ନୂଆଦିଲ୍ଲୀ,୧୫/୧୨: ବ୍ରିସବେନର ଗାବା ଗ୍ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯାଉଛି । ଏଥିରେ ଋଷବ ପନ୍ତଙ୍କ ନାମରେ ନୂଆ ରେକର୍ଡ ଯୋଡି ହୋଇଛି । ୱିକେଟ ପଛରେ କମାଲ କରିଛନ୍ତି ପନ୍ତ । ଗାବା ଟେଷ୍ଟର ଦ୍ବିତୀୟ ଦିନରେ ଉସମାନ ଖ୍ବାଜାର କ୍ୟାଚ ଧରି ଏମଏସ ଧୋନୀଙ୍କ ବରାବର ହୋଇଛନ୍ତି ଋଷବ । ଏହା ସହିତ ଟେଷ୍ଟ ମ୍ୟାଚରେ ୧୫୦ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ୪୧ଟି ମ୍ୟାଚ ଖେଳି ୧୫୦ ୱିକେଟ ହାସଲ କରିବାର ୱିକେଟ କିପର ହୋଇଛନ୍ତି । ଧୋନୀ-ଦ୍ରାବିଡଙ୍କ ପରେ ତୃତୀୟ ୱିକେଟ କିପର ଭାବେ ଋଷବ ପନ୍ତ ଏହି କୀର୍ତ୍ତୀମାନ ନିଜ ନାଁରେ କରିଛନ୍ତି ।
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଜାରି ରହିଛି। ଗାବା ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ଦଳ ଅଷ୍ଟ୍ରେଲିଆ । ବର୍ଷା ହେବାରୁ ପ୍ରଥମ ଦିନ ଖେଳ ବନ୍ଦ ରହିଥିଲା । ଏହାପରେ ଆଜି ଦ୍ବିତୀୟ ଦିନ ଗେମ୍ ଆରମ୍ଭ ହୋଇଥିଲା । ଉସମାନ ଖ୍ବାଜା ଓ ନାଥନ ମ୍ୟାକସ୍ବାନି କ୍ରିଜରେ ଥିଲେ । ଯଶପ୍ରୀତ ବୁମରା ୧୬ତମ ଓଭର ବୋଲିଂ କରିଥିଲେ । ଏହି ବଲରେ ପ୍ରଥମ ବଲରେ ଓପନିଂ ଯୋଡିକୁ ଭାଙ୍ଗିଥିଲେ ବୁମରା । ଉସମାନଙ୍କୁ ଆଉଟ କରିଥିଲେ । କ୍ୟାଚ ଧରିଥିଲେ ୱିକେଟକିପର ଋଷବ ପନ୍ତ ।
ଏହି ସଫଳତା ସହ ଋଷବ ପନ୍ତ ଟେଷ୍ଟ କ୍ରିକେଟରେ ୧୫୦ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ୨୦୧୮ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ପନ୍ତଙ୍କୁ ଏହି ରେକର୍ଡ ହାସଲ କରିବାକୁ ୪୧ଟି ମ୍ୟାଚ ଖେଳିବାକୁ ପଡିଛି । ଏହି ରେକର୍ଡ ସହ ସେ ଏମଏସ ଧୋନୀ ଓ ରାହୁଲ ଦ୍ରାବିଦଙ୍କ ପରେ ତୃତୀୟ ୱିକେଟ କିପର ହୋଇଛନ୍ତି ।
ଧୋନୀ ୯୦ଟି ମ୍ୟାଚ ଖେଳି ୨୫୬ଟି କ୍ଯାଚ ଧରିଥିବା ସହ ୩୮ଟି ଷ୍ଟମ୍ପିଂ କରିଛନ୍ତି । ଦ୍ବିତୀୟରେ ରହିଛନ୍ତି ରାହୁଲ ଦ୍ରାବିଡ । ସେ ଜଣେ ଫଲ ଫିଲ୍ଡର ଭାବେ ୨୧୦ଟି କ୍ୟାଚ ଧରିଛନ୍ତି । ୱିକେଟକିପର ହିସାବରେ ୧୯୮ଟି ୱିକେଟ ଶିକାର କରିଛନ୍ତି । ରିପୋର୍ଟ ଲେଖା ଯିବା ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ କରିଛି ।