ଭାରତ ଠାରୁ ବିଶ୍ବକପରେ ହାରିବା ପରେ ପାକିସ୍ତାନ ଟିମରେ ବଢିଲା ବିବାଦ, ଇମାମ ଓ ବାବରଙ୍କ ସହ ସରଫରାଜଙ୍କ ଝଗଡା

ନୂଆଦିଲ୍ଲୀ,୧୮।୬: ବିଶ୍ବକପରେ ଭାରତ ଠାରୁ ଶୋଚନୀୟ ପରାଜୟ ପରେ ଏବେ ପାକିସ୍ତାନ କ୍ରିକେଟ ଟିମ୍ ଦୁଇଭାଗ ହୋଇଯାଇଛି। ପାକିସ୍ତାନର ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ଠାରୁ ପରାଜୟ ପରେ ପାକିସ୍ତାନ ଟିମର ଖେଳାଳିଙ୍କ ଭିତରେ ଡ୍ରେସିଂ ରୁମରେ ଭିତରେ ଯୋରଦାର ଯୁକ୍ତିତର୍କ ହୋଇଥିଲା। କ୍ୟାପଟେନ୍ ସରଫରାଜ ଅହମ୍ମଦ ଦଳର ୪ ଜଣ ଖେଳାଳିଙ୍କୁ ବିରୋଧରେ ଗ୍ରୁପିଜିମ କରୁଥିବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଶୋଏବ ମାଲିକ୍ ଟିମର ଅନ୍ୟ ଖେଳାଳିଙ୍କୁ ତାଙ୍କ ବିରୋଧରେ ଉକସାଉଛନ୍ତି।
ଭାରତ ବିପକ୍ଷ ମ୍ୟାଚରେ ହାରିବା ପରେ ପାକିସ୍ତାନ ଟିମ୍ ଯେତେବେଳେ ଡ୍ରେସିଂ ରୁମରେ ପହଁଞ୍ଚିଥିଲା ଯେତେବେଳେ ସେଠାରେ ପୁରା ଟିମ, ମ୍ୟାନେଜର ତଲତ ଅଲ୍ଲୀଙ୍କ ସହିତ ହେଡ କୋଚ ମକ୍କି ଆର୍ଥର ଓ ତାଙ୍କର ସହଯୋଗୀ ଉପସ୍ଥିତ ଥିଲେ। ସରଫରାଜ ସିନିୟର ବୋଲର ଓ୍ବହାବ ରିୟାଜ, ଓପନର ଇମାମ ଉଲହକ୍, ମିଡିଲ ଅର୍ଡର ବ୍ୟାଟସମ୍ୟାନ ବାବର ଆଜମ ଓ ଅଲ ରାଉଣ୍ଡ ଇମାଦ ହସିମଙ୍କୁ ପରାଜୟ ପାଇଁ ଦାୟୀ କରିଥିଲେ। ସରଫରାଜ କହିଛନ୍ତି ଏହି ଖେଳାଳିମାନେ ଠିକ୍ ଭାବରେ ମନ ଦେଇ ଖେଳିନଥିଲେ।
ସରଫରାଜ ଏହି ସମୟରେ ଦଳର ଅଲରାଉଣ୍ଡର ଇମାଦ ଓ୍ବାସିମଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ, ସେ କ୍ୟାପଟେନ୍ ହେବା ପାଇଁ ଷଡଯନ୍ତ୍ର କରୁଛନ୍ତି। ଖେଳାଳିଙ୍କୁ ତାଙ୍କ ବିରୋଧରେ ଉତ୍ତେଜିତ କରିବା ଲୋକଙ୍କର ଗ୍ରୁପ ଲିଡର ସାଜିଛନ୍ତି ଶୋଏବ ମାଲିକ, ଯିଏକି ନିଜେ ଭାରତ ବିପକ୍ଷ ମ୍ୟାଚରେ ଗୋଟେ ମାତ୍ର ବଲ୍ ଖେଳି ଜିରୋରେ ଆଉଟ୍ ହୋଇଗଲେ। ଏହି ବିବାଦ ସମୟରେ ଦଳର କୋଚ ମିକି ଆର୍ଥର ଚୁପଚାପ୍ ଠିଆହୋଇ ରହିଥିଲେ, ଆଉ ଯେତେବେଳେ କହିଥିଲେ କେବଳ କ୍ରିକେଟ ବିଷୟରେ ହିଁ କଥା ହୋଇଥିଲେ। ବିଶ୍ବକପ ସମୟରେ ପାକିସ୍ତାନ ଟିମ୍ କିଛି ଅପ୍ରିୟ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ, ମ୍ୟାନେଜର ତଲତ ଅଲ୍ଲୀଙ୍କର ଟିମ୍ ଉପରେ କୌଣସି ନିୟନ୍ତ୍ରଣ ନାହିଁ।