କଟକ, ୨୩/୧୧ : କଟକ ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ । ଷଣ୍ଢ ଆକ୍ରମଣରେ ଦୁଇ ଯୁବତୀ ଆହତ। ଭାରତ ମସଲା ଷ୍ଟଲ୍ ନିକଟରେ ଷଣ୍ଢ ଲଢେଇ ଚାଲିଥିବାବେଳେ ହଠାତ୍ ଦୁଇଟି ଷଣ୍ଢ ସେଠାରେ ଉପସ୍ଥିତ ଥିବା ଯୁବତୀ ମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଦୁଇ ଆହତ ହେଲେ ଭୁବନେଶ୍ୱରର ସୁଭଦ୍ରା ସାହୁ ଓ କଟକର ଅନ୍ନପୂର୍ଣ୍ଣା ସାହୁ। ଦୁଇ ଆହତଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଥିଲେ।