ରାଜକୋଟ୍‌ : ଆଜି ଇଣ୍ଡିଆ –ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ୩ୟ ମୁକାବିଲା ଖେଳା ଯାଉଛି। ଉଭୟ ଟିମ୍‌ ରାଜକୋଟ୍‌ର ନିରଞ୍ଜନଶାହ ଷ୍ଟାଡିୟମରେ ସାମ୍ନାସାମ୍ନି ହୋଇଛନ୍ତି। ଇଂଲଣ୍ଡ ୧୭୨ ରନ୍‌ର ଟାର୍ଗେଟ୍‌ ଦେଇଛି। ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ରେ ୧୭୧ ରନ୍‌ କରି ପାରିଛି। ଇଂଲଣ୍ଡ ପାଇଁ ସର୍ବାଧିକ ରନ୍‌ ବେନ୍‌ ଡକେଟ ( ୫୧) କରିଛନ୍ତି। ଲିୟାମ ଲିଭିଙ୍ଗଷ୍ଟୋନ ୪୩ ଓ ଜୋସ୍‌ ବଟଲର ୨୪ ରନ୍‌ର ଯୋଗଦାନ ଦେଇଛନ୍ତି। ଫିଲିପ୍‌ ସାଲ୍ଟ (୫) ଓ ହୈରୀ ବ୍ରୁକ୍‌ (୮) ସମେତ ଇଂଲଣ୍ଡର ୬ଜଣ ଖେଳାଳି ଦୁଇ ଅଙ୍କରେ ପହଞ୍ଚି ପାରି ନାହାନ୍ତି। ମାର୍କ ଉଡ୍‌ ଓ ଆଦିଲ ରାଶିଦ ୧୦-୧୦ ରନ୍‌ କରି ଅପରାଜେୟ ରହିଥିଲେ।

ସ୍ପିନର ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୪ ରନ୍‌ ଦେଇ ୫ ୱିକେଟ୍‌ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଓ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ୧-୧ ଶିକାର କରିଛନ୍ତି। ବର୍ଷକରୁ ଅଧିକ ସମୟ ପରେ ଇଣ୍ଟରନ୍ୟାସନାଲ କ୍ରିକେଟ୍‌କୁ ଫେରିଥିବା ମହମ୍ମଦ ସାମିଙ୍କୁ କୌଣସି ୱିକେଟ୍‌ ମିଳି ନାହିଁ। 

ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ୩ୟ ଟି-୨୦ ପାଇଁ ନିଜର ପ୍ଲେଇଂ ଇଲେଭନରେ କେବଳ ଗୋଟିଏ ପରିବର୍ତ୍ତନ କରିଛି। ପେସର ଅର୍ଶଦୀପ ସିଂହଙ୍କ ସ୍ଥାନରେ ଶମୀଙ୍କୁ ପ୍ଲେଇଂ ଇଲେଭନରେ ଏଣ୍ଟ୍ରି ହୋଇଛି। ଶମୀ ଏହା ପୂର୍ବରୁ ୨୦୨୩ରେ ଭାରତ ପାଇଁ ଖେଳି ଥିଲେ, ଯାହାକି ୱାନଡେ ୱାର୍ଲ୍ଡ କପ୍‌ ଫାଇନାଲ ଥିଲା। ତାଙ୍କୁ ଗୋଇଠିରେ ଆଘାତ କାରଣରୁ ଦୀର୍ଘ ସମୟ ଧରି ମୈଦାନ ଠାରୁ ଦୂରେଇ ରହିବାକୁ ପଡ଼ିଥିଲା।