ନୂଆଦିଲ୍ଲୀ,୨୨/୨ : ଟି-୨୦ ବିଶ୍ବକପରେ ରେକର୍ଡ କଲେ ବୁମରା । ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ୍ ନେବାର ରେକର୍ଡ କରିଛନ୍ତି । ଟି-୨୦ ବିଶ୍ବକପରେ ଅଶ୍ବିନୀ ଏବଂ ଅର୍ଶଦୀପ ୩୨ ଲେଖାଏଁ ଓ୍ବିକେଟ ଅକ୍ତିଆର କରି ଆଗରେ ରହିଥିଲେ । ଏବେ ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି ବୁମରା ।

 

ଦକ୍ଷିଣଆଫ୍ରିକା ବିପକ୍ଷ ସୁପର-୮ ମୁକାବିଲାରେ ବୁମରା ୩ ଓ୍ବିକେଟ୍ ଅକ୍ତିଆ କରିଥିବାବେଳେ ସର୍ବାଧିକ ୩୩ ଓ୍ବିକେଟ୍ ହୋଇଛି । ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନୀ ଭାରତ ପାଇଁ ଟି-୨୦ ବିଶ୍ବକପରେ ୩୨ ଓ୍ବିଟେ୍ ଅକ୍ତିଆର କରିଥିବାବେଳେ ବହୁତ କମ ଦିନରେ ଅର୍ଶଦୀପ ତାଙ୍କ ରେକର୍ଡର ସମକକ୍ଷ ହୋଇଥିଲେ । ଏବେ ବୁମରା ଏହାକୁ ପଛରେ ପକାଇଛନ୍ତି ।

ତେବେ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୯ ଓ୍ବିକେଟ ଅକ୍ତିଆର କରିଛନ୍ତି । ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ସେ ଦମଦାର ପ୍ରଦର୍ଶନ କରୁଥିବାବେଳେ ଆଜିର ମ୍ୟାଚରେ ସେ ଗୋଟିଏ ବି ଓ୍ବିକେଟ ନେଇପାରିନାହାନ୍ତି ।

ଏହାସହ ପଢ଼ନ୍ତୁ : ପ୍ରେମିକାକୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା