଉ କିଛି ଏହା ମଧ୍ୟ କହିଛନ୍ତି ଯେ , ଭାରତକୁ କୌଣସି ବି ଦେଶ ପକ୍ଷରୁ କୌଣସି ଅର୍ଡର ଦିଆଯାଇ ନାହିଁ , ଯେମିତି କି କମଲ ହାସନ ପୋଷ୍ଟରେ କହିଛନ୍ତି।