ଅହମ୍ମଦାବାଦ, ୨୨/୨ : ଭାରତ-ଦକ୍ଷିଣଆଫ୍ରିକା ସୁପର-୮ ମୁକାବିଲା । ଦକ୍ଷିଣଆଫ୍ରିକା କଲା ୧୭୮ ରନ୍ । ୭ ଓ୍ବିକେଟ୍ ବିନିମୟରେ ଦକ୍ଷିଣଆଫ୍ରିକା ଏସେ ସ୍କୋର କରିଥିବାବେଳେ ଭାରତ ଆଗରେ ରହିଛି ୧୮୮ ରନ୍ । ଦକ୍ଷିଣଆଫ୍ରିକା ପକ୍ଷରୁ ବ୍ରାଭିସ୍ ୪୫, ମିଲର-୬୩ ଏବଂ ଷ୍ଟବ୍ସ ୪୪ ରନର ପାଳି ଖେଳିଛନ୍ତି । ବାକି ଖେଳାଳି ବଡ଼ ପାଳି ଖେଳିପାରିନାହାନ୍ତି । ସେପଟେ ଭାରତ ପକ୍ଷରୁ ଜଶପ୍ରିତ ବୁମରା ୩ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ଅର୍ଶଦୀପ ୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ଦୁବେ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଭାରତ ଏବେ ଦମଦାର ଫର୍ମରେ ରହିଥିବାବେଳେ ଟିମ୍ ଇଣ୍ଡିଆ ଏହାକୁ ସହଜରେ କରିଦେବ ବୋଲି ଆଶା ରହିଛି ।

​​​​​​​ଏହାସହ ପଢ଼ନ୍ତ: ସାନିଟାଇଜର ପକାଇ ପ୍ରେମିକାର ଗୁପ୍ତାଙ୍ଗରେ ନିଆଁ ଲଗାଇ ଦେଲା ପ୍ରେମିକ