ନୂଆଦିଲ୍ଲୀ ୦୧/୦୧: କେନ୍ଦ୍ର ସରକାର ବିଳମ୍ବରେ  ଆୟକର ଫାଇଲ୍‌ କରିବା ଅବଧିକୁ ୧୫ ଜାନୁଆରୀ ଯାଏ  ବୃଦ୍ଧି କରିଛନ୍ତି । ଲେଟ୍‌ ଫି’ ଦେଇ ଆୟକର ରିଟର୍ଣ୍ଣ ଫାଇଲ  କରିହେବ । ସେହିଭଳି ଆୟକର ରିଟର୍ଣ୍ଣ ଫାଇଲ କରିଥିଲେ  ଯଦି କୌଣସି ତ୍ରୁଟି ରହିଛି ସେମାନେ ମଧ୍ୟ ଏହି ଅବଧିରେ  ପୁଣି ଥରେ ରିଟର୍ଣ୍ଣ ଫାଇଲ କରିପାରିବେ । ଆର୍ଥିକ ବର୍ଷ  ୨୦୨୩-୨୪ ଲାଗି ବିନା କୌଣସି ଲେଟ୍‌ ଫି’ରେ ଆୟକର  ରିଟର୍ଣ୍ଣ ଫାଇଲ କରିବା ସୀମା ଜୁଲାଇ ୩୧ ଯାଏ ରହିଥିଲା ।  ଲୋକଙ୍କୁ ଲେଟ୍‌ ଫି’ ଭାବେ ୫ ହଜାର ଟଙ୍କା ଦେବାକୁ  ପଡ଼ିବ । ୫ ଲକ୍ଷରୁ ଊଦ୍ଧ୍ୱର୍ ଆୟ କ୍ଷେତ୍ରରେ ଏହି ଦେୟ  ଲାଗିବ । ସେହିଭଳି ୫ ଲକ୍ଷରୁ କମ୍‌ ଆୟ କ୍ଷେତ୍ରରେ  ଲେଟ୍‌ ଫି’ ୧ ହଜାର ଟଙ୍କା ରହିଛି