ନୂଆଦିଲ୍ଲୀ, ୨୨/୨ : ନୃଂଶସ ପ୍ରେମିକ । ଲିଭ୍ ଇନରେ ରହିଥିଲା, ପ୍ରେମିକା ଉପରେ ରାଗିଗଲା । ଛୋଟ ଝଗଡ଼ା ନେଲା ଉଗ୍ରରୂପ । ପ୍ରେମିକାର ଗୁପ୍ତାଙ୍ଗରେ ସାଇଟାଇଜର ପକାଇ ଲଗାଇ ଦେଲା ନିଆଁ । ଗୁରୁଗ୍ରାମର ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଅକଥନୀୟ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ଏବେ ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ପିଡ଼ିତା ଜଣକ ଅଭିଯୋଗ କରିଛନ୍ତି କି, ତାଙ୍କ ଲିଭ୍ ଇନ୍ ପାର୍ଟନର ତାଙ୍କ ଅକଥନୀୟ ନିର୍ଯାତନା ଦେଇଛନ୍ତି । ଛୋଟ କଥାରୁ ଝଗଡ଼ା ହୋଇଥିବାବେଳେ ତାଙ୍କ ଗୁପ୍ତାଙ୍ଗରେ ସାନିଟାଇଜର ଛିଞ୍ଚି ନିଆଁ ଲଗାଇ ଦେଇଥିଲେ । ଗତବର୍ଷଠାରୁ ସେମାନେ ସମ୍ପର୍କରେ ରହିଥିବାବେଳେ ଅଭିଯୁକ୍ତ ଶିଭମକୁ ପୁଲିସ ପଚରା ଉଚରା କରୁଛି । ଅଭିଯୁକ୍ତ ବିରୁଦ୍ଧରେ ପୁଲିସ ସଙ୍ଗୀନ ଦଫା ଲଗାଇଛି । ସେପଟେ ଯୁବତୀଙ୍କ ଅବସ୍ଥା ଏବେ ସଙ୍ଗୀନ ରହିଛି । ପୀ୍ଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି କି, ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଏହାସହ ପଢ଼ନ୍ତୁ : ସୁପର- ୮ ମୁକାବିଲା : ୯୫ ରନରେ ଅଲଆଉଟ୍ ହେଲା ଶ୍ରୀଲଙ୍କା