ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

Air India incident: ଦିଲ୍ଲୀ-ବ୍ୟାଙ୍କକ୍ ଏୟାର ଇଣ୍ଡିଆ ଫ୍ଲାଇଟରେ ଅଘଟଣ; ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯୁବକ

Published By : Bijay Swain | April 9, 2025 6:55 PM

ନୂଆଦିଲ୍ଲୀ: ବିମାନ ପରିବହନକାରୀ ସଂସ୍ଥା ଏୟାର ଇଣ୍ଡିଆ ପଛରୁ ବିବାଦ ହଟିବାର ନାଁ ନେଉନି। ଏୟାର ଇଣ୍ଡିଆର ଆଉ ଏକ ବିମାନରେ ପୁଣି ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଛନ୍ତି। ବୁଧବାର ଦିଲ୍ଲୀରୁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଏହି ଦୁର୍ଘଟଣା ଘଟିଛି ବୋଲି ଆଧିକାରିକ ସୁତ୍ରରୁ ଜଣାପଡିଛି। 

ସୂଚନା ମୁତାବକ, ଏୟାର ଇଣ୍ଡିଆର ବିମାନ AI2336ରେ ବିଜନେସ କ୍ଲାସରେ ଏହି ଦୁର୍ଘଟଣା ଘଟିଛି। ଯେଉଁଠି ଜଣେ ପୁରୁଷ ଯାତ୍ରୀ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଛନ୍ତି। ଅଭିଯୁକ୍ତ ଜଣକ ବିଜନେସ କ୍ଲାସର ସିଟ୍ ନମ୍ୱର 2Dରେ ଯାତ୍ରା କରୁଥିଲେ। ତେବେ ହଠାତ୍ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ସିଟ ନିକଟରେ ବସିଥିବା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ। ତେବେ ଏନେଇ ସହଯାତ୍ରୀ ଜଣଙ୍କ କୌଣସି ମାମଲା ଦାଏର କରିନଥିବା ବେଳେ ଅଭିଯୁକ୍ତ ଜଣଙ୍କ କିନ୍ତୁ ନିଜ ଆଡୁ କ୍ଷମା ପାର୍ଥନା କରିଛନ୍ତି। ତେବେ ଏହି ଘଟଣାରେ ଅଭିଯୁକ୍ତ ବ୍ୟକ୍ତିଜଣକ ଏକ ବଡ କମ୍ପାନୀରେ ପରିଚାଳନା ନିର୍ଦ୍ଦେଶକ ବୋଲି ଜଣାପଡିଛି। 

ବର୍ତ୍ତମାନ ଏୟାର ଇଣ୍ଡିଆ କତ୍ତୃପକ୍ଷ ଏହି ଦୁର୍ଘଟଣା ଘଟିଥିବା ନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି। ଏହି ମାମଲାର ପର୍ଯ୍ୟବେକ୍ଷଣ କରାଯାଉଛି ଓ ଏନେଇ ପ୍ରାସଙ୍ଗିକ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଛି ବୋଲି ଏୟାର ଇଣ୍ଡିଆ ଘୋଷଣା କରିଛି। "୯ ଏପ୍ରିଲ ୨୦୨୫ରେ ଦିଲ୍ଲୀରୁ ବ୍ୟାଙ୍କକ ଯାଉଥିବା ବିମାନ AI2336 ପରିଚାଳନା କରୁଥିବା କ୍ୟାବିନ କ୍ରୁଙ୍କୁ ଯାତ୍ରୀଙ୍କ ଅଶାଳୀନ ଆଚରଣର ଏକ ଘଟଣା ରିପୋର୍ଟ କରାଯାଇଥିଲା। କ୍ରୁ ସମସ୍ତ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରିଥିଲେ ଏବଂ ଏହି ମାମଲା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଛି," ବୋଲି ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି।

ଏୟାର ଇଣ୍ଡିଆ ଆହୁରି ମଧ୍ୟ କହିଛି ଯେ କ୍ରୁ ଉକ୍ତ ଅବାଧ୍ୟ ଯାତ୍ରୀଙ୍କୁ ଚେତାବନୀ ଦେଇଥିଲେ। ଏହା ସହ ପୀଡିତ ଯାତ୍ରୀଙ୍କୁ ନେଇ ବ୍ୟାଙ୍କକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଦାଖଲ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ତେବେ ପୀଡିତ ଯାତ୍ରୀ ଜଣଙ୍କ ନିଜଆଡୁ ମାମଲା ଦେବାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିନଜାରପୁ ଏ ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ଏନେଇ ଯାଞ୍ଚ ହେବ ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.