ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇଣ୍ଡିଆ–ଇଂଲଣ୍ଡ ୩ୟ ଟି-୨୦ : ଭାରତୀୟ ଟିମ୍‌କୁ ୧୭୨ ରନ୍‌ର ଟାର୍ଗେଟ୍‌

Published By : Prameya | January 28, 2025 8:55 PM

ରାଜକୋଟ୍‌ : ଆଜି ଇଣ୍ଡିଆ –ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ୩ୟ ମୁକାବିଲା ଖେଳା ଯାଉଛି। ଉଭୟ ଟିମ୍‌ ରାଜକୋଟ୍‌ର ନିରଞ୍ଜନଶାହ ଷ୍ଟାଡିୟମରେ ସାମ୍ନାସାମ୍ନି ହୋଇଛନ୍ତି। ଇଂଲଣ୍ଡ ୧୭୨ ରନ୍‌ର ଟାର୍ଗେଟ୍‌ ଦେଇଛି। ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ରେ ୧୭୧ ରନ୍‌ କରି ପାରିଛି। ଇଂଲଣ୍ଡ ପାଇଁ ସର୍ବାଧିକ ରନ୍‌ ବେନ୍‌ ଡକେଟ ( ୫୧) କରିଛନ୍ତି। ଲିୟାମ ଲିଭିଙ୍ଗଷ୍ଟୋନ ୪୩ ଓ ଜୋସ୍‌ ବଟଲର ୨୪ ରନ୍‌ର ଯୋଗଦାନ ଦେଇଛନ୍ତି। ଫିଲିପ୍‌ ସାଲ୍ଟ (୫) ଓ ହୈରୀ ବ୍ରୁକ୍‌ (୮) ସମେତ ଇଂଲଣ୍ଡର ୬ଜଣ ଖେଳାଳି ଦୁଇ ଅଙ୍କରେ ପହଞ୍ଚି ପାରି ନାହାନ୍ତି। ମାର୍କ ଉଡ୍‌ ଓ ଆଦିଲ ରାଶିଦ ୧୦-୧୦ ରନ୍‌ କରି ଅପରାଜେୟ ରହିଥିଲେ।

ସ୍ପିନର ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୪ ରନ୍‌ ଦେଇ ୫ ୱିକେଟ୍‌ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଓ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ୧-୧ ଶିକାର କରିଛନ୍ତି। ବର୍ଷକରୁ ଅଧିକ ସମୟ ପରେ ଇଣ୍ଟରନ୍ୟାସନାଲ କ୍ରିକେଟ୍‌କୁ ଫେରିଥିବା ମହମ୍ମଦ ସାମିଙ୍କୁ କୌଣସି ୱିକେଟ୍‌ ମିଳି ନାହିଁ। 

ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ୩ୟ ଟି-୨୦ ପାଇଁ ନିଜର ପ୍ଲେଇଂ ଇଲେଭନରେ କେବଳ ଗୋଟିଏ ପରିବର୍ତ୍ତନ କରିଛି। ପେସର ଅର୍ଶଦୀପ ସିଂହଙ୍କ ସ୍ଥାନରେ ଶମୀଙ୍କୁ ପ୍ଲେଇଂ ଇଲେଭନରେ ଏଣ୍ଟ୍ରି ହୋଇଛି। ଶମୀ ଏହା ପୂର୍ବରୁ ୨୦୨୩ରେ ଭାରତ ପାଇଁ ଖେଳି ଥିଲେ, ଯାହାକି ୱାନଡେ ୱାର୍ଲ୍ଡ କପ୍‌ ଫାଇନାଲ ଥିଲା। ତାଙ୍କୁ ଗୋଇଠିରେ ଆଘାତ କାରଣରୁ ଦୀର୍ଘ ସମୟ ଧରି ମୈଦାନ ଠାରୁ ଦୂରେଇ ରହିବାକୁ ପଡ଼ିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.