IND VS NZ 3rd ODI : ଟସ୍ ଜିତିଲା ନ୍ୟୁଜିଲାଣ୍ଡ, ଭାରତ କରିବ ପ୍ରଥମେ ବ୍ୟାଟିଂ

ଇନ୍ଦୋର,୨୪।୧: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଭିତରେ ତିନୋଟି ମ୍ୟାଚ୍ର ଓ୍ବାନଡେ ସିରିଜ୍ର ଶେଷ ମ୍ୟାଚ୍ ମଙ୍ଗଳବାର ଇନ୍ଦୋରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟିମ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ସେଭଳି ଭାରତୀୟ ଟିମ୍ରେ ମଧ୍ୟ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିଛି,ସେଭଳି ନ୍ୟୁଜିଲାଣ୍ଡ ଟିମ୍ରେ ଜଣେ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି। ରୋହିତ ଶର୍ମାଙ୍କ ନେତୃଥ୍ବରେ ଭାରତୀୟ ଟିମ୍ ସିରିଜ୍ରେ ପୂର୍ବରୁ ୨-୦ରେ ଆଗୁଆ ରହିଛି। ଏହା ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ତୃତୀୟ ଓ ଅନ୍ତିମ ଓ୍ବାନଡେ ମ୍ୟାଚ୍।
🚨 Toss Update 🚨
— BCCI (@BCCI) January 24, 2023
New Zealand win the toss and elect to field first in the third #INDvNZ ODI.
Follow the match ▶️ https://t.co/ojTz5RqWZf…#TeamIndia | @mastercardindia pic.twitter.com/S1V3NmNnmp
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ୍ ଚାଲିଛି। ଭାରତୀୟ ଟିମ୍ରେ ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କୁ ସ୍ଥାନ ମିଳିନାହିଁ, ତାଙ୍କୁ ବିଶ୍ରମ ଦିଆଯାଇଛି। ତାଙ୍କ ସ୍ଥାନରେ ଉମ୍ରାନ୍ ମାଲିକ ଓ ୟୁଜଭେନ୍ଦ୍ର ଚହଲଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇଛି। ସାମି ଲାଲ ବଲ୍ରେ ପ୍ରାକ୍ଟିସ୍ ଆରମ୍ଭ କରିଦେଇଛନ୍ତି, କାରଣ ୯ ଫେବୃଆରୀରୁ ନାଗପୁରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ।
Toss news from Indore 📰
— ICC (@ICC) January 24, 2023
New Zealand have elected to field in the third #INDvNZ ODI! pic.twitter.com/8xyGUFiMZE
ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତ ୩-୦ରେ ଜିତିଥିଲା। ବର୍ତ୍ତମାନର ଦିନିକିଆ ସିରିଜ୍ ବିଷୟରେ କହିବାକୁ ଗଲେ ଶୁଭମନ ଗିଲ ପ୍ରଥମ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ସେ ଏହା କରିବାରେ ସର୍ବକନିଷ୍ଠ କ୍ରିକେଟର। ଅନ୍ୟପକ୍ଷେ ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ବିଷୟରେ କଥା ହେବା ତେବେ ମହମ୍ମଦ ସାମିଙ୍କ ନେତୃତ୍ୱରେ ଦଳ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ସ୍କୋର କରିବାକୁ ଦେଇନଥିଲା।